Category: ମୁଖ୍ୟ ଖବର

  • ମହାରାଷ୍ଟ୍ରରେ I.N.D.I.A ମେଣ୍ଟରେ ଏହି ଦୁଇ ଦଳର କୌଣସି ସ୍ଥାନ ନାହିଁ, ଉଦ୍ଧବ ଏବଂ ପାୱାର ଦଳକୁ କେତେ ସିଟ୍ ?

    ମହାରାଷ୍ଟ୍ରରେ I.N.D.I.A ମେଣ୍ଟରେ ଏହି ଦୁଇ ଦଳର କୌଣସି ସ୍ଥାନ ନାହିଁ, ଉଦ୍ଧବ ଏବଂ ପାୱାର ଦଳକୁ କେତେ ସିଟ୍ ?

    ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନକୁ ନେଇ ସରଗରମ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଏନଡିଏ ବିରୋଧରେ ଲଢୁଥିବା ବିରୋଧୀ ମେଣ୍ଟ I. N. D. I. Aରେ ଏହି ଆସନ ଗୁଡିକ ଭଗବଣ୍ଟା ହୋଇଯାଇଛି ବୋଲି ସୂତ୍ରରୁ ପ୍ରକାଶ। ମାର୍ଚ୍ଚ ୨୧ ରେ ମହାରାଷ୍ଟ୍ର ରେ ସିଟ୍ ବଣ୍ଟନ ଘୋଷଣା କରାଯାଇପାରେ | I. N. D. I. A ମିଳିତ ମେଣ୍ଟ ରେ ଶିବସେନା ଉଦ୍ଧବ ଠାକରେ ୨୩ ଟି, କଂଗ୍ରେସ ୧୯ ଏବଂ ଏନସିପି ଶରଦ ପାୱାର ଦଳ ୬ ଟି ସିଟ୍ ପାଇବାର ସମ୍ଭାବନା ରହିଛି। ଯେଉଁଠି ରାଜୁ ଶେଟ୍ଟୀ ଏବଂ ପ୍ରକାଶ ଆମ୍ବେଦକରଙ୍କ ଦଳ I. N. D. I. A ମିଳିତ ମେଣ୍ଟରୁ ବାହାରେ ବୋଲି ଶୁଣିବାକୁ ମିଳୁଛି ।

    ସୂତ୍ରରୁ ଯାହା ଜଣାଯାଏ , ମୁମ୍ବାଇର ୪ ଟି ଆସନ ଶିବସେନାର ଉଦ୍ଧବ ଥାକରେ ଦଳକୁ ଦିଆଯାଇଥିବାବେଳେ କଂଗ୍ରେସକୁ ଦୁଇଟି ଆସନ ଦିଆଯାଇପାରେ। ୧୯ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କଂଗ୍ରେସ ଦ୍ୱାରା ଶେଷ ହୋଇଛି। ବୁଧବାର (ସି ଇ ସି) ବୈଠକରେ ମହାରାଷ୍ଟ୍ରର ଆସନ ଉପରେ ମଧ୍ୟ ଆଲୋଚନା ହୋଇପାରେ । ସେପଟେ କଂଗ୍ରେସ ଗୁରୁବାର ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ।

    ଅନ୍ୟପଟେ, ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ଏନଡିଏରେ ଯୋଗଦେବା ନେଇ ଆଲୋଚନା ତୀବ୍ର ହୋଇଚାଲିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ରାଜ ଠାକରେଙ୍କ ସାକ୍ଷାତ ପରେ ମହାରାଷ୍ଟ୍ରର ରାଜନୈତିକ ତାପମାତ୍ରା ପାରା ବଢ଼ିବାରେ ଲାଗିଛି। ଏହି ସମୟରେ ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ସେ କହିଛନ୍ତି ବିଜେପି କୁ ରାଜ ଠାକରେ ତାଙ୍କ ଦଳ ଯୋଗଦେଲେ କୌଣସି ଫାଇଦା ମିଳିବ ନାହିଁ। ଏଥି ସହିତ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ମହାରାଷ୍ଟ୍ରରେ ବିଜେପିର ଆତ୍ମବିଶ୍ୱାସ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୪୦୦ ଅତିକ୍ରମ କରିବାର ସ୍ଲୋଗାନ ଦେଉଥିବା ବିଜେପି ପାଖରେ ୨୦୦ ମଧ୍ୟ ଅତିକ୍ରମ କରିବାର ଆତ୍ମବିଶ୍ୱାସ ନାହିଁ। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ଦୁଇ ଦଳ ଅଲଗା ହେବା ପରେ ମଧ୍ୟ ଲୋକମାନେ ବିଜେପି ସମର୍ଥନରେ ନାହାଁନ୍ତି।

  • ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳୀର ଏମଡି ବାଲାକୃଷ୍ଣଙ୍କୁ ସୁପ୍ରିମକୋର୍ଟର ଅବମାନନା ନୋଟିସ୍

    ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳୀର ଏମଡି ବାଲାକୃଷ୍ଣଙ୍କୁ ସୁପ୍ରିମକୋର୍ଟର ଅବମାନନା ନୋଟିସ୍

    ସୁପ୍ରିମକୋର୍ଟ ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳୀର ଏମଡି ବାଲାକୃଷ୍ଣଙ୍କୁ ଅବମାନନା ନୋଟିସ୍ ଜାରି କରିଛନ୍ତି । ଏଥସିହତ ଦୁହିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟରେ ହାଜର ହେବାକୁ ସେମାନଙ୍କୁ ଦୁଇ ୧୫ ଦିନକ ସମୟ ଦିଆଯଇଛି । କେବଳ ସେତିକି ନୁହେଁ ସର୍ବୋଚ୍ଚ ନ୍ୟାୟାଳୟ ସଂସ୍ଥାକୁ ବିଜ୍ଞାପନ ପ୍ରକାଶିତ କରିବାରେ ମଧ୍ୟ ରୋକ ଲଗାଇଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି କଣ ।

    ସୁପ୍ରିମକୋର୍ଟ ପତଞ୍ଜଳୀ ଆୟୁରବେଦର କଥିତ ଭ୍ରମାତ୍ମକ ବିଜ୍ଞାପନକୁ ଗୁରୁତ୍ବପୂର୍ଣ୍ଣ ଆଦେଶ ଦେଇଛନ୍ତି । ଏଥିରେ କୋର୍ଟର ଅବମାନନା ମାମଲାକୁ ନେଇ ରାମଦେବ ଏବଂ ବାଲକୃଷ୍ଣଙ୍କୁ ନୋଟିସ ଜାରି କରି ସେମାନଙ୍କୁ ହାଜର ହେବାକୁ କହିଥିଲେ । କିନ୍ତୁ, ରାମଦେବ ହାଜର ହୋଇନଥିଲେ । ଏଥିସହିତ ସୁପ୍ରିମକୋର୍ଟ ତରଫରୁ ୩ ସପ୍ତାହ ମଧ୍ୟରେ ପତଞ୍ଜଳୀ ଆୟୁରବେଦର ମ୍ୟାନେଜିଂ ଡାଇରେକ୍ଟର ବାଲକୃଷ୍ଣ ଓ ରାମଦେବଙ୍କୁ ଏହି ମାମଲାରେ ଜବାବ ମାଗିଛନ୍ତି ।

    ତେବେ ଆପଣଙ୍କୁ କହିରଖୁଛୁ, ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଏହି ଆବେଦନରେ କୁହାଯାଇଛି ଯେ, ପତଞ୍ଜଳୀ ଆୟୁର୍ବେଦର ବିଜ୍ଞାପନ ମିଥ୍ୟା ଏବଂ ବିଭ୍ରାନ୍ତିକର । କେବଳ ସେତିକି ନୁହେଁ, ଡାକ୍ତରଙ୍କ ଏହି ସଂଗଠନ ଏହା ମଧ୍ୟ କହିଛି ଯେ, ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ବେ ରାମଦେବ ଏକ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତରଙ୍କ ଉପରେ ମିଥ୍ୟା ପ୍ରଚାର ପ୍ରସାର କରିଥିବା ଅଭିଯୋଗ ଲଗାଇଥିଲେ । ଆହୁରି ମଧ୍ୟ କୋର୍ଟଙ୍କ ନିଷେଧାଦେଶ ପରେ ମଧ୍ୟ ବିଜ୍ଞାପନ ପ୍ରକାଶ ପାଇଥିଲା ।

    ଆଇଏମଏ କହିଛି ଯେ, କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବିଜ୍ଞାପନ ପ୍ରକାଶିତ ହେଉଛି ଏବଂ ଏହି ବିଜ୍ଞାପନରେ କୁହାଯାଇଛି ଯେ ରାସାୟନିକ ଭିତ୍ତିକ ଔଷଧ ଅପେକ୍ଷା ପତଞ୍ଜଳିର ଔଷଧ ଭଲ । ଏଭଳି ପରିସ୍ଥିତିରେ ପତଞ୍ଜଳି ଆୟୁର୍ବେଦ କ୍ରମାଗତ ଭାବରେ କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରୁଛନ୍ତି ।

  • ନିର୍ଯାତନା ସହି ନ ପାରି ଉଦ୍ଧାର ପାଇଁ ନିବେଦନ

    ନିର୍ଯାତନା ସହି ନ ପାରି ଉଦ୍ଧାର ପାଇଁ ନିବେଦନ

    ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ତଥା କଣ୍ଟାବାଞ୍ଜି ଥାନା ଖଗସା ପଞ୍ଚାୟତର ଶ୍ରମିକ ମାନେ ଗତ ଦଶହରା ସମୟରେ ଟଙ୍କା ବଇନା ନେଇ ଦାଦନ ଭାବରେ ହାଇଦ୍ରାବାଦ ରାଜ୍ୟକୁ ଇଟା ତିଆରି କରିବାକୁ ଯାଇଛନ୍ତି l ହାଇଦ୍ରାବାଦ ରାଜ୍ୟ ମେଡାକ ଜିଲ୍ଲା ଟେକମାଲ ଥାନା ଏଲାମପାଳି ପଞ୍ଚାୟତ ଅଞ୍ଚଳରେ ଶ୍ରମିକ ଭାବେ ରହି କାର୍ଯ୍ୟ କରୁଛନ୍ତି ।

    ମାତ୍ର ଇଟାଭାଟି ମାଲିକ ଶ୍ରମିକ ମାନଙ୍କୁ ରାତି ଦିନ ଖଟାଇ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଅଛି ।ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଶ୍ରମିକ ମାନେ ଗାଁ ଲୋକଙ୍କୁ ଭିଡିଓ ପଠାଇ କରି ଉଦ୍ଧାର କରିବାକୁ ନିବେଦନ କରିଥିବା ଏକ ଭିଡିଓ ଭାଇରଲ ହୋଇଛି

    ତେବେ ପ୍ରଶାସନ ତରଫରୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଅନୁରୋଧ କରାଯାଇଛି l ଦିନ କୁ ଦିନ ଏହି ଭଳି ଘଟଣା ସାମ୍ନା କୁ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର,କେନ୍ଦ୍ର ସରକାର ନିଦାବିଷ୍ଣୁ ପାଲଟିଛନ୍ତି l ତେବେ ଦେଖିବାକୁବାକିରହିଲା କି ପଦକ୍ଷେପଗ୍ରହଣ କରା ଯାଉଛି ଏବାବଦରେ ।

  • ମାଲବାହୀ ଟ୍ରେନ ଇଞ୍ଜିନରୁ ଡବା ହେଲା ଅଲଗା

    ମାଲବାହୀ ଟ୍ରେନ ଇଞ୍ଜିନରୁ ଡବା ହେଲା ଅଲଗା

    କୋରେଇ ରେଳ ଷ୍ଟେସନ ନିକଟରେ ଅଘଟଣ। ସୋମବାର ଅପରାହ୍ନ ସମୟରେ ଏକ ମାଲବାହୀ ଟ୍ରେନ ଏହି ରୁଟ ଦେଇ ଦେଇ ଯାଉଥିବା ବେଳେ କୋରେଇ ଷ୍ଟେସନ ନିକଟରେ ଇଞ୍ଜିନ୍ ରୁ ଡବା ଅଲଗା ହେଇଯାଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହେଇନଥିବା ଦେଖିବାକୁ ମିଳିଛି।

    ସୂଚନା ଅନୁଯାୟୀ ସୋମବାର ଦିନ ଯାଜପୁର ରୋଡ ରେଳ ଷ୍ଟେସନରୁ ଭଦ୍ରକ ଅଭିମୁଖେ ଏକ ମାଳବାହୀ ଟ୍ରେନ ଯାଉଥିଲା । ହଠାତ କୋରେଇ ରେଳ ଷ୍ଟେସନର କିଛି ଦୂରରେ ଏହି ଟ୍ରେନର ଇଞ୍ଜିନରୁ ଡବା ଅଲଗା ହେଇଯାଇଥିଲା। ସୌଭାଗ୍ୟ ବଶତଃ ଏଥିରେ ସେମିତି କିଛି କ୍ଷତି ହେଇନଥିଲା।

    ସେପଟେ ରେଳ ବିଭାଗ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। କିଛି ସମୟରେ ଇଞ୍ଜିନ ସହ ଡବା ଯୋଡାଯିବା ପରେ ଟ୍ରେନ ଭଦ୍ରକ ଅଭିମୁଖେ ଆଗେଇ ଯାଇଥିଲା

  • କଂଗ୍ରେସରେ ସାମିଲ ଶତାଧିକ ଅଣ-କଂଗ୍ରେସ କର୍ମୀ

    କଂଗ୍ରେସରେ ସାମିଲ ଶତାଧିକ ଅଣ-କଂଗ୍ରେସ କର୍ମୀ

    କଂଗ୍ରେସ ନଜରରେ ଯେମିତି କେନ୍ଦୁଝର ଜିଲ୍ଲା। ପ୍ରାୟ ପ୍ରତିଦିନ ଜିଲ୍ଲାର କେଉଁଠି ନା କେଉଁଠି କଂଗ୍ରେସ ତାର କାର୍ଯ୍ୟକ୍ରମ ଜାରି ରଖିଛି। ଦଳରେ ସାମିଲ ହେଉଛନ୍ତି ଶହ ଶହ କର୍ମୀ। ଏହି କ୍ରମରେ ସୋମବାର ଦିନ ଆନନ୍ଦପୁର ବ୍ଲକ୍ ମୋଚିନ୍ଦା ପଞ୍ଚାୟତ ଅନ୍ତର୍ଗତ ମୋଚିନ୍ଦାରେ ୨ ନଂ ଜୋନ୍‌ର ୬ ପଞ୍ଚାୟତକୁ ନେଇ କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।

    ସମାବେଶରେ ହଜାର ହଜାର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ୪୦୦ରୁ ଊର୍ଦ୍ଧ୍ୱ କର୍ମୀ ଅନ୍ୟଦଳ ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। ସମାବେଶରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଜୟଦେବ ଜେନା,କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଇଂ. ମନୋଜ କୁମାର ଜେନାଙ୍କ ସମେତ ଆନନ୍ଦପୁର ଆନନ୍ଦପୁର ବ୍ଲକ୍ ସଭାପତି ବିଷ୍ଣୁପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ଭ୍ରଷ୍ଟାଚାରୀ ବିଜେଡି ଓ ବିଜେପି ସରକାର ବିରୋଧରେ ବିଷୋଦ୍ଗାର କରିଥିଲେ। ଦେଶ ଓ ରାଜ୍ୟକୁ ଉଭୟ ସରକାର ଲୁଣ୍ଠନ କରୁଥିବା କହିଥିଲେ। ଏଥିସହ କଂଗ୍ରେସ ସରକାର ଆସିଲେ ଯେଉଁ ୯ ଗୋଟି ଗ୍ୟାରେଣ୍ଟି ଦଳ ଦେଇଛି ତା ଉପରେ ସଚେତନ କରିଥିଲେ ସମସ୍ତଙ୍କୁ।

    କଂଗ୍ରେସରେ ଏତେ ସଂଖ୍ୟାରେ ଲୋକ ମିଶିବା ଦର୍ଶାଉଛି କି, ଧୀରେ ଧୀରେ ଉଭୟ ବିଜେପି ଓ ବିଜେଡି ଦଳର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି। ଲୋକେ କଂଗ୍ରେସ ମୁହାଁ ହେଲେଣି।

  • ନବୀନ ନିବାସରେ ଆରମ୍ଭ ସଂସଦୀୟ କ୍ଷେତ୍ରର ଶଙ୍ଖ ନାଦ

    ନବୀନ ନିବାସରେ ଆରମ୍ଭ ସଂସଦୀୟ କ୍ଷେତ୍ରର ଶଙ୍ଖ ନାଦ

    ଶଙ୍ଖ କ୍ଷେତ୍ରରୁ ଆରମ୍ଭ ଶଙ୍ଖ ନାଦ। ପୁରୀ ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଚୟନରୁ ଆରମ୍ଭ ହୋଇଛି ନିର୍ବାଚନୀ ଆକ୍ଟିଭିଟି। ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି।ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ତେଣୁ ଆରମ୍ଭ ହୋଇଛି ବିଜେଡିର ଟିକଟ କସରତ । ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କୁ ନେଇ ହୋଇଯାଇଛି ବୈଠକ । ମେଣ୍ଟ ଚର୍ଚ୍ଚା ଭିତରେ ବିଜୁ ଜନତା ଦଳ ପୁରୀ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୭ ବିଧାନସଭା କ୍ଷେତ୍ରରୁ କାହାକୁ ଟିକେଟ ଦେବ ଏବଂ କିଏ ବାଦ ବଡିବ ସେନେଇ ଆରମ୍ଭ ହୋଇଛି ଅଙ୍କକଷା ।

    ବିଜେଡି ସୁପ୍ରିମୋଙ୍କ ଡକରାରେ ନବୀନ ନିବାସରେ ଭିଡ ଜମାଇଥିଲେ ଆଶାୟୀ ଓ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ହେଡକ୍ୱାର୍ଟର ସମ୍ପାଦକ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

    ମୁଖ୍ୟମନ୍ତ୍ରୀ ପୁରୀ ସଂସଦୀୟ କ୍ଷେତ୍ରର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଏଥିସହ ଦଳୀୟ ନେତୃତ୍ବଙ୍କୁ ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି କରିବା, ଜନ ସାଧାରଣ ପାଖକୁ ଯିବା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ସାଂଗଠନିକ ପ୍ରକ୍ରିୟାକୁ ବଢ଼େଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଜେଡି ସଂଗଠନ କୁ କିଭଳି ମଜଭୁତ କରାଯିବ ଏବଂ ଦଳ ନିର୍ବାଚନକୁ କିପରି ସାମ୍ନା କରିବ ତା ଉପରେ ବୈଠକରେ ଆଲୋଚନା ହୋଇଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବୈଠକରେ ଉପସ୍ଥିତ ବିଜେଡି ନେତୃତ୍ବ।

    ସେପଟେ ମେଣ୍ଟକୁ ନେଇ ଦ୍ଵନ୍ଦ ଏବେ ବି ଜାରି ରହିଛି । ଯଦି ମେଣ୍ଟ ହୁଏ ବିଜେଡି ଖାତାକୁ କେଉଁ ଆସନ ଆସିବ, ସେଠାରେ କିପରି ସମୀକରଣ ତିଆରି ହେବ ଓ ଯଦି ମେଣ୍ଟ ନହୁଏ, ତେବେ ବିଜେଡିରୁ କିଏ କେଉଁ ଆସନରୁ ଲଢ଼ିବ ତା ଉପରେ ସମସ୍ତଙ୍କ ନଜର । ଅନ୍ୟପଟେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ହାତରୁ ପୁରୀ ସଦର, ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଖସି ବିଜେପି ଖାତାକୁ ଯାଇଥିଲା । ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିଜେଡିର ପିନାକୀ ମିଶ୍ରଙ୍କ ଠାରୁ ସ୍ଵଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ତେଣୁ ଏସବୁ ଆସନ ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇ ଠିଆହୋଇଥିବାରୁ ଦଳ ଲୋକସଭା ଓ ୭ ବିଧାନସଭା ଆସନରେ ନିଜକୁ ସୁଦୃଢ କରିବା ଉପରେ ଗୁରୁତ୍ବ ଦେଇଛି।

  • ଦୁଇ ଘଣ୍ଟା ଛକରେ ଡେରା ପକାଇଲେ ହାତୀପଲ

    ଦୁଇ ଘଣ୍ଟା ଛକରେ ଡେରା ପକାଇଲେ ହାତୀପଲ

    ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଅଞ୍ଚଳରେ ୧୭ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି , ହାତୀ ପଲଙ୍କୁ ଦେଖି ଲୋକେ ଭୟଭୀତ । ଗତ କାଲି ସନ୍ଧ୍ୟାରେ ଏହି ହାତୀପଲ, ଯୋଡ଼ା – ଜୁରୁଡ଼ି ରାସ୍ତାର ଗୁରୁବେଡ଼ା ଛକରେ ଦୁଇ ଘଣ୍ଟା ଧରି ଡେରା ପକାଇଥିଲେ, ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଲୋକେ ଯାତାୟାତ ନ କରିପାରି ଦୀର୍ଘ ସମୟ ଧରି ଅଟକି ରହିଥିଲେ ।

    ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଜଙ୍ଗଲ ଭିତରକୁ ଘଉଡାଇବା ପରେ ରାସ୍ତାରେ ଯାତାୟତ ସ୍ଵାଭାବିକ ହୋଇଥିଲା । ଏବେ ଏହି ହାତୀପଲ ଗୁରୁବେଡ଼ା ପମ୍ପ ହାଉସ ନିକଟ ଜଙ୍ଗଲରେ ରହିଛନ୍ତି । ବନ କର୍ମଚାରୀ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ କରାଉଛନ୍ତି ।

    ସେପଟେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଜୂରୁଡ଼ି ଅଞ୍ଚଳରେ ବିଦ୍ୟୁତ୍ କାଟ କରାଯାଇଛି । ଯୋଡ଼ା ସେକ୍ସନ୍ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଏହି ୧୭ ଟିକିଆ ହାତୀପଲ ଗତ କିଛିଦିନ ଧରି ଚଳପ୍ରଚଳ କରୁଥିବାବେଳେ, ଆଜି ଗୁରୁବେଡ଼ା ଛକ ନିକଟରେ ଡେରା ପକାଇଥିଲେ । ଏହି ହାତୀପଲ ମଧ୍ଯରେ ୪ଟି ଦନ୍ତା, ୭ଟି ମାଈହାତୀ ଓ ୬ଟି ଛୁଆହାତୀ ରହିଥିବା ବନ ବିଭାଗ କହିଛି ।

  • ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦୁଝରରେ ଅଖ, ଚକ ସବୁ ଠପ

    ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦୁଝରରେ ଅଖ, ଚକ ସବୁ ଠପ

    ଆଜି କେନ୍ଦୁଝରରେ ରେଳ ବନ୍ଦ, ଦୋକାନ ବଜାର ବନ୍ଦ, ରାସ୍ତା ଘାଟ ବନ୍ଦ। ଯୁଆଡେ ଦେଖିବ ସିଆଡେ ବନ୍ଦ। ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବନ୍ଦ ପାଳନ କରାଯାଉଛି। OMC ଶୁଆକାଠି ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ନୂତନ ପ୍ରସ୍ତାବିତ ରେଳ ଲାଇନକୁ ବିରୋଧ କରି ଜିଲା ଟ୍ରକ ମାଲିକ ସଂଘର ଏହି ବନ୍ଦ ପାଳନ। ଟ୍ରକ, ବସ , ଟ୍ରେନ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି। କେନ୍ଦୁଝର ରେଳ ଷ୍ଟେସନ, ଜିଲାପାଳ ଅଫିସ ସମ୍ମୁଖ, ଗାନ୍ଧୀ ଛକ,ଓଏମ୍ସି ଶୁଆକାଠି, ସହିତ ଜିଲାର ବିଭିନ୍ନ ସ୍ଥାନରେ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ବନ୍ଦର ତଦାରଖ କରୁଛି।

    କେନ୍ଦୁଝରର ବିଭିନ୍ନ ସ୍ଥାନରେ ରେଳ ଧାରଣା ଉପରେ ବସି ରେଳ ରୋକ କରିବା ସହ ଆନ୍ଦୋଳନକାରୀ ନାରାବାଜି ଦେଉଥିବା ଦେଖିବାକୁ ମିଳିଛି। ତେବେ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ଯାତାୟାତକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ଅନ୍ୟପଟେ ରେଳ ଯାତ୍ରା ପାଇଁ ଆସୁଥିବା ଯାତ୍ରୀ ଏହାକୁ ନେଇ ବହୁ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ଷ୍ଟେସନରେ ବହୁ ସଂଖ୍ଯାରେ ଲୋକ ଟ୍ରେନ ପାଇଁ ଅପେକ୍ଷା କରିଛନ୍ତି ତ କିଏ ଟ୍ରେନରୁ ଓହ୍ଲାଇ କୌଣସି ସ୍ଥାନକୁ ଯିବା ପାଇଁ ବସ, ଅଟୋ ନ ପାଇ ହନ୍ତସନ୍ତ ହେଉଛନ୍ତି।

    ଏଠାରେ ସୂଚନା ଯୋଗ୍ୟ, କେନ୍ଦୁଝର ଜିଲ୍ଲା ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଦନ ମାଇନ୍ସ ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ ପାଇଁ ବଜେଟରେ ବ୍ୟୟ ବରାଦ ପରେ କେନ୍ଦ୍ର ସରକାର ଦ୍ୱାରା ପ୍ରସ୍ତାବ ଅନୁମୋଦିତ ହୋଇଛି । ଯାହାକି ସିଧା ସଳଖ କେନ୍ଦୁଝର ଜିଲ୍ଲା ର ଭାତ ହାଣ୍ଡି କୁହାଯାଉଥିବା ଟ୍ରକ ବ୍ୟବସାୟ ଉପରେ ପକାଇଛି ପ୍ରଭାବ । ଜିଲ୍ଲାର ୩୦ ହଜାର ଟ୍ରକ ମାଲିକଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୩ ଲକ୍ଷ ଲୋକ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବାରୁ ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘ ଏହି ପ୍ରସ୍ତାବ ପ୍ରତ୍ୟାହାର କରିବାକୁ ଦାବି କରି ଆଜି ବନ୍ଦ ପାଳୁଛନ୍ତି। ଏଥିରେ ବସ ମାଲିକ ସଂଘ ,ବଣିକ ସଂଘ ସହ ୧୫ ଉର୍ଦ୍ଧ୍ବ ବିଭିନ୍ନ ସଙ୍ଗଠନ ସମର୍ଥନ ଦେଇଛନ୍ତି ।

  • ୭ ବିଭାଗର ୧୪ପ୍ରସ୍ତାବରେ କ୍ୟାବିନେଟ ମୋହର

    ୭ ବିଭାଗର ୧୪ପ୍ରସ୍ତାବରେ କ୍ୟାବିନେଟ ମୋହର

    ନବୀନ ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳର ୭୭ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ରାଜ୍ୟ କ୍ୟାବିନେଟ୍ ବୈଠକରେ। ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ୬ଟି ପ୍ରସ୍ତାବ ସହ ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ କ୍ୟାବିନେଟର ମୋହର ବାଜିଛି।

    ସେହିପରି ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ତିଆରି ହେବ ନୂତନ ସେତୁ । ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା ଓ ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବାକୁ ସମୟ ଧାର୍ଯ୍ୟ। ସେତୁ ଦ୍ଵାରା ସହଜ ହେବ କଟକରୁ ପାରାଦୀପ ଓ କଟକରୁ ଚାନ୍ଦବାଲିକୁ ଯାତାୟାତ। ସେହିପରି ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ । ଉତ୍କଳ ଯାଦବ ମହାସଭାର ୫କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ଼ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି।

    ଅପରପକ୍ଷରେ ତାଳଚେର ଫର୍ଟିଲାଇଜର ଲିମିଟେଡକୁ ରାଜ୍ୟ ସରକାରଙ୍କ ତରଫରୁ ୮୫୬ ଏକର ଜାଗା କରାଯିବ ପଞ୍ଜିକରଣ । ଷ୍ଟାମ୍ପ ଭେଣ୍ଡର ମାନଙ୍କ କମିସନ ମଧ୍ୟ କରାଯାଇଛି ବୃଦ୍ଧି। ସର୍ବଶେଷରେ କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ। ରାଜ୍ୟ ସରକାରଙ୍କ ତରଫରୁ ଅଢେଇ ଏକର ଜମି ବିନା ପ୍ରିମିୟମରେ ପ୍ରଦାନ କରାଯିବ ଓ ଏଥିପାଇଁ ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ ଆଜି ରାଜ୍ୟର ଶେଷ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

    ଏହା ସହ ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ସଂପର୍କରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ।

  • ନିର୍ବାଚନ ସମୟରେ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ଆକ୍ରମଣ ହେବା ଉଚିତ୍ ନୁହେଁ: ମୁଖ୍ୟ ନିର୍ବାଚନ କମିଶନର

    ନିର୍ବାଚନ ସମୟରେ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ଆକ୍ରମଣ ହେବା ଉଚିତ୍ ନୁହେଁ: ମୁଖ୍ୟ ନିର୍ବାଚନ କମିଶନର

    ଲୋକସଭା ନିର୍ବାଚନ ସହିତ ଓଡିଶା, ସିକ୍କିମ୍, ଅରୁଣାଚଳ ଏବଂ ଆନ୍ଧ୍ରରେ ବିଧାନସଭା ନିର୍ବାଚନ ହେବ।

    ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାକୁ ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି।ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବା ସହିତ ନିର୍ବାଚନ କମିଶନର ମଧ୍ୟ ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତାରିଖ ସ୍ଥିର କରିବାକୁ ଆୟୋଗ ପାଣିପାଗ, ପରୀକ୍ଷା ଏବଂ ପର୍ବପର୍ବାଣୀକୁ ମଧ୍ୟ ବିଚାରକୁ ନେଇଛନ୍ତି । ସୂଚନାନୁସାରେ, ୨୦୨୪ ଲୋକସଭା ନିର୍ବାଚନ ୭ ରୁ ୮ ପର୍ଯ୍ୟାୟରେ ହୋଇପାରେ ।

    ୪ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ

    ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଲୋକସଭା ନିର୍ବାଚନ ସହିତ ସିକ୍କିମ, ଓଡିଶା, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ପର୍ଯ୍ୟାୟ ସହିତ ଏକକାଳୀନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

    ଭୁଲ ତଥ୍ୟକୁ ରୋକିବା ପାଇଁ ଆମେ ବ୍ୟାପକ ବ୍ୟବସ୍ଥା କରିଅଛୁ | ରାଜନୈତିକ ଦଳମାନଙ୍କୁ ଅନେକ ଉପଦେଶ ଦିଆଯାଇଛି। ସମସ୍ତ ଷ୍ଟାର ପ୍ରଚାରକମାନେ ଇସିର ନିର୍ଦ୍ଦେଶାବଳୀ ଜାଣିବା ଉଚିତ୍। ଏହି ଦାୟିତ୍ ରାଜନୈତିକ ଦଳମାନଙ୍କୁ ଦିଆଯାଇଛି। ଯଦି ଭୋଟ୍ ସମୟରେ ଯେ କୌଣସି ସ୍ଥାନରେ ହିଂସା ଘଟେ,ତେବେ ସମସ୍ତ ପଦକ୍ଷେପ ଗ୍ରହଣ କରିବୁ ଏବଂ ଏହାକୁ ବନ୍ଦ କରିବୁ |

    ନେତାମାନଙ୍କୁ ନିର୍ବାଚନ ଆୟୋଗର ଚେତାବନୀ

    ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ସୋସିଆଲ ମିଡିଆ ପୋଷ୍ଟ ହଟାଇବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇପାରେ। ପ୍ରତ୍ୟେକ ରାଜ୍ୟରେ ନୋଡାଲ ଅଧିକାରୀ କରାଯିବ। ଯଦି କେହି ସମାଲୋଚନାର ସୀମା ଅତିକ୍ରମ କରନ୍ତି କିମ୍ବା ଭୁଲ ଖବର ପ୍ରଚାର କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ବାଚନ ସମୟରେ ଲକ୍ଷ୍ମଣ ରେଖା ଅତିକ୍ରମ ନ କରନ୍ତୁ |

    ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା

    ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ହେବ | ଆମେ ଜଣେ ବ୍ୟକ୍ତିଙ୍କ ଭୋଟ୍ ପାଇଁ ମଧ୍ୟ ତାଙ୍କ ଘରକୁ ଯିବୁ | ନିର୍ବାଚନ ସମୟରେ ସ୍ୱଚ୍ଛତା ଏବଂ ପରିବେଶ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ପ୍ରତ୍ୟେକ ଜିଲ୍ଲାରେ ୨୪ ଘଣ୍ଟା ର କଣ୍ଟ୍ରୋଲ ରୁମ ରହିବ ଯାହାକି ଜଣେ ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବ |

    ପ୍ରତ୍ୟେକ ବୁଥରେ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା

    ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ନିର୍ବାଚନ ସମୟରେ ମତଦାନ କେନ୍ଦ୍ରରେ ସାଧାରଣ ସୁବିଧା ଉପଲବ୍ଧ ହେବ। ପ୍ରତ୍ୟେକ ବୁଥରେ ପାନୀୟ ଜଳ ଏବଂ ରେମ୍ପ ସୁବିଧା ରହିବ | ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ ରହିବ | ଭୋଟର ତାଲିକାରେ ୮୫ ବର୍ଷରୁ ଅଧିକ ୮୨ ଲକ୍ଷ ଭୋଟର ଅଛନ୍ତି |