ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର

କେନ୍ଦ୍ରାପଡାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର। ମହାକାଳପାଡ ପରେ ରାଜନଗରରେ ପ୍ରଚାର କରିଛନ୍ତି ବୈଜୟନ୍ତ ଓ ମାହାଙ୍ଗା ବିଧାନସଭା ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ। ପବିତ୍ର ମହା ବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷ ଅବସରରେ ବୈଜୟନ୍ତ ହେଲିକପ୍ଟର ଯୋଗେ ରାଜନଗରରେ ପହଞ୍ଚିବା ପରେ ସିଧା ଯାଇଥିଲା ରାଜନଗରର ପ୍ରସିଦ୍ଧ ମାଆ ମାଟିଆ ମଙ୍ଗଳାଙ୍କ ପୀଠକୁ। ସେଠାରେ ବିଧାୟକ ପ୍ରାର୍ଥୀଙ୍କ ସହ ସମର୍ଥକଙ୍କ ଗହଣରେ ମାଆଙ୍କ ଦର୍ଶନ କରିବା ସହ କରୁଣା ଭିକ୍ଷା କରିଛନ୍ତି।

ଦର୍ଶନ ପରେ ବୈଜୟନ୍ତ ବାହାରିଥିଲେ ପ୍ରଚାର ମୈଦାନକୁ। ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ ଉଭୟ ନେତା। ଓଡ଼ିଆ ନବ ବର୍ଷରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରଧାନମନ୍ତ୍ରୀଙ୍କର ଭିଜନର ବାର୍ତ୍ତା ଦେବା ସହିତ ଏଥର କେନ୍ଦ୍ରରେ ମୋଦି ସରକାର ଏବଂ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ବୈଜୟନ୍ତ

ବୈଜୟନ୍ତଙ୍କ ରାଜନଗର ପ୍ରଚାର ପାଇଁ ବିଜେପି ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ହଜାର ହଜାର ସଂଖ୍ୟାରେ ସମର୍ଥକ ବୈଜୟନ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ବୈଜୟନ୍ତଙ୍କ ସପକ୍ଷରେ ନାରାବାଜି କରିଥିଲେ।

Leave a Reply

Your email address will not be published. Required fields are marked *