Author: suchanatv24x7

  • FastBet Mobil Casino Uygulaması Bugün Android işletim sistemi ve ios Gamble’a sahip olacak

    8.adım 1 Kendi takdirime bağlı olarak herhangi bir oyunu sonlandırma yetkisini saklı tutuyorum, ayrıca durumlar da dahil olmak üzere, tanınan Bahislerin derecesini gereksinimlerinize göre geri ödeyeceğiz. İnsanların hataları veya ihmalleriyle sonuçlanan giriş, kişi veya gözle görülür hatalardan sorumlu tutulamayız veya Bahislerin bu tür Terminolojiye kesinlikle aykırı olduğunu kabul ederiz. (more…)

  • ପାଇଲଟଙ୍କ ସିଟ୍ ତଳେ ବିଷଧର ସାପ…

    ପାଇଲଟଙ୍କ ସିଟ୍ ତଳେ ବିଷଧର ସାପ…

    ବିମାନ ଆକାଶ ମାର୍ଗରେ ଥିବା ବେଳେ ଯଦି ପାଇଲଟଙ୍କ ଆଗରେ ବିଷଧର ସାପ ବାହାରେ! ନିଶ୍ଚିତ ଭୟରେ ପାଇଲଟ ମୁର୍ଚ୍ଛା ଯିବେ କି ବିମାନରୁ ଡିଆଁ ମାରିବେ? କିନ୍ତୁ ଏମିତି କିଛି କରିନଥିଲେ ପାଇଲଟ । ବରଂ ଧୈର୍ଯ୍ୟର ସହ ବିମାନକୁ ଜରୁରୀକାଳୀନ ଅବତରଣ କରିଥିଲେ। ଦକ୍ଷିଣ ଆଫ୍ରିକାର ପାଇଲଟ୍ ରଡୋଲ୍ଫ ଏରାସ୍ମସଙ୍କ ପାଇଁ ବଞ୍ଚିଗଲା 5 ଜୀବନ ।
    ସାଧାରଣତଃ ଏରାସ୍ମସ ବିମାନ ଯାତ୍ରା କାଳରେ ଏକ ପାଣି ବୋତଲ ନିଜ ସହ ନେଇଥାନ୍ତି। ସେହି ବୋତଲକୁ ସେ ନିଜ ଗୋଡ ଓ ବିମାନ କାନ୍ଥ ମଝିରେ ରଖିଥାନ୍ତି। ଏରାସ୍ମସ ସୋମବାର ସକାଳୁ 4 ଜଣ ଯାତ୍ରୀଙ୍କୁ ଏକ ଛୋଟ ଏୟାର କ୍ରାପ୍ଟ ଯୋଗେ ୱର୍ସେଷ୍ଟରରୁ ନେଲ୍ସପ୍ରୁଟ ଉଡ଼ାଣ ଭରିଥିଲେ। ବିମାନ ମଝି ଆକାଶରେ,ହଠାତ୍ ଏରାସ୍ମସଙ୍କୁ କିଛି ଗୋଟିଏ ଶୀତଳ ଅନୁଭୂତି ହୋଇଥିଲା। ସେ ଭାବିଲେ ତାଙ୍କ ପାଣି ବୋତଲରୁ ପାଣି ଝରୁଛି। ତେଣୁ ବୋତଲ ଉଠାଇବାକୁ ଯେତେବେଳେ ବାମ ପାଖକୁ ଦେଖନ୍ତି, ଆଖିରେ ପଡିଥିଲା ଏକ ନାଗ। ପାଇଲଟଙ୍କ ସିଟ ତଳେ ସାପ ମୁଣ୍ଡ ବାହାର କରିଛି।
    ସାପକୁ ଦେଖି ପାଇଲଟ କିଛି ସମୟ ସ୍ତବ୍ଧ ରହିଯାଇଥିଲେ। କଣ କରିବେ କିଛି ବୁଝିପାରିନଥିଲେ ଏରାସ୍ମସ। ବିମାନରେ ସାପ ଅଛି, ଏକଥା ଯାତ୍ରୀଙ୍କୁ କହିବାକୁ ଟାହିଁ ନଥିଲେ। ସେ ଯାତ୍ରୀଙ୍କୁ ଅଯଥାରେ ଭୟଭୀତ କରିବାକୁ ଚାହିଁ ନ ଥିଲେ। ସେ ସହଜ ସୁଲଭ ସ୍ୱରରେ ଯାତ୍ରୀଙ୍କୁ ସୂଚିତ କରିଥିଲେ କି, ବିମାନରେ ଏକ ସାପ ଅଛି, ଯାହା ତାଙ୍କ ସିଟ ତଳେ ରହିଛି। ତେଣୁ ତାଙ୍କୁ ବିମାନର ଜରୁରୀ ଅବତରଣ କରିବାକୁ ହେବ।
    ସେହି ସମୟରେ ବିମାନ ୱେଲକମ ବିମାନ ବନ୍ଦରର ନିକଟତର ଥିଲା, ତେଣୁ ଏରାସ୍ମସ ବିମାନକୁ ସେଠାରେ ଜରୁରୀ ଅବତରଣ ପାଇଁ ଜୋହନ୍ସବର୍ଗ ବିମାନ ନିୟନ୍ତ୍ରକଙ୍କୁ ଜଣାଇଥିଲେ। ବିମାନରେ ଥିବା ଯାତ୍ରୀମାନେ ବିମାନରୁ ଯିବା ପରେ ଏରାସ୍ମସ ସିଟରୁ ଓହ୍ଲାଇଥିଲେ ଓ ନିଜ ସିଟ ଓଲଟାନ୍ତି ତ ଏକ ବିରାଟ ନାଗ ଗୁଡାଇ ହୋଇ ରହିଛି।
    ସାପ ଉଦ୍ଧାରକାରୀ ଟିମ ପହଞ୍ଚି ବହୁ ଖୋଜାଖୋଜି କରିଲେ ହେଲେ ସାପ ମିଳିଲା ନାହିଁ। ବିମାନର ଇଞ୍ଜିନିୟର ମଧ୍ୟ ଯନ୍ତ୍ରାଂଶ ଖୋଲି ଦେଖିଲେ, କିନ୍ତୁ କିଛି ଫଳ ମିଳି ନଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା ।

  • ବିଜେପିର ପ୍ରତିଷ୍ଠା ଦିବସ,’ସେବା ହିଁ ସଂଗଠନ’ଦଳର ମନ୍ତ୍ର

    ବିଜେପିର ପ୍ରତିଷ୍ଠା ଦିବସ,’ସେବା ହିଁ ସଂଗଠନ’ଦଳର ମନ୍ତ୍ର

    ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସ ପାଳନ ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ଦଳୀୟ ପତାକା ଉତ୍ତୋଳନ କରିବା ସହିତ ପାର୍ଟିର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

    ଦୀର୍ଘ ୪୩ ବର୍ଷର ଯାତ୍ରା ପୂରଣ କରି ଭାରତୀୟ ଜନତା ପାର୍ଟି ତାର ୪୪ତମ ପ୍ରତିଷ୍ଠା ଦିବସ ଦେଶବ୍ୟାପୀ ପାଳନ କରିଛି । କୋଟିକୋଟି କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିର ବିଚାରକୁ ପ୍ରତିଷ୍ଠା କରିବା ପାଇଁ ଦୀର୍ଘଦିନ ଧରି ସମୟ,ତ୍ୟାଗ,ସମର୍ପଣ ଓ ବଳିଦାନ ଦେଇଛନ୍ତି । ସଂଗଠନକୁ ମଜଭୁତ୍ କରିଥିବା ଏବଂ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ଗଢ଼ି ତୋଳିଥିବା ସମସ୍ତ କାର୍ଯ୍ୟକର୍ତ୍ତା ଚିର ସ୍ମରଣୀୟ ହୋଇ ରହିବା ସହ ଆମ ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଇବ । ‘ସେବା ହିଁ ସଂଗଠନ’କୁ ମୂଳମନ୍ତ୍ର କରି ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି । ‘ସବକା ସାଥ୍,ସବକା ବିକାଶ,ସବକା ବିଶ୍ୱାସ,ସବକା ପ୍ରୟାସ’କୁ ମୂଳମନ୍ତ୍ର କରି ରାଷ୍ଟ୍ରହିତ କାର୍ଯ୍ୟରେ ବିଜେପି ନିଜ କାର୍ଯ୍ୟଧାରାକୁ ଜାରି ରଖିଛି ।

    ଓଡ଼ିଶାରେ ବିଜେପିକୁ ଯେଉଁ ଭଳି ଜନସମର୍ଥନ ମିଳୁଛି ତାହା ଅତ୍ୟନ୍ତ ଉତ୍ସାହଜନକ ଏବଂ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟବାସୀ ଯେଉଁ ଦାୟିତ୍ୱ ପ୍ରଦାନ କରିଛନ୍ତି,ତାକୁ ସୂଚାରୁ ରୂପେ ନିର୍ବାହ କରି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ନେତା ଓ କର୍ମୀ ସଂକଳ୍ପବଦ୍ଧ । ସମସ୍ତ ଜିଲ୍ଲା,ମଣ୍ଡଳ ଏବଂ ବୁଥ୍‌ ଗୁଡ଼ିକରେ ‘ପ୍ରତିଷ୍ଠା ଦିବସ’ ପାଳନ ହୋଇଯାଇଛି ।

  • ମନୋରଞ୍ଜନ ଓ ରାଜନୀତିର ହେବ ମିଳନ

    ମନୋରଞ୍ଜନ ଓ ରାଜନୀତିର ହେବ ମିଳନ

    ବଲିଉଡରୁ ବଡ ଖୁଲାସା। ରାଜନେତା ଓ ଅଭିନେତ୍ରୀଙ୍କ ହେବ ମିଳନ। କ୍ୟୁଟ ଗାର୍ଲ ପରିଣୀତି ଚୋପ୍ରା ଓ ଆପ୍‌ ସାଂସଦ ରାଘବ ଚଡ୍ଡା ବିବାହ କରିବେ। କଣ୍ଠଶିଳ୍ପୀ ତଥା ଅଭିନେତା ହାର୍ଡି ସାନ୍ଧୁ ଏହି ବଡ଼ ଖବର ଦେଇଛନ୍ତି।

    ରାଘବ ଓ ପରିଣୀତିଙ୍କ ଡେଟିଂକୁ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କୁ ବାରମ୍ବାର ଏକାଠି ଦେଖିବାକୁ ମିଳୁଛି। ଏହାରି ଭିତରେ ହାର୍ଡି ସାନ୍ଧୁ କରିଛନ୍ତି ବଡ଼ ଖୁଲାସା। ସାନ୍ଧୁଙ୍କ କଥାକୁ ଏଥିପାଇଁ ସତ ଗଣାଯାଉଛି, କାହିଁକି ନା, ଏହାପୂର୍ବରୁ ଆପ୍‌ ସାଂସଦ ସଞ୍ଜୀବ ଅରୋରା ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ, ଯାହାକୁ ନେଇ ଉଭୟଙ୍କ ନିର୍ବନ୍ଧ ସାରିଥିବା ଚର୍ଚ୍ଚା ହୋଇଥିଲା । ହେଲେ ପରିଣୀତି ଓ ରାଘବ ସମସ୍ତ ଘଟଣାରେ ନିରବତା ରକ୍ଷା କରି ଆସୁଛନ୍ତି । ଅଭିନେତା ହାର୍ଡି ସାନ୍ଧୁ କହିଛନ୍ତି କି, “ମୁଁ ବହୁତ ଖୁସି ଯେ ରାଘବ ଓ ପରିଣୀତିଙ୍କ ବିବାହ ହେଉଛି। ମୁଁ ତା ପରିଣୀତିଙ୍କୁ ଶୁଭେଚ୍ଛା ଜଣାଇଛି।”

    ପରିଣୀତି ଓ ସାନ୍ଧୁ “କୋଡ ନେମ:ତ୍ରିରଙ୍ଗା”ରେ କାମ କରୁଥିଲେ। ଶୁଟିଂ ସେଟରେ ପରିଣୀତି ଓ ସେ ବିବାହକୁ ନେଇ ଆଲୋଚନା କରୁଥିଲେ। ପରିଣୀତି କହିଥିଲେ ଯେ ଠିକ ଜୀବନ ସାଥୀ ମିଳିଲେ ହିଁ ସେ ବିବାହ କରିବେ। ଏବେ ତାଙ୍କୁ ତାଙ୍କ ସ୍ୱପ୍ନର ସାଥୀ ମିଳିଯାଇଛି। ସାନ୍ଧୁ ଆହୁରି କହିଛନ୍ତି କି, ସେ ଫୋନ୍ କରି ପରିଣୀତିଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

    ଗତ ମାସରେ ରାଘବ ଓ ପରିଣୀତିଙ୍କୁ ମୁମ୍ବାଇରେ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

  • ସଂସଦ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ

    ସଂସଦ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ

    PARLIAMENT ADJOURNED

    ପାର୍ଲିଆମେଣ୍ଟର ବଜେଟ ଅଧିବେଶନ ଗୁରୁବାର ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ଘୋଷଣା ହୋଇଛି । ଉଭୟ ଲୋକସଭା ଓ ରାଜ୍ୟସଭାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଜାରି ହଙ୍ଗାମା ଭିତରେ ସ୍ୱାଭାବିକ ହୋଇପାରି ନଥିଲା ସଂସଦ । ବିରୋଧୀ ଆଦାନୀ ପ୍ରସଙ୍ଗରେ ସରକାରକୁ ଘେରିଥିବା ବେଳେ ଶାସକ ଦଳ ରାହୁଲ ଗାନ୍ଧିଙ୍କ ୟୁକେ ପ୍ରସଙ୍ଗକୁ ନେଇ ତମ୍ବିତୁଫାନ କରିଥିଲା । ଗୁରୁବାର ଆରମ୍ଭରୁ ମଧ୍ୟ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସଂସଦକୁ କଳା ପୋଷାକ ପିନ୍ଧି ଆସିବା ସହ ଜେପିସି ତଦନ୍ତ ଦାବିରେ ଅଡି ବସିଥିଲେ। ବିରୋଧୀଙ୍କ ହୋହଲ୍ଲା ଭିତରେ ଚାଲି ପାରିନଥିଲା ଗୃହ । ଏହାକୁ ନେଇ ଲୋକସଭା ବାଚସ୍ପତି ଅସନ୍ତୋଷ ବ୍ୟକ୍ତ କରିଥିଲେ ।

    ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା କହିଥିଲେ କି,ଲୋକସଭାର 11ତମ ଅଧିବେଶନ 31 ଜାନୁଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା । ଏହି ଅଧିବେଶନରେ ପ୍ରାୟ 45 ଘଣ୍ଟା 55 ମିନିଟ୍ କାମ ହୋଇଥିଲା ଯେଉଁଥିରେ 14 ଘଣ୍ଟା 45 ମିନିଟ୍ ଚର୍ଚ୍ଚା ହୋଇଥିଲା । ଅଧିବେଶନରେ 29 ତାରକା ପ୍ରଶ୍ନର ଉତ୍ତର ଦିଆଯାଇଥିବା ବେଳେ 133 ଲୋକ ମହତ୍ୱପୂର୍ଣ୍ଣ ମୁଦ୍ଦା ଉଠାଯାଇଥିଲା । ..

    ସେହିପରି, ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ରହିଥିଲା । ତେଣୁ ଗୁରୁବାର 2ଟାରେ ଗୃହକୁ ସ୍ଥଗିତ ଘୋଷଣା କରାଗଲା । ଏହାପରେ ମଧ୍ୟ ଗୃହ ଚାଲିପାରି ନ ଥିଲା । ତେଣୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ସ୍ଥଗିତ ଘୋଷଣା କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ।

  • ଫେଲ୍ ମାରିଲା ଫିଲ୍ମ ଷ୍ଟାଇଲ୍ ବ୍ୟାଙ୍କ ଲୁଟ୍

    ଫେଲ୍ ମାରିଲା ଫିଲ୍ମ ଷ୍ଟାଇଲ୍ ବ୍ୟାଙ୍କ ଲୁଟ୍

    BANK ROBBERY

    ବାରଙ୍ଗ ଥାନା ଫକୀରପଡ଼ା ଠାରେ ଥିବା ICICI ବ୍ୟାଙ୍କରୁ ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ ଫେଲ୍ ମାରିଛି । ଲୁଟେରାମାନେ ଭୟଭୀତ ହୋଇ ବ୍ୟାଙ୍କରୁ ଚମ୍ପଟ ମାରିଥିଲେ ।
    ସୂଚନା ଅନୁଯାୟୀ ଆଜି ସକାଳ ୯ଟା ୫୦ରେ ଫକୀରପଡ଼ା ଠାରେ ଥିବା ICICI ବ୍ୟାଙ୍କ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହି ସମୟରେ ତିନି ଜଣ ଅଜଣା ଯୁବକ ମୁଣ୍ଡରେ ହେଲମେଟ୍ ପିନ୍ଧି ବ୍ୟାଙ୍କ୍ ଭିତରକୁ ପଶି ଆସିଥିଲେ । ସେମାନଙ୍କ ହାତରେ ଥିବା ବନ୍ଧୁକ ଓ ଛୁରୀ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇ ଟଙ୍କା କେଉଁଠି ଅଛି ପଚାରିଥିଲେ ।

    ତେବେ, ଜଣେ କର୍ମଚାରୀ ଉପସ୍ଥିତ ବୁଦ୍ଧି ଖଟାଇ ବ୍ୟାଙ୍କର ସତର୍କ ଘଣ୍ଟି ବଜାଇଥିଲେ । ସତର୍କ ଘଣ୍ଟି ବାଜିବା ଉଠିବା କ୍ଷଣି ତିନି ଲୁଟେରା ଭୟଭୀତ ହୋଇ ବ୍ୟାଙ୍କ ଛାଡ଼ି ପଳାଇଥିଲେ । ଘଟଣାର ସମସ୍ତ ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି । ବାରଙ୍ଗ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

  • ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ନେଇ ବୈଠକ

    ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ନେଇ ବୈଠକ

    ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ଏବେଠାରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସେଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ନୋଡାଲ ଅଧିକାରୀମାନଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

    ଉପନିର୍ବାଚନ ପାଇଁ ନିର୍ବାଚନମଣ୍ଡଳରେ ଆଦର୍ଶ ଆଚରଣବିଧି ବଳବତ୍ତର ରହିଛି । ଏହାକୁ ଠିକଭାବେ ପାଳନ କରିବା, ଅଯଥା କୌଣସି ସ୍ଥାନରେ ଭିଡ଼ ନଜମାଇବା, ଟ୍ରାଫିକ୍ ସୁପରିଚାଳନା, ଅବକାରୀ ଓ ପୋଲିସ ମିଳିତ ଭାବେ ରେଡ୍ କରିବା, ନିର୍ବାଚନ ପାଇଁ ଅର୍ଥ କାରବାରରେ ରୋକ୍ ଲଗାଇବା ଭଳି ବିଭିନ୍ନ ପ୍ରସଙ୍ଗରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି CEO । ଏଥିସହ ଆବଶ୍ୟକ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

    ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଧିକାରୀଙ୍କ ସମେତ ପୋଲିସ ମୁଖ୍ୟାଳୟ IG ଯତୀନ୍ଦ୍ରନାଥ କୋଏଲ, ଆଇନଶୃଙ୍ଖଳା ବିଭାଗ ଆଇଜି ପ୍ରବୀନ କୁମାର, ଆୟକର ବିବିଭାଗ ଅତିରିକ୍ତ ନିର୍ଦ୍ଦେଶକ, ଅବକାରୀ ବିଭାଗ ଅତିରିକ୍ତ ଅବକାରୀ କମିଶନର ଓ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

  • କମ୍ ବ୍ୟାକ୍ କରିବ KKR !

    କମ୍ ବ୍ୟାକ୍ କରିବ KKR !

    IPL: KKR VS RCB

    IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । କୋଲକାତା ନାଇଟ୍ ରାଇଡର୍ସର ସାମ୍ନା କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ସନ୍ଧ୍ୟା ୭.୩୦ରେ ଇଡେନ ଗାର୍ଡେନରେ ଏହି ମ୍ୟାଚ୍ ଖେଳାଯିବ ।

    କୋଲକାତା ନାଇଟ୍ ରାଇଡର୍ସ ତାର ପ୍ରଥମ ମ୍ୟାଚରେ ପଞ୍ଜାବ ଠାରୁ ପରାସ୍ତ ହୋଇଛି । ଆଜି ଦଳ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । ନିତିଶ ରାଣାଙ୍କ ନେତୃତ୍ୱରେ ଦଳ ମୈଦାନକୁ ଓହ୍ଲାଇବ । ବିସ୍ଫୋରକ ରସେଲ, ଗୁରବାଜ, ରିଙ୍କୁ ସିଂ, ନାରିନ୍, ସାଉଦିଙ୍କ ପରି ଖେଳାଳିଙ୍କୁ ନେଇ ଲଢ଼ିବ କେକେଆର୍ ।

    ସେପଟେ, ବିଜୟରୁ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଖେଳିଥିବା ଏକମାତ୍ର ମ୍ୟାଚରେ ମୁମ୍ବାଇକୁ ହରାଇଛି ଆରସିବି । ତେଣୁ ଖେଳାଳିଙ୍କ ମନୋବଳ ବଢ଼ିଛି । କୋହଲି, ଅଧିନାକୟ ଡୁପ୍ଲେସିସ୍ ଫୁଲ୍ ଫର୍ମରେ ଅଛନ୍ତି । ବିସ୍ଫୋରକ ମ୍ୟାକ୍ସୱେଲ ମଧ୍ୟ ବଡ଼ ଇନିଂସ ଅପେକ୍ଷାରେ । ତେଣୁ ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବା ନେଇ ଆଶା କରାଯାଉଛି ।
    ଗତକାଲି IPLରେ ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା । ରାଜସ୍ଥାନ ରୟାଲ୍ସକୁ ୫ ରନରେ ପରାସ୍ତ କରିଥିଲା ପଞ୍ଜାବ କିଙ୍ଗସ ।

  • ଦିଲ୍ଲୀ ହାଇକୋର୍ଟରୁ ସତ୍ୟେନ୍ଦ୍ର ଜୈନ ନିରାଶ

    ଦିଲ୍ଲୀ ହାଇକୋର୍ଟରୁ ସତ୍ୟେନ୍ଦ୍ର ଜୈନ ନିରାଶ

    SATYENDARA JAIN

    ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା । ସତ୍ୟେନ୍ଦ୍ରଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ । ଜଷ୍ଟିସ ଦିନେଶ କୁମାରଙ୍କ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା। କୋର୍ଟରେ ଇଡି ସତ୍ୟେନ୍ଦ୍ରଙ୍କ ଜାମିନକୁ ବିରୋଧ କରିଥିଲା । ଇଡି କୋର୍ଟଙ୍କୁ ଜଣାଇଥିଲା କି, ଜୈନଙ୍କୁ ଜାମିନ ଦିଆଗଲେ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ହୋଇପାରେ ଓ ଯାଞ୍ଚ ପ୍ରକ୍ରିୟା ମଧ୍ଯ ପ୍ରଭାବିତ ହୋଇପାରେ ।

    ପୂର୍ବରୁ ସୁପ୍ରିମକୋର୍ଟ ଯାଇଥିଲେ, କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁପଡ଼ିଥିଲା । ସର୍ବୋଚ୍ଚ କୋର୍ଟରେ ସେ ମାମଲାର ତ୍ୱରିତ ଶୁଣାଣି ପାଇଁ ଅପିଲ କରିଥିଲେ। ସେତେବେଳେ ଇଡି ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ବିରୋଧ କରିଥିଲେ । ସୁପ୍ରିମକୋର୍ଟ କହିଥିଲେ କି, କୋର୍ଟରେ ଜାମିନ ଆବେଦନ ଅଧିକ ସଂଖ୍ୟାରେ ରହିଛି । ଏମିତି ଅଳ୍ପ କିଛି ମାମଲା ଥିବ ଯାହାର ଶୁଣାଣି ପୂରା ହେଉଥିବ । ଫଳରେ ଜୈନଙ୍କୁ ଯାଚିକା ଫେରାଇ ନେବାକୁ ହୋଇଥିଲା । ତେବେ ସେ କୋର୍ଟରେ ଆବେଦନ କରିଥିଲେ କି ତାଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟରେ ତୁରନ୍ତ ଶୁଣାଣି କରାଯାଉ ।
    ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ଇଡି, ଜୈନଙ୍କୁ ଗତ ମେ 30ରେ ଗିରଫ କରିଥିଲା । ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି। ଏହାବ୍ୟତୀତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୈନଙ୍କ ସହ ତାଙ୍କ ପତ୍ନୀ ପୁନମଙ୍କ ବିରୋଧରେ ମାମଲା ଦାୟର କରାଯାଇଛି।

  • ରେପୋ ରେଟ୍ ଅପରିବର୍ତ୍ତିତ,ଗ୍ରାହକଙ୍କୁ ଖୁସିକଲା RBI

    ରେପୋ ରେଟ୍ ଅପରିବର୍ତ୍ତିତ,ଗ୍ରାହକଙ୍କୁ ଖୁସିକଲା RBI

    REPO RATE UNCHANGED : RBI

    ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBI ପକ୍ଷରୁ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା ହୋଇଛି । ଲୋକଙ୍କ ବଡ଼ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଲୋକଙ୍କ ପାଇଁ ଏକ ଖୁସି ଖବର ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

    RBI ପକ୍ଷରୁ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ପୂର୍ବଭଳି ରେପୋ ରେଟରେ କୌଣସି ପରିବର୍ତ୍ତନ ନ ହୋଇ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ପୂର୍ବରୁ ୬ ଥର ବଢ଼ିଥିଲା ସୁଧହାର । ମୁଦ୍ରାନୀତି ନେଇ ଚଳିତମାସ ୩ ଏବଂ ୫ ତାରିଖରେ ବୈଠକ ହୋଇଥିବା ବେଳେ ଗତ ଫେବୃଆରୀରେ ରେପୋ ରେଟ୍ ବଢ଼ି ୬.୫ % ହୋଇଥିଲା।

    ତେବେ, ଚଳିତଥର ରେପୋ ରେଟ୍ ବଢ଼ି ନଥିବାରୁ ଇଏମଆଇ ବଢ଼ିବନି ବୋଲି କହିଛନ୍ତି RBI ଗଭର୍ଣ୍ଣର । ରେପୋ ରେଟ୍ ୨୫ ବେସିସ ପଏଣ୍ଟ ବୃଦ୍ଧି ହେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ହେଲେ RBI ଏଥିରେ କୌଣସି ପରିବର୍ତ୍ତିନ କରିନାହିଁ । ଦେଶର ଅର୍ଥ ବ୍ୟବସ୍ଥାକୁ ବଜାଇ ରଖିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ହୋଇଥିବା ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ।

    RBI ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତି ଯୋଗୁଁ ଗ୍ରାହକ ଏବେ ଫାଇଦାରେ ରହିବେ । କାରଣ ରେପୋ ରେଟ୍ ବୃଦ୍ଧି ହୋଇନଥିବାରୁ ଗ୍ରାହକଙ୍କୁ ଇଏମଆଇ କ୍ଷେତ୍ରରେ ଫାଇଦା ମିଳିବ ।