ଧସିଲା ୭୦ ଫୁଟର ବୈତରଣୀ ନଦୀବନ୍ଧ, ଆତଙ୍କରେ ଧାମରାବାସୀ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ଧାମରାଇ ମନ୍ଦିର ନିକଟରେ ୭୦ ଫୁଟ ଧସିଲା ନଦୀବନ୍ଧ । ଆତଙ୍କିତ ଅବସ୍ଥାରେ ଧମରାବାସୀ । ସୂଚନା ମୁତାବକ, ମନ୍ଦିର ପାର୍ଶ୍ଵ ଦେଇ ବୋହିଯାଇଥିବା ବୈତରଣୀ ନଦୀ କ୍ରମଶଃ ସ୍ଥଳ ଭାଗ ଆଡ଼କୁ ମାଡ଼ି ଚାଲିଛି । ନଦୀ ମଧ୍ୟରେ ବାଲି ଚର ସୃଷ୍ଟି ଯୋଗୁଁ ନଦୀର ଗତିପଥ ପରିବର୍ତ୍ତନ ଘଟୁଛି ବୋଲି ଅଞ୍ଚଳବାସୀ କହିଛନ୍ତି । ଫଳରେ ନଦୀବନ୍ଧରୁ ବଡ ବଡ ମାଟି ଅତଡ଼ା ଧସିବାରେ ଲାଗିଛି ।

ପଥର ପ୍ୟାକିଂ ହୋଇଥିଲେ ସୁଦ୍ଧା ନିମ୍ନ ମାନର କାର୍ଯ୍ୟ ଯୋଗୁଁ କୋଟିକୋଟି ଟଙ୍କା ପାଣିରେ ପଡୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସୀନ୍ଧା । ନଦୀବନ୍ଧଟି ସମ୍ପୂର୍ଣ୍ଣ ଧୋଇଯିବା ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ଅଞ୍ଚଳବାସୀ । ବାରମ୍ବାର ଏସମ୍ପର୍କରେ ଅଧିକାରୀଙ୍କୁ ଜଣାଯାଉଛି, ତଥାପି କେହି ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଦେଖାନାହିଁ ।

Leave a Reply

Your email address will not be published. Required fields are marked *