କଂଗ୍ରେସରେ ସାମିଲ ଶତାଧିକ ଅଣ-କଂଗ୍ରେସ କର୍ମୀ

କଂଗ୍ରେସ ନଜରରେ ଯେମିତି କେନ୍ଦୁଝର ଜିଲ୍ଲା। ପ୍ରାୟ ପ୍ରତିଦିନ ଜିଲ୍ଲାର କେଉଁଠି ନା କେଉଁଠି କଂଗ୍ରେସ ତାର କାର୍ଯ୍ୟକ୍ରମ ଜାରି ରଖିଛି। ଦଳରେ ସାମିଲ ହେଉଛନ୍ତି ଶହ ଶହ କର୍ମୀ। ଏହି କ୍ରମରେ ସୋମବାର ଦିନ ଆନନ୍ଦପୁର ବ୍ଲକ୍ ମୋଚିନ୍ଦା ପଞ୍ଚାୟତ ଅନ୍ତର୍ଗତ ମୋଚିନ୍ଦାରେ ୨ ନଂ ଜୋନ୍‌ର ୬ ପଞ୍ଚାୟତକୁ ନେଇ କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ସମାବେଶରେ ହଜାର ହଜାର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ୪୦୦ରୁ ଊର୍ଦ୍ଧ୍ୱ କର୍ମୀ ଅନ୍ୟଦଳ ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। ସମାବେଶରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଜୟଦେବ ଜେନା,କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଇଂ. ମନୋଜ କୁମାର ଜେନାଙ୍କ ସମେତ ଆନନ୍ଦପୁର ଆନନ୍ଦପୁର ବ୍ଲକ୍ ସଭାପତି ବିଷ୍ଣୁପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ଭ୍ରଷ୍ଟାଚାରୀ ବିଜେଡି ଓ ବିଜେପି ସରକାର ବିରୋଧରେ ବିଷୋଦ୍ଗାର କରିଥିଲେ। ଦେଶ ଓ ରାଜ୍ୟକୁ ଉଭୟ ସରକାର ଲୁଣ୍ଠନ କରୁଥିବା କହିଥିଲେ। ଏଥିସହ କଂଗ୍ରେସ ସରକାର ଆସିଲେ ଯେଉଁ ୯ ଗୋଟି ଗ୍ୟାରେଣ୍ଟି ଦଳ ଦେଇଛି ତା ଉପରେ ସଚେତନ କରିଥିଲେ ସମସ୍ତଙ୍କୁ।

କଂଗ୍ରେସରେ ଏତେ ସଂଖ୍ୟାରେ ଲୋକ ମିଶିବା ଦର୍ଶାଉଛି କି, ଧୀରେ ଧୀରେ ଉଭୟ ବିଜେପି ଓ ବିଜେଡି ଦଳର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି। ଲୋକେ କଂଗ୍ରେସ ମୁହାଁ ହେଲେଣି।

Leave a Reply

Your email address will not be published. Required fields are marked *