ଟିକେଟ ପାଇବା ପରେ ବିଜୟକୁ ନେଇ ଆଶାବାଦୀ ରତିକାନ୍ତ

ପାଟକୁରା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳର ବିଧାୟକ ପାର୍ଥି ଭାବେ ରତିକାନ୍ତ କାନୁନଗୋ ଙ୍କୁ ଦଳ ଟିକେଟ ଦେଇଛି। ରତିକାନ୍ତ ଚାରି ବର୍ଷ ହେବ କଂଗ୍ରେସ ଦଳ ରେ ଯୋଗ ଦେବା ପରେ ପାଟକୁରା ରେ ଶୋଇରହିଥିବା କଂଗ୍ରେସ ସକ୍ରିୟ ହେବାରେ ଲାଗିଛି ।୨୦୧୯ ନିର୍ବାଚନ ରେ କଂଗ୍ରେସ ପାଟକୁରା ରୁ ଜୟନ୍ତ କୁମାର ମହାନ୍ତି ଙ୍କୁ ନିର୍ବାଚନ ରେ ମୈଦାନ ଓଲ୍ହାଇଥିବା ବେଳେ ବି ୨,୧୦୬ ଖଣ୍ଡ ଭୋଟ ପାଇଥିଲେ. କଂଗ୍ରେସ ଏକ ରକମ ନିଜ ଅସ୍ତିତ୍ୱ ହରାଇ ଥିବା ବେଳେ ରତିକାନ୍ତ ଦଳରେ ଯୋଗ ଦଇ ଚାରି ବର୍ଷ ହେବ ପାଟକୁରା ର ୩ ବ୍ଲକ ଗରଦପୁର, ଡେରାବିଶ, ଓ ମାର୍ଶାଘାଇ ବ୍ଲକ ସାତ ପଞ୍ଚାୟତ ରେ ନିଜ ସଂଗଠନ ସୁଦୃଢ କରିବା ସହ କଂଗ୍ରେସ ଦଳର ସ୍ଥିତି ସୁଦୃଢ କରିବାରେ ଲାଗିଛନ୍ତି. ରାତିକାନ୍ତ ମଧ୍ୟ ୨୦୧୯ ନିର୍ବାଚନ ରେ ସ୍ୱାଧୀନ ପାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ.

ତେବେ ୨୦୨୪ ମସିହା ରେ କଂଗ୍ରେସ ଦଳ ତାଙ୍କୁ ପୁରସ୍କାର ସ୍ୱରୂପ ପାଟକୁରା ଟିକେଟ ଦେଇଥିବାରୁ ରତିକାନ୍ତ ଦଳ ସଭାପତି ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଓ ବିଜୟ ନେଇ ଆଶା ବାଦି ବି ଅଛନ୍ତି ।

Leave a Reply

Your email address will not be published. Required fields are marked *