Category: ମୁଖ୍ୟ ଖବର

  • ସାଂସଦ ନୁହେଁ ସରପଞ୍ଚ ପରି ଲୋକଙ୍କ ସେବା କରିବି

    ସାଂସଦ ନୁହେଁ ସରପଞ୍ଚ ପରି ଲୋକଙ୍କ ସେବା କରିବି

    ଯାଜପୁର ସାଂସଦ ଭାବେ ରବୀନ୍ଦ୍ର ନାରାୟଣ ବେହେରା ବିଜୟୀ ହେବା ପରେ ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଦର୍ଶନ କରିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ସେ ପ୍ରଥମ ଥର ବିଜୟୀ ହେବା ପରେ ସେ ଆଜି ଠାରୁ ନିଜ କାମ ଆରମ୍ଭ କରିଛନ୍ତି। ସେ ଜଣେ ସାଧାରଣ କର୍ମୀ ଭାବେ ଯାଜପୁର ବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଜିଲ୍ଲାବାସୀଙ୍କ ପାଇଁ ସେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

    ଏହି ଅବସରରେ ବହୁ କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ରହି ରବୀନ୍ଦ୍ର ଶୁଭେଛା ଜଣାଇଥିଲେ।

  • ସରପଞ୍ଚଙ୍କ ଘର ସମ୍ମୁଖରେ ଗରା,ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ

    ସରପଞ୍ଚଙ୍କ ଘର ସମ୍ମୁଖରେ ଗରା,ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ

    ଜଳକଷ୍ଟକୁ ନେଇ ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଯୋଡ଼ା ବ୍ଲକ ପଳସା ପଞ୍ଚାୟତରେ ଗ୍ରାମବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ। ବିଗତ କିଛି ଦିନରୁ ଏହି ପଞ୍ଚାୟତ ଅନ୍ତର୍ଗତ ଉଚ୍ଚବାଲି ଗ୍ରାମ ଗୟଳମରା ସାହିର ଲୋକେ ପିଇବା ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଥିବା ବେଳେ କୌଣସି ସମାଧାନ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଗ୍ରାମର ଲୋକମାନେ ଗରା,ହାଣ୍ଡି ଧରି ପଳସା ପଞ୍ଚାୟତ ସରପଞ୍ଚ ଅରୁଣ କୁମାର ମୁଣ୍ଡାଙ୍କ ଘର ସମ୍ମୁଖରେ ଧାରଣାରେ ବସି ଥିବା ଦେଖିବାକୁ ମିଳିଥିଲା । ତେବେ ଏଭଳି ପରିସ୍ଥିତି ସତ୍ବେ ସେହି ଗାଁରେ ଚାଲୁଥିବା ଓ.ଏମ୍. ସି ସରକାରୀ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ତିଳେହେଁ ଚିନ୍ତା କରୁନଥିବା ଏକ ପରିତାପର ବିଷୟ ବୋଲି ଆଲୋଚନା ହେଉଛି। ତେବେ ବର୍ତ୍ତମାନ ନୂତନ ସରକାର ଗଠନର ସ୍ପଷ୍ଟ ହେଉଥିବା ବେଳେ ସରକାର ଗଠନ ହେଲାପରେ ଖଣି ଅଞ୍ଚଳ ରେ ରହୁଥିବା ଜନ ସାଧାରଣ ଙ୍କୁ ନୂତନ ସରକାର ଭଲ ଦୃଷ୍ଟି ଦେବେ ନା ଖଣି କମ୍ପାନୀ ମାନଙ୍କ ପ୍ରତି ଗଡାଣିଆ ହେବେ ତାହା ଦେଖିବାକୁ ବାକି ରହିଲା

  • ଇଣ୍ଡିଆ ମେଣ୍ଟ ଗଢ଼ିବ ସରକାର? ପ୍ରଶ୍ନର ଉତ୍ତରରେ ଅଖିଳେଶ ଯାଦବ ଦେଖାଇଦେଲେ ପ୍ରକୃତ ଚିତ୍ର, ଜାଣନ୍ତୁ କ’ଣ କହିଲେ

    ଇଣ୍ଡିଆ ମେଣ୍ଟ ଗଢ଼ିବ ସରକାର? ପ୍ରଶ୍ନର ଉତ୍ତରରେ ଅଖିଳେଶ ଯାଦବ ଦେଖାଇଦେଲେ ପ୍ରକୃତ ଚିତ୍ର, ଜାଣନ୍ତୁ କ’ଣ କହିଲେ

    ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର (ଜୁନ୍ ୬) ରେ ଭାରତ ମିଳିତ ସରକାର ଗଠନ କରିବାର ଆଶା ବ୍ୟକ୍ତ କରିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଗଣତନ୍ତ୍ରରେ ଯେତେବେଳେ ଗଣନା ହୁଏ, ଆଶା ଏବଂ ଇଛାଶକ୍ତି କେବେ ଶେଷ ହୁଏ ନାହିଁ। ଇଣ୍ଡିଆ ମେଣ୍ଟ ବହୁମତ ଠାରୁ ବହୁ ଦୂରରେ,କାହିଁକିନା ଏହାର ଖାତାରେ ୨୩୪ଟି ସିଟ୍ ଆସିଛି । ଲୋକସଭାରେ ସଂଖ୍ୟାଗରିଷ୍ଠତା ପାଇଁ୨୭୨ ଟି ଆସନ ଆବଶ୍ୟକ |

  • ସରକାର ଗଠନ ପୂର୍ବରୁ ଏନଡିଏର ମୁଣ୍ଡବିନ୍ଧା,ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ଦାବି କଲା ୬ଟି ବଡ ମନ୍ତ୍ରଣାଳୟ

    ସରକାର ଗଠନ ପୂର୍ବରୁ ଏନଡିଏର ମୁଣ୍ଡବିନ୍ଧା,ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ଦାବି କଲା ୬ଟି ବଡ ମନ୍ତ୍ରଣାଳୟ

    ଲୋକସଭା ନିର୍ବାଚନ ଫଳାଫଳ ପରେ ଏନଡିଏରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡିୟୁ ଗୁରୁତ୍ୱ ବଢିଛି। ଏହି କାରଣରୁ ବର୍ତ୍ତମାନ ଉଭୟ ଦଳ ପ୍ରମୁଖ ମନ୍ତ୍ରଣାଳୟ ଦାବି କରୁଛନ୍ତି। ଟିଡିପି ସୂତ୍ରରୁ ପ୍ରକାଶ ଯେ ଦଳ ଏନଡିଏ ଆଗରେ ଛଅଟି ବଡ ମନ୍ତ୍ରଣାଳୟର ଦାବି ଉପସ୍ଥାପନ କରିଛି। ଲୋକସଭା ବାଚସ୍ପତି ପଦବୀ ମଧ୍ୟ ଟିଡିପି ଚାହୁଁଛି। ପାର୍ଟି ସୂତ୍ରରୁ ଜଣାପଡିଛି ଯେ ସବୁକିଛି ଉପରେ ଟିଡିପିଙ୍କ ଆଭିମୁଖ୍ୟ ନମନୀୟ।

    ବୁଧବାର (ଜୁନ୍ ୫)) ଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ବୈଠକରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ବସିଥିବା ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା। ନୀତୀଶ କୁମାର ମଧ୍ୟ ନାଇଡୁ ପାଖରେ ବସିଥିବାର ନଜର ଆସିଥିଲେ। ଟିଡିପି ବର୍ତ୍ତମାନ ଏନଡିଏର ଦ୍ୱିତୀୟ ବୃହତ୍ତମ ଦଳ ଅଟେ। ଏହା ୧୬ଟି ସିଟ୍ ଜିତିଛି | ଏହା ପରେ ଜେଡିୟୁ ତୃତୀୟ ସ୍ଥାନରେ ଅଛି, ଯେଉଁଥିରେ ୧୨ଜଣ ସାଂସଦ ଅଛନ୍ତି। ଏନଡିଏର ସବୁଠୁ ବଡ ଦଳ ହେଉଛି ବିଜେପି, ଯାହା ୨୪୦ଟି ସିଟ୍ ଜିତିଛି।

    ସୂଚନା ଅନୁଯାୟୀ ନାଇଡୁ ବିଜେପି ନେତୃତ୍ୱକୁ ତାଙ୍କର ଦାବିଗୁଡିକର ଏକ ତାଲିକା ଦେଇଛନ୍ତି। ଏଥିରେ ଲୋକସଭା ବାଚସ୍ପତି ଏବଂ ଅତି କମରେ ପାଞ୍ଚଟି ବିଭାଗ ଅନ୍ତର୍ଭୁକ୍ତ, ଯାହା ସେ ଦାବି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ, ଜାଲ ଶକ୍ତି ମନ୍ତ୍ରଣାଳୟ ଭଳି ବିଭାଗକୁ ମଧ୍ୟ ଏହାର ଅଂଶ ଗ୍ରହଣ କରିବାକୁ ଟିଡିପି ଦାବି କରିଛି।

    ବାସ୍ତବରେ ଟିଡିପି ବାଚସ୍ପତି ପଦ ଚାହୁଁଚି କାରଣ ଏହା ଲୋକସଭାରେ ସବୁଠାରୁ ଶକ୍ତିଶାଳୀ ପଦବୀ ତାଙ୍କ ପାଖରେ ରହିବ। କେବଳ ଏତିକି ନୁହେଁ, ବରଂ ତ୍ରିଶଙ୍ଖୁ ସଂସଦ ସ୍ଥିତିରେ ବାଚସ୍ପତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଦଳର ବରିଷ୍ଠ ନେତା ଜିଏମସି ବାଲାୟୋଗୀ ମଧ୍ୟ ୧୯୯୮ ରୁ୨୦୦୨ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀ ସରକାରରେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ।

    ଟିଡିପିର ଜଣେ ସାଂସଦ କହିଛନ୍ତି ଯେ ଦଳ ଗ୍ରାମୀଣ ବିକାଶ, ଗୃହ ଏବଂ ସହରୀ ବ୍ୟାପାର, ସଡ଼କ ପରିବହନ,ରାଜପଥ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ ଚାହୁଁଛି। ଆନ୍ଧ୍ରପ୍ରଦେଶର ବର୍ତ୍ତମାନ ଅର୍ଥର ଆବଶ୍ୟକତା ଥିବାରୁ ସେ ଅର୍ଥ ମନ୍ତ୍ରଣାଳୟରେ କନିଷ୍ଠ ମନ୍ତ୍ରୀ ରଖିବାକୁ ମଧ୍ୟ ଆଗ୍ରହୀ ଅଛନ୍ତି। ଆନ୍ଧ୍ରପ୍ରଦେଶରେ ମଧ୍ୟ ଟିଡିପି ସଂଖ୍ୟାଗରିଷ୍ଠତା ହାସଲ କରିଛି।

    ବିଶେଷ ସୂତ୍ରରୁ ପ୍ରକାଶ ଯେ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟ ଏନଡିଏ ଆଗରେ ତିନୋଟି ମନ୍ତ୍ରଣାଳୟର ଦାବି ଉପସ୍ଥାପନ କରିଛି। ଏହା ବ୍ୟତୀତ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରାଯାଇଛି। ଜେଡିୟୁ ଚାରିଜଣ ସାଂସଦଙ୍କ ପାଇଁ ଗୋଟିଏ ମନ୍ତ୍ରଣାଳୟର ସୂତ୍ର ସରକାରଙ୍କ ଆଗରେ ରଖିଛନ୍ତି। ଜେଡିୟୁରେ ୧୨ ଜଣ ସାଂସଦ ଅଛନ୍ତି, ତେଣୁ ଏହା ୩ଟି ମନ୍ତ୍ରଣାଳୟ ଚାହୁଁଛି | ନୀତୀଶ କୁମାର ଚାହୁଁଛନ୍ତି ଯେ ରେଳ, କୃଷି ଏବଂ ଅର୍ଥ ମନ୍ତ୍ରଣାଳୟ ତାଙ୍କ ଅଧୀନକୁ ଆସୁ । ରେଳ ମନ୍ତ୍ରଣାଳୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି |

  • କନ୍ଧମାଳ ଜିଲ୍ଲାରେ ତିନି ଦଳର ବିଜୟ ଦିବସ ପାଳନ

    କନ୍ଧମାଳ ଜିଲ୍ଲାରେ ତିନି ଦଳର ବିଜୟ ଦିବସ ପାଳନ

    କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଭାରତୀୟ ଜନତା ପାର୍ଟୀର ବିଜୟ ଦିବସ ପାଳିତ l କଂଧମାଳ ଲୋକସଭା କ୍ଷେତ୍ରରେ ବିଜେପିର ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣଗ୍ରାହୀଙ୍କ ଙ୍କ ବିପୁଳ ବିଜୟ ଭାରତରେ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ବିଶେଷକରି ପଞ୍ଚସ୍ତରୀ ବର୍ଷ ପରେ ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରୁଥିବାରୁ ବାଲିଗୁଡ଼ାରେ ବିଜେପି କର୍ମୀ ବିଜୟ ଦିବସ ପାଳନ କରିଛି l ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ କର୍ମୀମାନେ ବାଲିଗୁଡ଼ା ସହର ସାରା ଆନନ୍ଦ ଉଲ୍ଲାସ ର ସହିତ ବୁଲି ମିଠା ବାଣ୍ଟିବା ସହିତ ବାଣ ଫୁଟାଇ ଥିଲେ । ସେହିପରି ଜି ଉଦୟଗିରି ଠାରେ ବିଜେପି ଦଳ ପକ୍ଷରୁ ଗାନ୍ଧୀ ଛକ ଠାରେ ବିଜେପି ର କର୍ମୀ,ନେତା,କାଉନସିଲର ଆଦି ସମସ୍ତ ବାଣ ଫୁଟାଇ,ମିଠା ବାଣ୍ଟି ବିଭିନ୍ନ ନାରା ଦେଇଥିଲେ।ଫୁଲବାଣୀ ଠାରେ ବିଜୟୀ ସାଂସଦ ସୁକାନ୍ତ କୁମାର ପାଣଗ୍ରାହୀ,ଫୁଲବାଣୀ ବିଜେପି ବିଧାୟକ ଉମା ଶଙ୍କର ମଲ୍ଲିକ ଆଦି ବିରାଟ ଶୋଭାଯାତ୍ରା ରେ ସାରା ଫୁଲବାଣୀ ସହର ବୁଲିଥିଲେ। ସେହି ପରି ଜି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜୟୀ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପ୍ରଧାନ ବିଜୟୀ ଉଛବ ପାଳନ କରିଥିଲେ।

    କଂଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ରୁ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ କୁମାର ପାଣଗ୍ରାହୀ ବିଜୟୀ ହୋଇଥିବା ବେଳେ,ଫୁଲବାଣୀ ବିଧାନସଭା ରୁ ବିଜେପି ପ୍ରାର୍ଥୀ ଉମା ଶଙ୍କର ମଲ୍ଲିକ,ଜି ଉଦୟଗିରି ରୁ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପ୍ରଧାନ,ବାଲିଗୁଡ଼ା ରୁ ବିଜେଡି ପାର୍ଥୀ ଚକ୍ରମଣି କହଁର ବିଜୟୀ ହୋଇଛନ୍ତି।

  • ବିଧାନସଭା ଭାଙ୍ଗିଲେ ରାଜ୍ୟପାଳ

    ବିଧାନସଭା ଭାଙ୍ଗିଲେ ରାଜ୍ୟପାଳ

    ରାତି ପାହିଲେ ଭୋଟ ଗଣତି। ଏହା ପୂର୍ରୁ ସୋମବାର ଦିନ ରାଜ୍ୟପାଳ ରଘୁବର ଦାସ ଭଙ୍ଗକଲେ ୧୬ତମ ବିଧାନସଭା। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ରାଜ୍ୟ ବିଧାନସଭା ଭାଙ୍ଗିବାକୁ ରାଜ୍ୟ କ୍ୟାବିନେଟ କରିଥିଲା ସୁପାରିଶ।

    ସୋମବାର ମୁଖ୍ଯମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଶେଷ କ୍ୟାବିନେଟ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ। ଜୁନ ୪ ଅର୍ଥାତ୍‌ ମଙ୍ଗଳବାର ଲୋକସଭା ଓ ବିଧାନସଭା ୨୦୨୪ର ରେଜଲ୍ଟ ଆସିବ। ନୂତନ ସରକାର ଗଠନ ହେବା ପର୍ୟ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ମୁଖ୍ଯମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ।

  • ମିଳୁନି ହେଲ୍ପର ସନ୍ଧାନ, ଡ୍ରାଇଭର ମୃତ

    ମିଳୁନି ହେଲ୍ପର ସନ୍ଧାନ, ଡ୍ରାଇଭର ମୃତ

    ଗଜପତି ସୀମାନ୍ତ ତପ୍ତପାଣି ଘାଟି ନିକଟ ଶାନ୍ତି ନଗର ଖାଲକୁ ଖସିଲା ଟ୍ରକ । ଘଟଣାରେ ଡ୍ରାଇଭର ମୃତ l ଗଞ୍ଜାମ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ ନିକଟ ଶାନ୍ତି ନଗରରେ ଏକ ହଳଦୀ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।ବ୍ରାହ୍ମଣିଗାଁ ଠାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଖାଲ ତଳକୁ ଖସିପଡ଼ିଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଙ୍କ ସନ୍ଧାନ ମିଳୁନ ଥିବା ଜଣା ପଡିଛି l ମୃତ ଡ୍ରାଇଭର ଜଣଙ୍କ ହେଲେ ସୁରେଶ କୁମାର ଗୁରୁ । ନୟାଗଡ଼ ଜିଲ୍ଲା ସରପଡା ଅଂଚଳର ବୋଲି ପାଟପୁର ପୋଲିସ ପକ୍ଷରୁ ସୂଚନା ମିଳିଛି ।

  • ଭୋଟଦାନରୁ ବଞ୍ଚିତ ହେବା ପରେ ବିଧି ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

    ଭୋଟଦାନରୁ ବଞ୍ଚିତ ହେବା ପରେ ବିଧି ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

    ଭାରତ ବିଶ୍ବର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ନିର୍ବାଚନ ଏହାର ମହାପର୍ବ। ଏହି ମହାପର୍ବରେ ସାମିଲ ହୋଇ ସରକାର ଗଠନରେ ନିଜ ନିଜର ଭାଗଦାରୀ ସାବ୍ୟସ୍ତ କରିବା ପ୍ରତ୍ୟକ ନାଗରିକଙ୍କ କର୍ତ୍ତବ୍ୟ ଓ ମୌଳିକ ଅଧିକାର। ହେଲେ ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀର ଗରେଇ ପଞ୍ଚାୟତରେ ନାଗରିକଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିବାର ଅଭିଯୋଗ ଆସିଛି। ପଞ୍ଚାୟତର ନାଳିଆ ପାଳ ଗ୍ରାମର ନନ୍ଦିନୀ ପରିଡ଼ା ୧ ଜୁନରେ ହୋଇଥିବା ନିର୍ବାଚନରେ ମତଦାନ କରିବାକୁ ଯାଇ ରାଜନୈତିକ ଆକ୍ରୋଶ ପାଇଁ ନିରାଶ ହୋଇଫେରିଥିବା ଅଭିଯୋଗ କରୁଛନ୍ତି। ନନ୍ଦିନୀ ଅଭିଯୋଗ କରିଛନ୍ତି କି, ଜମି ବାଡ଼ି ବିବାଦକୁ ନେଇ ତାଙ୍କୁ ୨ ବର୍ଷ ହେବ ବାସନ୍ଦ କରାଯାଇଛି। ଏନେଇ ସେ ଥାନାରେ ମଧ୍ୟ ଏକାଧିକବାର ଅଭିଯୋଗ କରିଛନ୍ତି ହେଲେ କିଛି ଫଳ ମିଳିନାହିଁ। ସେପଟେ ନନ୍ଦିନୀ ଶନିବାର ଦିନ ଭୋଟ ଦେବାକୁ ବୁଥ ନମ୍ୱର 76 କୁ ଯାଇ ପାଞ୍ଚ ଘଣ୍ଟା ଅପେକ୍ଷା କଲାପରେ ତାଙ୍କୁ ଭୋଟ ଦେବାର ସୁଯୋଗ ମିଳିନଥିଲା। ପ୍ରିଜାଇଡିଂ ଅଫିସର କହିଥିଲେ କି, ତାଙ୍କର ଭୋଟ ପୋଷ୍ଟାଲ ବାଲାଟରେ ରହିଛି। ତେଣୁ ବୁଥରେ ମତଦାନ କରି ପାରିବେ ନାହିଁ। ଏହାକୁ ନେଇ ସେ ଚରା ଉଚରା କରିବାରୁ ସେଠାରେ ଥିବା ଏଜେଣ୍ଟ, ଯିଏକି ତାଙ୍କ ବାସନ୍ଦର କାରଣ, ତାଙ୍କୁ ଗାଳିମନ୍ଦ କରିବା ସହ ସେଠାରୁ ବାହାରି ଯିବାକୁ ଧମକ ଚମକ ଦେଇଥିଲେ ବୋଲି ନନ୍ଦିନୀ ଅଭିଯୋଗ କରିଛନ୍ତି। ଏମିତି କି ସରପଞ୍ଚ ତଥା ସରପଞ୍ଚଙ୍କ ସମସ୍ତ ଦାୟିତ୍ବ ହାତେଇଥିବା ତାଙ୍କ ସ୍ବାମୀ ତାଙ୍କ ମତଦାନ ପାଇଁ କିଛି ପଦକ୍ଷେପ ନେଇନଥିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ଚନ୍ଦ୍ରଧୋଜପୁରର ଅବସରପ୍ରାପ୍ତ ଯବାନ ରଞ୍ଜିତ ଲେଙ୍କା ମଧ୍ୟ ମତଦାନ କେନ୍ଦ୍ରକୁ ଯାଇ ତାଙ୍କର ପଷ୍ଟଲ ବାଲାଟରେ ନାଁ ଥିବା ଜାଣି ନିରାଶ ହୋଇଛନ୍ତି। ଭୋଟ ଖଣ୍ଡିକ ଦେବାକୁ ଭୁବନେଶ୍ବରରୁ ଗାଁକୁ ଆସି ମଧ୍ୟ ନାଗରିକ ଭାବେ ମତଦାନ କରିପାରିନଥିବାରୁ ସାମ୍ପ୍ରତିକ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି ରଞ୍ଜିତ।

    ତେବେ ଏପରି ଅନିୟମିତତାକୁ ନେଇ ବର୍ତ୍ତମାନର ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେ ବା ତାଙ୍କର ସମସ୍ତ କାମ ବୁଝାସୁଝା କରୁଥିବା ତାଙ୍କ ସ୍ବାମୀ ଏନେଇ କିଛି କହିବାକୁ ମନା କରିଦେଇଛନ୍ତି। ହେଲେ ଘଟଣାକୁ ନଇ ପୂର୍ବତନ ସରପଞ୍ଚ ଦୁଃଖ ବ୍ୟକ୍ତ କରିଛନ୍ତି।

    ସେପଟେ ମତଦାନରୁ ବଞ୍ଚିତ ଦୁଇ ନାଗରିକ ସରକାରଙ୍କୁ ନିବେଦନ କରିଛନ୍ତି କି, ନିର୍ବାଚନ ପୂର୍ବରୁ ଯେମିତି ପ୍ରତ୍ୟେକ ନାଗରିକ ସେମାନଙ୍କ ମତଦାନର ମୌଳିକ ଦାୟିତ୍ବ ସୁରୁଖୁରୁରେ ତୁଲାଇ ପାରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସେହିପରି ଏପରି ଅନିୟମିତତା ପାଇଁ ଯଦି କେହି ଦାୟୀ, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ

  • ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଆକ୍ରମଣ ଘଟଣାରେ ଆଉ ୫ ଗିରଫ

    ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଆକ୍ରମଣ ଘଟଣାରେ ଆଉ ୫ ଗିରଫ

    ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ, ଏହି ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ପୂର୍ବରୁ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା।

    ଗତକାଲି, ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରା ନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ପୂର୍ବରୁ ଏହି ଘଟଣାକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ପ୍ରତିନିଧି ଦଳ । ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ମୁତୟନ କରିବା ପାଇଁ ଦାବି କରିଥିଲା ଦଳ । ଏହାପରେ, ଭଦ୍ରକ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି କରାଯାଇଥିଲା ।

    ଏଠାରେ ଉଲ୍ଲେଖ କରାଯାଇ ପରେ କି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ମେ’ ୩୦ ତାରିଖରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ସମ୍ପାଦକ ସୁବ୍ରତ ବିଶ୍ୱାଳଙ୍କ ସହ ଅନ୍ୟ ୨୦ଜଣଙ୍କ ଉପରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କରଞ୍ଜମାଳ ପଂଚାୟତର ଖପୁରିଆ ଛକ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିବା ଅଭିଯୋଗ ହୋଇଥିଲା । ଏହି ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ୪ଜଣଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏହି ଆକ୍ରମଣ ଘଟଣାରେ ଆଉ ୫ଜଣଙ୍କୁ ଗିରଫ କରିଛି ପୁଲିସ। ପୂର୍ବରୁ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏବେ ଯାଏଁ ମୋଟ ଗିରଫଦାରୀ ସଂଖ୍ୟା ୧୦ରୁ ବୃଦ୍ଧି ପାଇଛି।

  • NDA କରିବ ବାଜିମାତ, ତୃତୀୟ ଥର ପାଇଁ ମୋଦି ହେବେ ପ୍ରଧାନମନ୍ତ୍ରୀ: EXIT POLL

    NDA କରିବ ବାଜିମାତ, ତୃତୀୟ ଥର ପାଇଁ ମୋଦି ହେବେ ପ୍ରଧାନମନ୍ତ୍ରୀ: EXIT POLL

    ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ମୋଟ ୭ଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ ।

    ଏପ୍ରିଲ ୧୯ ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ, ମେ’ ୧ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି। ଏହା ସହିତ, EVM ରେ ବନ୍ଦ ହୋଇଯାଇଛି ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ।

    EVM ମାଧ୍ୟମରେ ମତଦାନ କରି ଆସନ୍ତା ୫ ବର୍ଷ ପାଇଁ ଦେଶର ଜନତା ନିଜର ପ୍ରତିନିଧି ବା ସରକାରଙ୍କୁ ବାଛି ସାରିଛନ୍ତି କିନ୍ତୁ ବାକି ରହିଛି ଗଣତି ଓ ନିର୍ବାଚନର ଫଳାଫଳ ଘୋଷଣା ଯାହାକି ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ। କିନ୍ତୁ, ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଜାଣିବାକୁ ସମସ୍ତେ ଉତ୍ସୁକ ।

    ଏହି ସମୟରେ ବିଭିନ୍ନ ବୈଦ୍ୟୁତିକ ଗଣ ମାଧ୍ୟମ ଦ୍ୱାରା ପ୍ରକାଶିତ ହୋଇଛି EXIT POLL 2024 ଏବଂ ଏହା ଉପରେ କେନ୍ଦ୍ରୀଭୂତ ହୋଇଛି ସମସ୍ତଙ୍କ ନଜର । ତେବେ, ବିଭିନ୍ନ ବୈଦ୍ୟୁତିକ ଗଣ ମାଧ୍ୟମ ଦ୍ୱାରା ପ୍ରକାଶିତ EXIT POLL ଅନୁସାରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି ।

    କାହାର EXIT POLL କେତେ ବିଶ୍ୱସନୀୟ ତାହା ସମୟ କହିବ କିନ୍ତୁ ଆସନ୍ତୁ ଜାଣିବା କେଉଁ ଦଳ ପାଇଁ କଣ ରହିଛି ସମ୍ଭାବନା …