Author: suchanatv24x7

  • ମୋଦୀଙ୍କ ସ୍ଥିତି ରାଜୀବଙ୍କ ପରି ହେବ

    ମୋଦୀଙ୍କ ସ୍ଥିତି ରାଜୀବଙ୍କ ପରି ହେବ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ। ରାଜୀବ ଗାନ୍ଧୀଙ୍କ ପରି ଅବସ୍ଥା ହେବ ମୋଦୀଙ୍କର। କେରଳ ଗସ୍ତ କାଳରେ ଆତ୍ମଘାତୀ ଆକ୍ରମଣରେ ପ୍ରଧାନମନ୍ତ୍ରୀଙ୍କୁ ଉଡାଇ ଦିଆଯିବ। ମାଲାୟାଲମରେ ଲିଖିତ ଚିଠିଟି କୋଚିସ୍ଥିତ ବିଜେପି ଅଫିସକୁ ଆସିଥିଲା। ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୂରା କେରଳକୁ ହାଇ ଆଲର୍ଟ ଜାରି କରାଯାଇଛି। କାରଣ ସୋମବାର ପ୍ରଧାନମନ୍ତ୍ରୀ ଦୁଇ ଦିନିଆ କେରଳ ଗସ୍ତରେ ଯାଉଛନ୍ତି। ଗସ୍ତ କାଳରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଓ ୱାଟର ମେଟ୍ରୋର ଶୁଭାରମ୍ଭ କରିବେ ମୋଦୀ।

    କେରଳର ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ କହିଛନ୍ତି ଯେ ଚିଠିଟି ମାଲାୟାଲାମ ଭାଷାରେ ଲେଖା ହୋଇଛି। ସପ୍ତାହେ ତଳେ ଦଳର କୋଚି ସ୍ଥିତ ଆଞ୍ଚଳିକ ଅଫିସକୁ ଚିଠି ଆସିଥିଲା। ପୁଲିସ ଡିଜିଙ୍କୁ ଚିଠି ହସ୍ତାନ୍ତର କରାଯାଇଛି। ମାମଲାରେ ପୁଲିସ୍  ଜନି ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। କାରଣ ତାଙ୍କ ଘରର ଠିକଣା ଚିଠିରେ ରହିଛି। ତେବେ ସେ ଏହାକୁ ଖଣ୍ଡନ କରିଛନ୍ତି। କେହି ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ଜନି କହିଛନ୍ତି। ପୁଲିସ ଯାଞ୍ଚରୁ ହାତଲେଖା ଜନିଙ୍କ ନଥିବା ଜଣାପଡିଛି।  

  • ପାରାଦୀପ ନୂଆ ବଜାରରେ ହାଇୱା-କାର୍ ମୁହାଁମୁହିଁ ଧକ୍କା, ଜଣେ ମୃତ

    ପାରାଦୀପ ନୂଆ ବଜାରରେ ହାଇୱା-କାର୍ ମୁହାଁମୁହିଁ ଧକ୍କା, ଜଣେ ମୃତ

    କଟକ ପାରାଦୀପ ରାଜପଥର ନୂଆ ବଜାର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାରେ ଜଣଙ୍କ ଜୀବନ ଯାଇଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

    କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କାରୁ ଏହି ଦୁର୍ଘଟଣା ଘଟିଥିଲା । କଟକରୁ ରଘୁନାଥପୁରରୁ ଯାଉଥିବା ଏକ ଟାଟା ଇଣ୍ଡିଗୋ ସହ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରଟି ଚେପା ହୋଇଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି କାରର କିଛି ଅଂଶ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ମେଡିକାଲ୍ ପଠାଯାଇଛି ।

  • ବିଦେଶରେ ଜଲୱା ଦେଖାଇବେ ମହାକାଳପଡ଼ା ଝିଅ

    ବିଦେଶରେ ଜଲୱା ଦେଖାଇବେ ମହାକାଳପଡ଼ା ଝିଅ

    ଦିନେ ଯିଏ ଗାଁ ଦାଣ୍ଡରେ ଧୂଳିବାଲିରେ ଖେଳୁଥିଲା, ଆଜି ସେ ବିଦେଶ ମାଟିରେ ଖେଳିବେ । ନିଜର ନିଷ୍ଠା ଓ କଠିନ ପରିଶ୍ରମ ବଳରେ ବିଦେଶ ଗସ୍ତ କରିବେ ଶିବାନୀ । ବର୍ଲିନରେ ଆୟୋଜିତ ସ୍ଵତନ୍ତ୍ର ଅଲିମ୍ପିକ୍ସ, ବିଶ୍ୱ ଗ୍ରୀଷ୍ମକ୍ରୀଡ଼ାରେ ଅଂଶଗ୍ରହଣ କରିବେ ।

    ଭାରତୀୟ ବିଚ୍ ଭଲିବଲ ଦଳରେ ସାମିଲ ହେଲେ ଗାଁ ଝିଅ ଶିବାନୀ । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ବଡ଼ତୋଟା ଛପାଲି ଗାଁର ପବିତ୍ର ପରିଡ଼ା ଓ ରୀନାରାଣୀଙ୍କ ଝିଅ ଶିବାନୀ ପ୍ରିୟଦର୍ଶିନୀ । ସେ ବିଦେଶରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେବେ । ଜୁନ୍ ୧୨ରୁ ୨୬ ମଧ୍ୟରେ ଜର୍ମାନୀର ବର୍ଲିନରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ଅଲମ୍ପିକ୍ସ ବିଶ୍ୱ ଗ୍ରୀଷ୍ମକ୍ରୀଡ଼ା । ବିଚ୍ ଭଲିବଲ ଭାରତୀୟ ଦଳରେ ସ୍ଥାନ ପକ୍କା କରିଛନ୍ତି ଶିବାନୀ । ଏବେ ତାଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି ।

    ବହୁଦିନ ପରେ ଶିବାନୀଙ୍କ ସ୍ୱପ୍ନ ସାକାର ହୋଇଛି । ବିଦେଶରେ ଭଲ ପ୍ରଦର୍ଶନ କରି ଭାରତ ପାଇଁ ଗୌରବ ଆଣିବେ ବୋଲି ସେ ଆଶା ରଖିଛନ୍ତି ।

    ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର +୩ ପ୍ରଥମ ବର୍ଷ ଛାତ୍ରୀ ଶିବାନୀ । ପାଠ ପଢ଼ିବା ସହ ଗାଁର ଝିଅ ଏବେ ବିଦେଶରେ ନିଜ ଜଲୱା ଦେଖାଇବେ । ଏ ଖବର ପ୍ରଚାର ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ମହାକାଳପଡ଼ା ବ୍ଲକ୍ କ୍ରୀଡ଼ା ଶିକ୍ଷକ ଆସୋସିଏସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

  • ପାକିସ୍ଥାନକୁ ଚୀନର ନାଲି ଆଖି

    ପାକିସ୍ଥାନକୁ ଚୀନର ନାଲି ଆଖି

    ପାକିସ୍ଥାନ ସବୁ ସମୟରେ ଚୀନକୁ ନିଜର ପ୍ରକୃତ ବନ୍ଧୁ ମାନି ଆସିଛି। ଚୀନର ସଂରକ୍ଷଣ ଓ ସହଯୋଗରୁ ଭାରତକୁ ଆତଙ୍କବାଦୀଙ୍କ ଦ୍ୱାରା ହଇରାଣ କରୁଛି। ହେଲେ ଯେଉଁ ବନ୍ଧୁକୁ ନେଇ ଏତେ ଦମ୍ଭ ଦେଖାଉଥିଲା ପାକିସ୍ଥାନ , ଏବେ ସେହିଁ ନାଲି ଆଖି ଦେଖାଇବାକୁ ପଛାଇନି। ପାକିସ୍ଥନ ବର୍ତ୍ତମାନ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛି। ଲୋକଙ୍କୁ ମିଳୁ ନାହିଁ ଖାଦ୍ୟ ସାମଗ୍ରୀ। ଲୋକଙ୍କ ସମସ୍ୟା ଦୂର କରିବାରେ ବିଫଳ ହୋଇଛି ସରକାର। ଏପରି ସମୟରେ ଚୀନ କହୁଛି, ତାର ବାକି ୬୦ ମିଲିୟନ ଡଲାର ଫେରାଇଦେବାକୁ କରିଛି ତାଗିଦ। ତୁରନ୍ତ ଟଙ୍କା ନ ଫେରାଇଲେ ଉନ୍ନୟନ କାମରେ ତାଲା ପକାଇବାକୁ କରିଛି ତାଗିଦ।

    ଯଦି 60 ମିଲିୟନ ଶୀଘ୍ର ପଇଠ କରା ନ ଯାଏ ତେବେ ପାକିସ୍ଥାନ ଅନ୍ଧାରରେ ଘୋଟିଯିବ। କାରଣ ଚୀନ ଯେଉଁ ଟଙ୍କା ମାଗୁଛି ତାହା ପାକିସ୍ଥାନରେ କୋଇଲା ଖନନ କରି ବିଜୁଳି ଉତ୍ପାଦନ କରିବାରେ ନିୟୋଜିତ ଚୀନ୍‌ର ବହୁ କମ୍ପାନୀଙ୍କ ବକେୟା। ତେବେ ପାକିସ୍ଥାନ ଯେତେବେଳେ ଦେବାଲିଆ ସ୍ଥିତିରେ ରହିଛି, ସେପରି ସମୟରେ ଟଙ୍କା ମାଗିବା କେତେ ଦୂର ଠିକ୍। ଚୀନ ଯଦି କାମ ବନ୍ଦ କି ଦିଏ ତେବେ କୋଇଲା ଖନନ ବନ୍ଦ ହୋଇଯିବ ଓ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବ। ଫଳରେ ସାରା ଦେଖ ପୁଣି ଅନ୍ଧାରରେ ଛାଇଯିବ।

    ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ବେଳେ ବିଦ୍ୟୁତ କାଟ ଲୋକଙ୍କ ଜୀବନ ଯାତ୍ରାକୁ ବ୍ୟାପକ ଭାବେ ପ୍ରଭାବିତ କରିବ। ଗରମରେ ଲୋକେ କେମିତି ଚଳିବେ ତାକୁ ନେଇ ଉଠିଛି ପ୍ରଶ୍ନ। ଅନ୍ୟପଟେ, ପ୍ରାୟ ବର୍ଷେ ହେବ ପାକିସ୍ଥାନ ଚୀନ କମ୍ପାନୀଗୁ଼ଡିକୁ ଟଙ୍କା ପଇଠ କରିନାହିଁ।  

  • ନୋ ଗେଷ୍ଟ, ନୋ ପାର୍ଟି, ସରିଲା ଅଭିନେତ୍ରୀଙ୍କ ଦ୍ୱିତୀୟ ବିବାହ !

    ନୋ ଗେଷ୍ଟ, ନୋ ପାର୍ଟି, ସରିଲା ଅଭିନେତ୍ରୀଙ୍କ ଦ୍ୱିତୀୟ ବିବାହ !

    ଦ୍ୱିତୀୟ ବିବାହ କଲେ ଅନୁ ଚୌଧୁରୀ ! ଓଲିଉଡ୍ ଅଭିନେତ୍ରୀ ପୁଣି ବିବାହ କରିଛନ୍ତି । ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ମ୍ୟାଡମ୍ କେତେ ଥର ବିବାହ କରିବେ । ଫ୍ୟାନ୍ସମାନଙ୍କୁ ଚକିତ କରିଛନ୍ତି ଅନୁ ।

    ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ । ୧୯୯୮ରୁ ଓଲିଉଡରେ ପାଦ ରଖିଥିଲେ । ଇଣ୍ଡଷ୍ଟ୍ରିକୁ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି ଦେଇ ଚାଲିଲେ । ଶାଶୂ ଘରକୁ ଚାଲିଯିବି, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ,ଧଉଳି ଏକ୍ସପ୍ରେସ, ହରି ଭାଇ ହାରେନା, ପୁଅ ମୋର ଜଗତ ଜିତା ଭଳି ଅନେକ ହିଟ୍ ମୁଭିରେ ସେ ଦମଦାର ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ଯାଦୁରେ ଦର୍ଶକ ଭାରି ମତୁଆଲା । ଏତେ ବର୍ଷ ପରେ ଏବେ ପୁଣି ଥରେ ବିବାହ ଖବର ଆସିଥିବାରୁ ଫ୍ୟାନ୍ସମାନେ କନଫ୍ୟୁଜ୍ ହୋଇଛନ୍ତି ।

    ବୟସ ବଢ଼ିଲାଣି କିନ୍ତୁ ଅନୁ ଚୌଧୁରୀ ବର୍ତ୍ତମାନ ବି ୟଙ୍ଗ୍ । ସେ ସୌନ୍ଦର୍ଯ୍ୟର ଭାରି ଯତ୍ନ ନିଅନ୍ତି । ସେଥିପାଇଁ ତ ୪୪ ବର୍ଷରେ ବି ସେ ୧୪ ବର୍ଷୀୟା ଲାଗନ୍ତି । ଏହି ବୟସରେ ପୁଣି ଥରେ ବିବାହ ନିଶ୍ଚିତ ଭାବେ ଦର୍ଶକ ଏବଂ ପ୍ରଶଂସକମାନଙ୍କୁ ଟିକେ ଖୁସ୍ କରିଛି । କିନ୍ତୁ ଏହାର ରହସ୍ୟ ଟିକେ ଅଲଗା ।

    ଆଗକୁ ଅନୁ ଚୌଧୁରୀଙ୍କ ଗୋଟିଏ ମୁଭି ଆସୁଛି । ଏଥିପାଇଁ ସୁଟିଂ ଜୋରଦାର ଚାଲିଛି । ସୁଟିଂ ସେଟରେ ଅନୁଙ୍କ ବିବାହ ସରିଛି ମାନେ ଏକ ସିନରେ ଅନୁ ବିବାହ କରିଛନ୍ତି ଯାହାର ଫଟୋ ସେୟାର ହୋଇଛି । ସେ ଏଥିରେ ଦମଦାର ଅଭିନୟ କରିଛନ୍ତି । ଏହି ମୁଭି ସୁପରଡୁପର ହିଟ୍ ହେବାର ଅଛି । ତାଙ୍କ ବିବାହ ରିୟଲ ନୁହଁ ରିଲ୍ ମାନେ ଏକ ଚରିତ୍ରରେ ସେ ବୋହୂ ବେଶରେ ସଜେଇ ହୋଇଛନ୍ତି । ୨୦୦୬ରେ ବିବାହ କରିଥିଲେ ଅନୁ ଚୌଧୁରୀ । ହେଲେ ଅଭିନୟ ପାଇଁ ଅନୁମତି ନ ମିଳିବାରୁ ତାଙ୍କ ବିବାହ ବିଛେଦ ହୋଇଥିଲା ।

  • ଡବ୍ଲୁଏମଓର ରିପୋର୍ଟ ବଢାଇଲା ବିଶ୍ୱର ଚିନ୍ତା

    ଡବ୍ଲୁଏମଓର ରିପୋର୍ଟ ବଢାଇଲା ବିଶ୍ୱର ଚିନ୍ତା

    ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବ ପାଇଁ ହୋଇଛି ଚିନ୍ତାର କାରଣ। ୱାର୍ଲ୍ଡ ମେଟେରୋଲୋଜି ସାଇନ୍ସ ଅର୍ଗାନାଇଜେସନ ବା ଡବ୍ଲୁଏମଏସଓର ସଦ୍ୟତମ ରିପୋର୍ଟ ପୁଣି ଥରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଦିଗରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ କରିଛି। ସମୁଦ୍ରର ଗଭୀରରୁ ଗଭୀରତମ ପ୍ରଦେଶରୁ ପର୍ବତର ଉଚ୍ଚତମ ଶୀଖର ଯାଏଁ  ଜଳବାୟୁ ପରିବର୍ତ୍ତନ ନିଜ ପରିଧି ବଢାଇ ଚାଲିଛି। ଯାହାର ଫଳ ସ୍ୱରୂପ ଗ୍ରୀଷ୍ମ ପ୍ରବାହ, ଦୁର୍ବିକ୍ଷ, ବନ୍ୟା, ମରୁଡି, ଭୂସ୍ଖଳନ, ଜଙ୍ଗଲ ନିଆଁର ପ୍ରଭାବ ଭୋଗୁଛି ସାରା ବିଶ୍ୱ।

    ଦ ଷ୍ଟେଟ ଅଫ ଦ ଗ୍ଲୋବାଲ କ୍ଲାଇମେଟ 2022 ନାମକ ରିପୋର୍ଟ ଦର୍ଶାଉଛି କି, ଉଷ୍ମତାକୁ ଶୋଷି ନେଉଥିବା ଗ୍ରୀନହାଉସ ଗ୍ୟାସ ରେକର୍ଡସ୍ତରରେ ପହଞ୍ଚି ଯିବା କାରଣରୁ ଭୂମି, ସମୁଦ୍ର ଓ ଜଳବାୟୁକୁ ନେଇ ବିଶ୍ବସ୍ତରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ରିପୋର୍ଟରୁ କୁହାଯାଇଛି କି, ଗତ 8 ବର୍ଷରେ ବିଶ୍ୱର ତାପମାତ୍ରା ରେକର୍ଡଠାରୁ ଅଧିକ ରହିଆସୁଛି। ଏମିତି କି, 2022ର ଗ୍ଲେସିୟର ତରଳିବା ଓ ସମୁଦ୍ରର ଜଳସ୍ତର ବୃଦ୍ଧି ପୁଣି ରେକର୍ଡ କରିଛି। ବିଗତ 8 ବର୍ଷରେ ବୈଶ୍ୱିକ ହାରାହାରି ତାପମାତ୍ରା ରେକର୍ଡଠାରୁ ଅଧିକ ରହିଛି। 2022ରେ ଏହା 1850-1900 ମଧ୍ୟରେ ହାରାହାରି ତାପମାତ୍ରାଠାରୁ 1.5 ଡିଗ୍ରୀ ସେଲ୍ସିୟସରୁ ଉପରକୁ ଚାଲି ଯାଇଥିଲା।

    ରିୟଲ ଟାଇମ ଡାଟାରୁ ଜଣାପଡୁଛି କି, କାର୍ବନ ଡାଇଅକ୍ସାଇଡ, ମିଥେନ ଓ ନାଇଟ୍ରସ ଅକ୍ସାଇଡ ପରି ତିନ ଗ୍ରୀନ ହାଉସ ଗ୍ୟାସ ସ୍ତର 2022ରେ ବୃଦ୍ଧି ପାଇବାରେ ଲାଗିଛି। 2022ରେ ଲା ନିନାର ସ୍ଥିତି ରହିବା ସତ୍ତ୍ୱେ ବିଶ୍ୱ ହାରାହାରି ସମୁଦ୍ର ଜଳସ୍ତରରେ ବୃଦ୍ଧି ଜାରି ରହିଛି । ସମୁଦ୍ର ପୃଷ୍ଠର 58% ଅଂଶ  2022 କାଳରେ ଏକ ସାମୁଦ୍ରିକ ହିଟ ୱେଭ ଅନୁଭବ କରିଛି। ଗ୍ରୀଷ୍ମ କାଳରେ ଚୀନ ଓ ୟୁରୋପରେ  ହିଟ ୱେଭ ସର୍ବାଧିକ ପ୍ରଭାବିତ କରିଛି। ଭାରତରେ ମଧ୍ୟ ଜଳବାୟୁ ପରିବର୍ତ୍ତନର କୁପରିଣାମ ଦେଖିବାକୁ ମିଳିଛି। ମନସୁନ କାଳରେ ବିଭିନ୍ନ ପ୍ରକାରରେ ବନ୍ୟା ଦେଖିବାକୁ ମିଳିଛି ଭାରତରେ। ଜୁନରେ ବିଶେଷକରି ଭାରତର ଉତ୍ତର-ପୂର୍ବାଞ୍ଚଳରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳୁଛି। ଏହି ସମୟରେ ବନ୍ୟା ଓ ଭୂସ୍ଖଳନରୁ 700ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବଜ୍ରାଘାତରେ 900ରୁ ଅଧିକ ଲୋକ ପ୍ରାଣ ହାନି ଘଟିଛି।

  • କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ

    କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ

    ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ବଟକୃଷ୍ଣ ପ୍ରଧାନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ହସନପୁର ଗାଁରେ ।

    ସୂଚନା ଅନୁସାରେ ଯୋଗ୍ୟ ହସନପୁର ଗାଁର ବଟକୃଷ୍ଣ ପ୍ରଧାନ ଆଜି ଭୋରୁ ଶୌଚ ପାଇଁ ପଡ଼ିଆକୁ ଯାଇଥିଲେ । ସେ ଦୁଇଟି ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ତାଙ୍କୁ ଆକ୍ରମଣରୁ ଗୁରୁତର ହୋଇଥିଲେ । ବଟକୃଷ୍ଣଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

  • ସଲୁଙ୍କ ‘କିସି କା ଭାଇ, କିସି କି ଜାନ’ ବକ୍ସ ଅଫିସରେ ଦେଖେଇପାରିନି ଜଲ୍ୱା

    ସଲୁଙ୍କ ‘କିସି କା ଭାଇ, କିସି କି ଜାନ’ ବକ୍ସ ଅଫିସରେ ଦେଖେଇପାରିନି ଜଲ୍ୱା

    ସଲୁ ମିଆଁଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ, କିସି କି ଜାନ’ ବକ୍ସ ଅଫିସରେ ସେମିତି କିଛି ଜଲ୍ୱା ଦେଖାଇ ପାରି ନାହିଁ। 4 ବର୍ଷ ପରେ ଭାଇ ଜାନଙ୍କ ଫିଲ୍ମ ଆସୁଥିବା ଜଣାପଡିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ। କିନ୍ତୁ  ଫିଲ୍ମ ଦେଖିବା ପରେ ନିରାଶ ହୋଇଛନ୍ତି ଦର୍ଶକ। ଆଉ ଯେମିତି ଭାଇ ଜାନଙ୍କ ଆକ୍ଟିଂରେ ନାହିଁ ପୂର୍ବର ସେ ଦମ। ଲାଗୁଛି ଯେମିତି ସଲୁ ମିଆଁ ବକ୍ସ ଅଫିସ ଉପରେ ନିଜର ଦବଦବା ହରେଇ ବସୁଛନ୍ତି। ତେବେ କାହିଁକି କିସି କା ଭାଇ, କିସି କି ଜାନ୍ ଫ୍ୟାନ୍ସଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି?  

    ସିନେ ସମୀକ୍ଷକଙ୍କ ଅନୁଯାୟୀ ଫିଲ୍ମରେ କିଛି ବଡ ଦୁର୍ବଳତା ରହିଛି, ଯେଉଁଥି ପାଇଁ ଦର୍ଶକଙ୍କୁ ଆକୃଷ୍ଟ କରିପାରିନି ଭାଇ ଜାନଙ୍କ ଚଳିତ ଫିଲ୍ମ। ସମୀକ୍ଷକଙ୍କ ମତରେ ଫିଲ୍ମର ନିର୍ଦ୍ଦେଶକ ସଲିଡ ହେବା ଦରକାର। ସଲମନଙ୍କୁ ଫ୍ୟାନ୍ସ ଆକ୍ସନ ବା ଫ୍ୟାମିଲି ମ୍ୟାନ ଭାବେ ଦେଖିବାକୁ ଚାହିଁଥାନ୍ତି। କିସି କା ଭାଇ, କିସି କି ଜାନ ଉଭୟ ଶ୍ରେଣୀରେ ଆସୁଥିଲା, କିନ୍ତୁ ନିର୍ଦ୍ଦେଶକ ଫରହାଦ ସାମଜୀ ନିର୍ଦ୍ଦେଶନା କ୍ଷେତ୍ରରେ ଦୁର୍ବଳ ପଡିଯାଇଛନ୍ତି। ତେଣୁ ପୂରା ଫିଲ୍ମ ସଲମନଙ୍କ ଷ୍ଟାର ପାୱାର ଉପରେ ନିର୍ଭରଶୀଳ ହୋଇପଡିଥିଲା। ଏମିତି ବେଳେ ତାଙ୍କ ସହ ବଚନ ପାଣ୍ଡେଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ। ବଚନ ପାଣ୍ଡେ ବି ସାଉଥ ରିମେକ ଥିଲା, କିସି କା ଭାଇ କିସି କି ଜାନ ମଧ୍ୟ। ତେଣୁ ଉଭୟ ଫିଲ୍ମର ସ୍ଥିତି ସମାନ ହୋଇଯାଇଛି।

    ଫିଲ୍ମର ଆଉ ଏକ ଦୁର୍ବଳ ଦିଗ ହେଉଛି  କାହାଣୀ। ସଲମନ ଖାନଙ୍କ ହିଟ ଫିଲ୍ମ ଉପରେ ନଜର ପକାଇଲେ ଦେଖିବା ଏକ ଥା ଟାଇଗର, ଦବଙ୍ଗ, ବଜରଙ୍ଗୀ ଭାଇଜାନ ଓ ୱାଣ୍ଟେଡ। ସବୁ ସାଉଥ ରିମେକ ସହ  ଓରିଜିନାଲ ମୁଭ ସାମିଲ ଥିଲା। କ୍ୟାରେକ୍ଟର ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ଥିଲା। କିନ୍ତୁ କିସି କା ଭାଇ, କିସି କି ଜାନରେଭାଇଙ୍କ ଷ୍ଟାର ପାୱାର ତ ଥିଲା, ହେଲେ କାହାଣୀରେ ଚରିତ୍ରକୁ ସଠିକ୍ ଉପସ୍ଥାନ କରି ପାରୁନଥିଲା।

    କିସି କା ଭାଇ, କିସି କି ଜାନ ଫିଲ୍ମରେ ସଲମନଙ୍କ ଅଭିନୟ ହଜିଯାଇଥିବା କ୍ରିଟିକ୍ ମତ ଦିଅନ୍ତି। ତେଣୁ ଭାଇଜାନଙ୍କୁ ଫିଲ୍ମରେ ଷ୍ଟାର କାଷ୍ଟ ସହ ଆକ୍ଟିଙ୍ଗ ଭରିବାକୁ ପରାମର୍ଶ ଦେବାକୁ ପଛାଇ ନାହାନ୍ତି ସମୀକ୍ଷକ। କୁହାଯାଇଛି, ଫିଲ୍ମକୁ ଖଣ୍ଡ ବିଖଣ୍ଡିତ କରା ନ ଯାଉ। ଫିଲ୍ମରେ ଆକ୍ଟିଂ ଓ ଏକ୍ସପ୍ରେସନର ଖେଳ ଗୁରୁତ୍ୱ ବହନ କରିଥାଏ, ଯାହା ଫିଲ୍ମରେ ଜଗପତି ବାବି ଓ ଭେଙ୍କଟେଶଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ଠାରେ ଦେଖିବାକୁ ମିଳିନି। ସମୟ ସହ ତାଳ ଦେଇ, ଦର୍ଶକଙ୍କ ମିଜାଜ ବୁଝି ଫିଲ୍ମ କରିବାକୁ ସଲମନଙ୍କୁ ପରାମର୍ଶ ଦେଇଛନ୍ତି ସମୀକ୍ଷକ।