ଦୁଇ ଘଣ୍ଟା ଛକରେ ଡେରା ପକାଇଲେ ହାତୀପଲ

ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଅଞ୍ଚଳରେ ୧୭ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି , ହାତୀ ପଲଙ୍କୁ ଦେଖି ଲୋକେ ଭୟଭୀତ । ଗତ କାଲି ସନ୍ଧ୍ୟାରେ ଏହି ହାତୀପଲ, ଯୋଡ଼ା – ଜୁରୁଡ଼ି ରାସ୍ତାର ଗୁରୁବେଡ଼ା ଛକରେ ଦୁଇ ଘଣ୍ଟା ଧରି ଡେରା ପକାଇଥିଲେ, ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଲୋକେ ଯାତାୟାତ ନ କରିପାରି ଦୀର୍ଘ ସମୟ ଧରି ଅଟକି ରହିଥିଲେ ।

ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଜଙ୍ଗଲ ଭିତରକୁ ଘଉଡାଇବା ପରେ ରାସ୍ତାରେ ଯାତାୟତ ସ୍ଵାଭାବିକ ହୋଇଥିଲା । ଏବେ ଏହି ହାତୀପଲ ଗୁରୁବେଡ଼ା ପମ୍ପ ହାଉସ ନିକଟ ଜଙ୍ଗଲରେ ରହିଛନ୍ତି । ବନ କର୍ମଚାରୀ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ କରାଉଛନ୍ତି ।

ସେପଟେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଜୂରୁଡ଼ି ଅଞ୍ଚଳରେ ବିଦ୍ୟୁତ୍ କାଟ କରାଯାଇଛି । ଯୋଡ଼ା ସେକ୍ସନ୍ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଏହି ୧୭ ଟିକିଆ ହାତୀପଲ ଗତ କିଛିଦିନ ଧରି ଚଳପ୍ରଚଳ କରୁଥିବାବେଳେ, ଆଜି ଗୁରୁବେଡ଼ା ଛକ ନିକଟରେ ଡେରା ପକାଇଥିଲେ । ଏହି ହାତୀପଲ ମଧ୍ଯରେ ୪ଟି ଦନ୍ତା, ୭ଟି ମାଈହାତୀ ଓ ୬ଟି ଛୁଆହାତୀ ରହିଥିବା ବନ ବିଭାଗ କହିଛି ।

Leave a Reply

Your email address will not be published. Required fields are marked *