Category: ଜିଲ୍ଲା

  • ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ

    ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ

    କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ଟୁକୁଣା ଶାସନ ଠାରେ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶରତ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ମଦନ ପାଣି ଙ୍କ ସଂଯୋଜନା କରିଥିଲେ , ଶାନ୍ତନୁ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଆଇନିଜିବୀ ଭାଗିରଥି ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପରେ ବିଭିନ୍ନ ବ୍ରାହ୍ମଣ ଶାସନରୁ ଆସିଥିବା ଗ୍ରାମୀଣ କର୍ମକର୍ତ୍ତା ମାନେ ନିଜର ମତାମତ ପ୍ରଦାନ କରିଥିଲେ।

    ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣ ସମାଜର ରାଜ୍ୟ ସଭାପତି ଡ ସଦାନନ୍ଦ ଦୀକ୍ଷିତ , ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ସଂଘ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଜିଲ୍ଲା ସମ୍ପାଦକ ପ୍ରସନ୍ନ କୁମାର ନନ୍ଦ, ଦେବେନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଭାବେ ଭଦ୍ରକ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ଦୀକ୍ଷିତ ଓ ସ୍ଵତନ୍ତ୍ର ଅତିଥି ଭାବେ ଇଂ ନାରାୟଣ ମିଶ୍ର ଯୋଗଦେଇ ବ୍ରାହ୍ମଣ ସମାଜ ଜଗତର ପଥ ପଦର୍ଶକ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।

    ଏହି ଅବସରେରେ ବ୍ରାହ୍ମଣ ବନମାଳି ଦାଶ, ଭୁବନାନନ୍ଦ ଦାଶ, ଲକ୍ଷ୍ମଣ କୁମାର ମିଶ୍ର, ହରିହର ମିଶ୍ର, ଚିନ୍ତାମଣି ଦାଶ,ରାମଚନ୍ଦ୍ର ମିଶ୍ର, ଜଟେଶ୍ୱର ନନ୍ଦ, ମହେଶ୍ବର ପତି, ଭଗବାନ ମିଶ୍ର, ଗଣେଶ୍ୱର ପାଢ଼ୀ, ସଦାଶିବ ମିଶ୍ର, ଅନନ୍ତ ଚରଣ ସା, ମାୟାଧର ମିଶ୍ର, ମାନଗୋବିନ୍ଦ ପାତ୍ର ,କେଶଦୁରାପାଳ ଶାସନ ର ଶ୍ରୀଧର ମିଶ୍ର ,ଅବିନାଶ ଶତପଥୀ ଓ ଟୁକୁଣା ଶାସନର ସଭାପତି ଅଜୟ କୁମାର ସଂଯୋଜକ ବିଜୟ କୁମାର ମିଶ୍ର ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ଥିଲା। ଶେଷରେ ପଣ୍ଡିତ ନିରାକାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

  • ଆମ୍ବସର୍ ମୁଣ୍ଡା କ୍ରିକେଟ୍, ରେଢ଼ାଖୋଲ ବିଜୟୀ

    ଆମ୍ବସର୍ ମୁଣ୍ଡା କ୍ରିକେଟ୍, ରେଢ଼ାଖୋଲ ବିଜୟୀ

    ଆଠମଲ୍ଲିକ ବ୍ଲକ ଆମ୍ବସର୍ ମୁଣ୍ଡା ପଞ୍ଚାୟତ ଖେଳ ପଡିଆ ଠାରେ ଚାଲିଥିବା ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ ର ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ଉଦ୍ୟମିତା ମନ୍ତ୍ରୀ ଙ୍କ ସହଧର୍ମିଣୀ ତଥା ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୂଳା ଠାକୁର୍ ଯୋଗ ଦେଇ ବିଜୟୀ ରେଢ଼ାଖୋଲ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ।

    ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୀବ କୁମାର୍ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର୍ ପ୍ରଧାନ, ଗଗନ ବିହାରୀ ବାରିକ, ପ୍ରବୀଣ କୁମାର ସାହୁ, ସରପଞ୍ଚ ସସ୍ମିତା ସେଠୀ, ହୃଦାନନ୍ଦ ପ୍ରଧାନ, ଅଜିତ୍ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ବହୁତ୍ କ୍ରୀଡ଼ାପ୍ରେମୀ ଯୋଗଦେଇ ଖେଳ ଉପଭୋଗ କରିଥିଲେ।

  • ଶିଳ୍ପ ପ୍ରତିଷ୍ଠାନକୁ ନେଇ ଅସନ୍ତୋଷ

    ଶିଳ୍ପ ପ୍ରତିଷ୍ଠାନକୁ ନେଇ ଅସନ୍ତୋଷ

    ଭଦ୍ରକ ଜିଲ୍ଲାର ଏକ ମାତ୍ର ଶିଳ୍ପ ପ୍ରତିଷ୍ଠାନକୁ ନେଇ ଦେଖାଦେଇଛି ଅସନ୍ତୋଷ । ରାନ୍ଦୀଆ ଠାରେ ଥିବା ବେଦାନ୍ତ ଫେକର ପ୍ଲାଣ୍ଟ ଅନିୟମିତତା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ଏନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦଳ ଦାବି କରିଛି କି ବେଦାନ୍ତ ଫେକର କମ୍ପାନୀର 10 କିଲୋମିଟର ପରିଧି ମଧ୍ୟରେ ଥିବା ଗ୍ରାମର ଘର ଗୁଡିକୁ ମାଗଣା ବିଦ୍ୟୁତ ଦିଆଯାଉ । ଏଥିସହିତ ସେହି ଗ୍ରାମର ସମସ୍ତ ବୟସ୍କ ଲୋକଙ୍କର ମାଗଣା ଶ୍ୱାସ ଜନିତ ଚିକିତ୍ସା କରିବା ସହ ଛୋଟ ପିଲା ମାନଙ୍କର ଚର୍ମ ରୋଗ ଚିକିତ୍ସା ସହିତ ମାଗଣା ଔଷଧ ଦିଆଯାଉ, ପ୍ରତି ଦୁଇ ବର୍ଷରେ ଦୁଇ ଥର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ, ଶିକ୍ଷିତ ଯୁବକ-ଯୁବତୀ ମାନଙ୍କୁ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯାଉ ଆଦି ଦାବି କରିଛି କଂଗ୍ରେସ ।

    ଯଦି କମ୍ପାନୀ ଏହିସବୁ ଦାବି ପୂରଣ ନକରେ ତାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବା ସହ କମ୍ପାନୀକୁ ଯାଉଥିବା ଗାଡିକୁ ଅଟକାଇବ ଏବଂ ଆବଶ୍ୟକ ପଡିଲେ କମ୍ପାନୀକୁ ବନ୍ଦ କରିଦିଆଯିବ ବୋଲି କଂଗ୍ରେସ ଦଳ ଚେତାବନୀ ଦେଇଛି ।

  • ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟ ଧାନବିଲରୁ ଭାଲୁ ଶବ ଜବତ

    ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟ ଧାନବିଲରୁ ଭାଲୁ ଶବ ଜବତ

    କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଏକ ଧାନ ବିଲରେ ଏକ ମୃତ ପୁରୁଷ ଭାଲୁ ପଡିଥିବାର ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ।ଖବର ପାଇ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଭାଲୁଟିକୁ ଜବତ କରିଥିଲେ । ଘଟଣାଟି ଆଜି ସକାଳର ହୋଇଥିବା ବେଳେ ଭାଲୁର ବୟସ ପାଖାପାଖି ପନ୍ଦର ବର୍ଷ ହୋଇଥିବ ବୋଲି ଅନୁମାନ କରିଛି ବନ ବିଭାଗ । ମୃତ ଭାଲୁଟିକୁ ଦେଖିବା ପାଇ ଛୋଟ ପିଲା ଓ ଆଖ ପାଖ ଗ୍ରାମର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

  • ମୋବାଇଲ ଗେମରେ ହାରି ନିଜ ବେକ କାଟିଲେ ଯୁବକ

    ମୋବାଇଲ ଗେମରେ ହାରି ନିଜ ବେକ କାଟିଲେ ଯୁବକ

    ମୋବାଇଲରେ ଗେମ୍ ଖେଳି ନିଜ ବେକ କାଟିଲେ ଯୁବକ । ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକଙ୍କ ଘର ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଗ୍ରାମର ହୋଇଥିବା ବେଳେ ୨୪ ବର୍ଷୀୟ ଯୁବକ ସୌମ୍ୟରଞ୍ଜନ ନାଏକ ବୋଲି ଜଣାପଡିଛି । ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତକାଲି ମୋବାଇଲ ଫୋନରେ ଗେମ୍ ଖେଳୁଥିଲେ । ଆଉ ଖେଳରେ ହାରିଯିବାରୁ ନିଜ ବେକକୁ ଧାରୁଆ ଅସ୍ତ୍ରରେ କାଟିଥିଲେ ସୌମ୍ୟରଞ୍ଜନ । ଏହାପରେ ତୁରନ୍ତ ପରିବାର ଲୋକେ ଏବଂ ତାଙ୍କ ସାଙ୍ଗମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସୌମ୍ୟରଞ୍ଜନଙ୍କର ଏବେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି ।

  • କୁତୁଲୁସିଙ୍ଗା ମାତା ମଠରେ ରତ୍ନ ମୁଦ ଉତ୍ସବ ପାଳିତ

    କୁତୁଲୁସିଙ୍ଗା ମାତା ମଠରେ ରତ୍ନ ମୁଦ ଉତ୍ସବ ପାଳିତ

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମଇମୁରା ପଞ୍ଚାୟତର କୁତୁଲୁଶୀଙ୍ଗା ମାତା ମଠ ରେ ରତ୍ନ ମୁଦ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉତ୍ସବ ଅବସରରେ ପ୍ରଥମେ କଳସ ଶୋଭାଯାତ୍ରା ବାହାରି ଥିଲା। କଳସ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସଙ୍କୀର୍ତ୍ତନରେ ବାହାରିଥିଲା । ଏହା ପରେ ଧାନ, ମୁଗ ବିରି ଆଦି ଶସ୍ୟ ଏବଂ ଅଷ୍ଟ ଧାତୁ ଦେଇ ମନ୍ଦିରର ମୁଣ୍ଡି ମରା ଯାଇଥିଲା । ଏହା ପରେ ଅନୁଷ୍ଠିତ ହୋଇଥିବା ହୋମ ଯଜ୍ଞ। ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ସାରା ଅଞ୍ଚଳ ପବିତ୍ରତାରେ ଭରିଯାଇଥିଲା। ମଠକୁ ମଇମାରୁ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ଯାରେ ଭକ୍ତଙ୍କ ସମାଗମ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ପୋରୁଧା ସାଜିଥିଲେ ମଳୟ କୁମାର ପ୍ରଧାନ ।ପ୍ରଫୁଲ୍ଲ କୁମାର ପ୍ରଧାନ, ଭୁବନ ପ୍ରଧାନ, ସତ୍ୟାନନ୍ଦ ରାଉତ, ଗୋପାଳ ରାଉତ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଭାଜପା ନେତା ସଞ୍ଜୀବ ସାହୁ, ବିଜେଡ଼ି ବରିଷ୍ଠ ନେତା ନଳିନୀ କାନ୍ତ ପ୍ରଧାନ ଏହି ମୁଦ ଉତ୍ସବରେ ଯୋଗଦେଇ ପ୍ରଭୁ କୃପା ଲାଭ କରିଥିଲେ।

  • ଖଲିପତ୍ର ତୋଳିବା ବେଳେ ମହିଳାଙ୍କ ପେଟରେ ବାଜିଲା ଗୁଳି

    ଖଲିପତ୍ର ତୋଳିବା ବେଳେ ମହିଳାଙ୍କ ପେଟରେ ବାଜିଲା ଗୁଳି

    ଗୁଳି ବାଜି ମହିଳା ଖଲିପତ୍ର ତୋଳାଳି ଗୁରୁତର। ଜଙ୍ଗଲରେ ଖଲି ତୋଳୁଥିବା ବେଳେ ଗୁଳିମାଡ଼ ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ବେଡ଼ିଗୋବା ଗ୍ରାମରେ । ଗ୍ରାମର ଦୁଇ ଜଣ ମହିଳା ନିକଟରେ ଥିବା ଏକ ଜଙ୍ଗଲକୁ ଖଲି ପତ୍ର ତୋଳିବା ପାଇଁ ଯାଇଥିଲେ। ସେମାନେ ଖଲି ତୋଳିବା ବେଳେ କେହି ଦୃର୍ବୁତ୍ତ ଗୁଳିମାଡ଼ କରିଥିଲା । ଜଣଙ୍କ ଦେହରେ ଗୁଳି ବାଜିବା ପରେ ସେ ଗୁରୁତର ହୋଇପଡିଥିଲେ। ଖବର ପାଇ ପରିବାର ଲୋକେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ମହିଳାଙ୍କ ପେଟରେ ଗୁଳି ବାଜିଛି । ଡାକ୍ତର ଗୁଳି ବାହାର କରି ମହିଳାଙ୍କ ଚିକିତ୍ସା କରୁଛନ୍ତି। ଗୁଳି ବାଜିଥିବା ମହିଳା ହେଲେ ଭଞ୍ଜନଗର ଥାନା ଦଦରାଲୁଣ୍ଡା ପଞ୍ଚାୟତ ବେଡିଗୋବା ଗ୍ରାମର ୩୪ ବର୍ଷୀୟା ସ୍ବପ୍ନା ସାହୁ। ତେବେ କିଏ ଓ କାହିଁକି ଗୁଳିମାଡ କଲା ତାହା ଜଣା ପଡି ନ ଥିବା ବେଳେ ବନ୍ୟ ଜୀବ ଶିକାରୀ ଏଭଳି କାଣ୍ଡ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।

  • ଭଦ୍ରକରୁ ଜମିଜମା ବିବାଦର କରୁଣ ଚିତ୍ର, ଭାଉଜକୁ ଗାଁ ଦାଣ୍ଡରେ ଥିବା ଖୁଣ୍ଟିରେ ବାନ୍ଧି ନିସ୍ତୁକ ପିଟିଲା ଦିଅର

    ଭଦ୍ରକରୁ ଜମିଜମା ବିବାଦର କରୁଣ ଚିତ୍ର, ଭାଉଜକୁ ଗାଁ ଦାଣ୍ଡରେ ଥିବା ଖୁଣ୍ଟିରେ ବାନ୍ଧି ନିସ୍ତୁକ ପିଟିଲା ଦିଅର

    ଜମିବାଡ଼ି ବିବାଦକୁ ନେଇ ଭାଉଜକୁ ଖୁଣ୍ଟିରେ ବାନ୍ଧି ପିଟିଲା ଦିଅର। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ପଞ୍ଚାୟତ ସୋଧ ଗ୍ରାମରେ । ନରୋତ୍ତମ ବାରିକଙ୍କ ସ୍ତ୍ରୀ ରମାମଣି ବାରିକ ଓ ସାନ ଦିଅର ଅଭିମନ୍ୟୁ ବାରିକ ମଧ୍ୟରେ ଜମି ଜମା ଭାଗବଣ୍ଟାକୁ ନେଇ ଦୀର୍ଘ ଦିନ ହେବ ବିବାଦ ଦେଖାଦେଇଛି । ତେବେ ଘଟଣା ରବିବାର ଦିନ ଉଗ୍ରରୂପ ନେଇଥିଲା । ରମାମଣିଙ୍କୁ ତାଙ୍କ ଦିଅର, ଯା’, ପରିବାରର ଅନ୍ୟ ସଦସ୍ୟମାନେ ଏକ ଖୁଣ୍ଟରେ ରସି ସାହାଯ୍ୟରେ ବାନ୍ଧି ପିଟୁଥିବା ଭିଡ଼ିଓ ଭାଇରାଲ ହୋଇଛି ।

    ଜଣେ ମହିଳାଙ୍କ ବିରୋଧରେ ହୋଇଥିବା ଏଭଳି ଜଘନ୍ୟ ଅପରାଧ କୌଣସି ବ୍ୟକ୍ତିବିଶେଷଙ୍କର ହୃଦୟ ବିଗଳିତ କରିଦେଇପାରେ କିନ୍ତୁ ତାଙ୍କ ନିଜ ଦିଅର ଏଭଳି ହିଁ ହୀନକାର୍ଯ୍ୟ କରି ମଧ୍ୟ ସଗର୍ବରେ ମୁଣ୍ଡଟେକି ଚାଲିବା ସଭ୍ୟ ସମାଜ ପ୍ରତି ଅପମାନ। ତେବେ ଏହି ଅମାନୁଷିକ ନିର୍ଯ୍ୟାତନା ଦ୍ୱାରା ରମାମଣି ଗୁରୁତର ହେବାପରେ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଇଥିଲା ।

    ତାଙ୍କ ସ୍ୱାମୀ ଓ ପୁଅ ଉଭୟ ମୁକ ଏବଂ ଅତି ନିରୀହ ସ୍ୱଭାବର ହୋଇଥିବାରୁ ଏମାନଙ୍କୁ ଜୀବନରୁ ମାରିଦେବାକୁ ଦିଅର ଉଦ୍ୟମ କରୁଥିବା ବିଷୟରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ତେବେ, ଏନେଇ ପ୍ରଥମେ ଧାମନଗର ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ରମାମଣି ଅଭିଯୋଗ କରିଛନ୍ତି।

  • ନିଶାକର ହାଇସ୍କୁଲର ବାର୍ଷିକ ଉତ୍ସବ ସହ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

    ନିଶାକର ହାଇସ୍କୁଲର ବାର୍ଷିକ ଉତ୍ସବ ସହ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

    କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଶିକ୍ଷାମଣ୍ତଳ ଅଧିନ ବାରିଗାଁ ଠାରେ ନିଶାକର ହାଇସ୍କୁଲର ବାର୍ଷିକ ଉତ୍ସବ ସହ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରୀ ଧନେଶ୍ଵର ଖଣ୍ଡେଇ, ମୁଖ୍ୟବକ୍ତା ଭାବେ ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ, ସମ୍ମାନୀତ ଅତିଥି ଭାବେ ଶିକ୍ଷାଧିକାରୀ ପ୍ରମୋଦ କୁମାର ନାୟକ, ଘଷିପୁରା ସ୍ଥିତ ପ୍ରାଣବଲ୍ଲଭ ଇଂରାଜୀ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଶିକ୍ଷାରତ୍ନ ଦିଲ୍ଲିପ କୁମାର ମିଶ୍ର, ପ୍ରାଣବଲ୍ଲଭ ମଧ୍ଯ ଇଂରାଜୀ ବିଦ୍ୟାଳୟର ଡ଼ାଇରେକ୍ଟର ତଥା ବିଶିଷ୍ଟ କବି ଅଶୋକ କୁମାର ପୁହାଣ, ଓଷ୍ଟା ରାଜ୍ୟ ସମ୍ପାଦକ ମୃତ୍ୟୁଞ୍ଜୟ ପଲାଇ, ଓଷ୍ଟା ବ୍ଲକ୍ ସଭାପତି ହାଟଡ଼ିହୀ ନବଘନ ନାୟକ, ସମ୍ପାଦକ ଶିଶିର କୁମାର ବିଶ୍ଵାଳ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିକ୍ରମ କେଶରୀ ବିଶ୍ବାଳ, ନିଶାକର ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ରବିନାରାୟଣ ପାତ୍ର, ଢ଼େଙ୍କା ସିଆରସିସି କେଶବ ଚନ୍ଦ୍ର କର ପ୍ରମୁଖ ଯୋଗ ଦେଇ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

    ଏଥିରେ ୯ମ ଓ ୧୦ମ ଶ୍ରେଣୀର କିଛି ଛାତ୍ରଛାତ୍ରୀ ବିଦ୍ୟାଳୟ, ପାଠପଢ଼ା, ଶିକ୍ଷକଙ୍କ ଶିକ୍ଷାଦାନ ଓ ଆଚରଣ-ବ୍ୟବହାର ଉପରେ ଅଭିଭାଷଣ ରଖିଥିଲେ ।ପୂର୍ବରୁ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଉତ୍ତମ ଶିକ୍ଷା ଭଳି ‘ଗୁରୁ ପ୍ରତି ସମ୍ମାନ ଓ ଛାତ୍ରଛାତ୍ରୀଙ୍କ ପ୍ରତି ଗୁରୁଙ୍କ ଶ୍ରଦ୍ଧା’ ନିହାତି ଆବଶ୍ୟକ ବୋଲି ମୁଖ୍ୟ ଅତିଥି କହିଥିଲେ ।

    ଶିକ୍ଷା ୨୦୨୩-୨୪ବର୍ଷର ଉତ୍ତମ ଶିକ୍ଷକ ଭାବେ ନଳିନୀକାନ୍ତ ପଣ୍ଡା ଓ ଉତ୍ତମ କର୍ମଚାରୀ ଭାବେ ବସନ୍ତ କୁମାର ଦାସଙ୍କୁ ଉପଢ଼ୌକନ, ଟ୍ରଫି, ଅର୍ଥରାଶି ସହ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧନା କରାଯାଇଛି । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଅନେକ ଅଭିଭାବକ ସାମିଲ ହୋଇଥିଲେ । କିଛି ମହିଳା ଅଭିଭାବକ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ମତବ୍ୟକ୍ତ କରିଥିଲେ ।

    ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଗୟାଧର ମଲ୍ଲିକ, ଉତ୍ତମ ଚରଣ ଦାସ, ନାରାୟଣ ଚନ୍ଦ୍ର ସେଠୀ, ଅରୁଣ କୁମାର ଦାଶ, ଜୟନ୍ତ କୁମାର ମଣ୍ତଳ, ନଳିନୀକାନ୍ତ ପଣ୍ଡା, ଦେବେନ୍ଦ୍ର କୁମାର ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିବା ବେଳେ ଏଥିରେ କର୍ମଚାରୀ ଗୋପାଳକୃଷ୍ଣ ପାତ୍ର, ବସନ୍ତ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଜେନା, ଅଜୟ କୁମାର ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

  • ହିଞ୍ଜିଳିକାଟୁ: ରଜକ ସମାଜ କୋଠଘର ନିର୍ମାଣ ପାଇଁ ସରକାରଙ୍କ ଅନୁଦାନ ପରେ ଭୂମି ପୂଜନ

    ହିଞ୍ଜିଳିକାଟୁ: ରଜକ ସମାଜ କୋଠଘର ନିର୍ମାଣ ପାଇଁ ସରକାରଙ୍କ ଅନୁଦାନ ପରେ ଭୂମି ପୂଜନ

    ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ଗ୍ରାମ ପଞ୍ଚାୟତରେ ରଜକ ସମାଜ କୋଠଘର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ବିକାଶଙ୍କ ତତ୍ବାବଧାନରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମରେ ରଜକ ସମାଜ କୋଠଘର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଅନୁଦାନ ପ୍ରଦାନ କରାଯାଇଛି। ଗଂଜାମ ଜିଲ୍ଲାର ରଜକ ସମାଜ ସଭାପତି ରମେଶ ସେଠୀ ଏହି ଅବସରରେ ରାଜ୍ୟ ସରକାରଙ୍କୁ ସାଧୁ ଵାଦ ଜଣାଇଛନ୍ତି। । ମୂଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ ବି ଡି ଓ, କୃଷି ବିପନ୍ନ ବୋର୍ଡ ବିଜେଡି ସଭାପତି ସୁରେନ୍ଦ୍ ପ୍ରଧାନ ପ୍ରମୁଖ ଏହି କର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହାପରେ ସମସ୍ତ ଅତିଥିଙ୍କୁ ଉପଢ଼ୌକନ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆମ୍ବ ଗାଁ ସରପଞ୍ଚ, ଦାରୁଭଦ୍ରା ସରପଞ୍ଚ, କଞ୍ଚୁରୁ ସରପଞ୍ଚ ପରିଚାଳନା କରିଥିଲେ । ସ୍ଥାନୀୟ ରଜକ ସମାଜ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଵୃଦ୍ଧିଜୀଵୀ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଓ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଥିଲେ।