Author: suchanatv24x7

  • ନିୟମ ଉଲ୍ଲଂଘନ କଲା କି ANI ? TWITTER ପକ୍ଷରୁ ବଡ଼ ଆକ୍ସନ

    ନିୟମ ଉଲ୍ଲଂଘନ କଲା କି ANI ? TWITTER ପକ୍ଷରୁ ବଡ଼ ଆକ୍ସନ

    ଏବେ ଫଟାଫଟ୍ ଆକ୍ସନ ନେଉଛି ଟ୍ୱିଟର । ଏହାର ନିୟମ ଉଲ୍ଲଂଘନ କଲେ, ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ । ଟ୍ୱିଟର ବସ୍ ଏଲନ୍ ମସ୍କ ଆକ୍ସନ ନେବାରେ ମାହିର । ନିକଟରେ ବହୁ ରାଜନେତା, ଅଭିନେତା ଏବଂ ସ୍ପୋର୍ଟସଷ୍ଟାରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲ୍ୟୁ ଟିକ୍ ହଟାଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ ଏଲନ୍ ମସ୍କ । ଏବେ ପୁଣି ଥରେ ଏସିଆର ସବୁଠୁ ବଡ଼ ନ୍ୟୁଜ୍ ଏଜେନ୍ସି ANI ଉପରେ ଆକ୍ସନ ନେଇଛନ୍ତି ।

    ANI ଟ୍ୱିଟର ଆକାଉଣ୍ଟ ସସପେଣ୍ଡ ପଛର ରହସ୍ୟ କ’ଣ । ଇ-ମେଲ୍ ମାଧ୍ୟମରେ ANI ସମ୍ପାଦକଙ୍କ ନିକଟକୁ କାରଣ ପଠାଇଛି ଟ୍ୱିଟର । ଏହାର ନିୟମ ଉଲ୍ଲଂଘନ କରିଥିବାରୁ ଅଫିସିଆଲ୍ ଆକାଉଣ୍ଟ ଲକ୍ କରାଯାଇଛି । ଟ୍ୱିଟର ଆକାଉଣ୍ଟ କରିବା ପାଇଁ ଅତି କମରେ ୧୩ ବର୍ଷ ବୟସ ଆବଶ୍ୟକ ଥିବାବେଳେ ଏଥିପ୍ରତି କୌଣସି ଧ୍ୟାନ ଦିଆଯାଇନଥିବା କୁହାଯାଇଛି । ANI ସମ୍ପାଦକ ସ୍ମିତା ପ୍ରକାଶଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ANI ଆକାଉଣ୍ଟରେ ୭୬ ଲକ୍ଷରୁ ଅଧିକ ଅନୁସରଣକାରୀ ଅଛନ୍ତି । ସେପଟେ, ANI ଆକାଉଣ୍ଟ ରିଷ୍ଟୋର କରିବାକୁ ଅନୁରୋଧ କରିଛି ଟ୍ୱିଟର ।

  • ସେନା ଆମ୍ବୁଲାନ୍ସ ଘାଟିରୁ ଖସି ତିନି ଯବାନ ମୃତ

    ସେନା ଆମ୍ବୁଲାନ୍ସ ଘାଟିରୁ ଖସି ତିନି ଯବାନ ମୃତ

    ଶନିବାର ଭାରତୀୟ ସେନାର ଏକ ଆମ୍ବୁଲାନ୍ସ ଘାଟିରୁ ଖସି ପଡ଼ିବାରୁ ତିନି ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାର ଏଲଓସି ନିକଟବର୍ତ୍ତୀ  କେରି ସେକ୍ଟରେ ସେନା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି।ଘାଟି ରାସ୍ତାର ସଂକୀର୍ଣ୍ଣ ବୁଲାଣିରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଉ ଆମ୍ବୁଲାନ୍ସଟି ଘାଟି ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ 3 ଯବାନଙ୍କ ମୃତ୍ୟୁ ଘଟିଛି। 

    ଏପ୍ରିଲ 20 ତାରିଖରେ ଜମ୍ମୁ-କଶ୍ମୀରର ପୁଞ୍ଚରେ ସେନାର ଏକ ଟ୍ରକ୍‌କୁ ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳି ମାଡ଼ କରିବାରୁ 5 ଜଣ ଯବାନ  ସହିଦ ହୋଇଥିଲେ। ସେହିପରି ଗତ ବର୍ଷ ଡିସେମ୍ବର ମାସରେ ସିକ୍କିମରେ ଘାଟିରୁ ସେନାର ଏକ ଗାଡ଼ି ଖସି ପଡ଼ିବାରୁ 16 ଜଣ ଯବାନଙ୍କ ପ୍ରାଣହାନୀ ହୋଇଥିଲା।

  • ବାଇଜୁ ଉପରେ ଇଡି ଚଡକ

    ବାଇଜୁ ଉପରେ ଇଡି ଚଡକ

    ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ନିୟମର ଉଲ୍ଲଙ୍ଘନ ଅଭିଯୋଗରେ ଅନଲାଇନ ଶିକ୍ଷାଣ ପ୍ରତିଷ୍ଠାନ ବାଇଜୁ ଉପରେ ଇଡି ନଜର। ବାଇଜୁର ସିଇଓ ରବିନ୍ଦ୍ରନଙ୍କ ବାୟଜୁ ଓ ‘ଥିଙ୍କ୍ ଆଣ୍ଡ ଲର୍ନ ପ୍ରାଇଭେଟ ଲିମିଟେଡ’ ସମେତ ବାସଭବନ ଉପରେ ରେଡ କରିଛି ଇଡି। ଚଢାଉରେ ଇଡିକୁ ବହୁ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ମିଳିଥିବା ସୂଚନା ରହିଛି।

    ଇଡି ସୂଚନାକ ମୁତାବକ, ୨୦୨୧-୨୧ ଆର୍ଥିକ ବର୍ଷରେ କମ୍ପାନୀ ନିଜର ଆର୍ଥିକ କାରବାରର ବିବରଣୀ ଦେଇନାହିଁ କି ଖାତା ଅଡିଟ୍ କରିନାହିଁ। ୨୦୧୧ ରୁ ୨୦୨୩ ମଧ୍ୟରେ ଫେମା ଅନ୍ତର୍ଗତ କମ୍ପାନୀ ପ୍ରାୟ  ୨୮ ହଜାର କୋଟି ଟଙ୍କାର ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ଠୁଳ କରିଛି ଓ ବିଦେଶକୁ ୯୭୫୪ କୋଟି ଟଙ୍କା ପଠାଯାଇଛି ।

    ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନାଁରେ କମ୍ପାନୀ ଏହି ସମୟରେ ବିଜ୍ଞାପନ ଓ ମାର୍କେଟିଂ ଖର୍ଚ୍ଚ ବାବଦକୁ ୯୪୪ କୋଟି ଟଙ୍କା ବୁକ୍ କରିଛି । ଯେଉଁଥିରେ ବିଦେଶୀ ଅଧିକାରୀଙ୍କୁ ପଠାଯାଇଥିବା ରାଶି ମଧ୍ୟ ସାମିଲ ରହିଛି । କମ୍ପାନୀର ଡାଟାର ସତ୍ୟତା ଜାଣିବାକୁ ବ୍ୟାଙ୍କଗୁଡିକ ଦ୍ୱାରା ଯାଞ୍ଚ କରାଯାଉଛି ।

  • ମେ’ ୫ ସୁଦ୍ଧା ଲଘୁଚାପ କ୍ଷେତ୍ର ! ରାଜ୍ୟ ଉପରେ ପଡ଼ିବ କି ପ୍ରଭାବ ?

    ମେ’ ୫ ସୁଦ୍ଧା ଲଘୁଚାପ କ୍ଷେତ୍ର ! ରାଜ୍ୟ ଉପରେ ପଡ଼ିବ କି ପ୍ରଭାବ ?

    ପ୍ରବାହ ଗ୍ରୀଷ୍ମପ୍ରବାହ ଭିତରେ ଏବେ ପୁଣି ଲଘୁଚାପ ଚିନ୍ତା । ସପ୍ତାହକ ପରେ ଦକ୍ଷିଣ-ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ମେ’ ୫ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ହେଲେ, ରାଜ୍ୟ ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି ।

    ଦକ୍ଷିଣ ବଙ୍ଗୋପସାଗର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ସେପଟେ ଅବପାତ ବାତ୍ୟା ରୂପ ହେବା ନେଇ ସ୍ପଷ୍ଟ ସୂଚନା ନଥିବା କହିଛନ୍ତି IMD DG । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏହାର ପରବର୍ତ୍ତୀ ପୂର୍ବାନୁମାନ କରିହେବ ବୋଲି ଆଇଏମଡି ଡିଜି କହିଛନ୍ତି । ଏଭଳି ଆଶଙ୍କାକୁ ନେଇ ଲୋକେ ଭୟଭୀତ ହେବାର ନାହିଁ କିନ୍ତୁ ମତ୍ସ୍ୟଜୀବୀମାନେ ସତର୍କ ରହିବାକୁ ହେବ ବୋଲି ଡିଜି କହିଛନ୍ତି ।

  • ପ୍ରବଳ ବର୍ଷାରେ ଜଳବନ୍ଦୀ ହାଇଦ୍ରାବାଦ

    ପ୍ରବଳ ବର୍ଷାରେ ଜଳବନ୍ଦୀ ହାଇଦ୍ରାବାଦ

    ଦେଶର ବହୁ ସ୍ଥାନରେ ପାଗର ମିଜାଜ ବଦଳି ଯାଇଛି। କିଛି ରାଜ୍ୟରେ ବର୍ଷା ହେଉଥିବା ଦେଖିବାକୁ ମିଳିଥିବା ବେଳେ ତେଲେଙ୍ଗାନାରେ ଯାତାୟାତକୁ ଠପ କରି ଦେଇଛି। ଅଦିନିଆ ବର୍ଷା ପାଇଁ ଜଳମଗ୍ନ ରାଜଧାନୀ ହାଇଦ୍ରାବାଦ। ଶନିବାର ସକାଳୁ ହୋଇଥିବା ବର୍ଷାରେ ରାଜଧାନୀର ତଳି ଅଞ୍ଚଳ ପାଣିରେ ବୁଡି ଯାଇଛି। ରାସ୍ତା ଉପରେ କେଉଁଠି ଆଣ୍ଠୁଏ ତ ପୁଣି କେଉଁଠି ଛାତିଏ ପାଣିର ସୁଅ ଛୁଟିଛି।

    ଆଜି ସକାଳୁ ହୋଇଥିବା ବର୍ଷାରେ ସହରର ତଳି ଇଲାକାରେ ପାଣି ଭରି ରହିବା ସହ ରାସ୍ତା ଘାଟରେ ପାଣିର ସୁଅ ଛୁଟିଛି। ସୁଅ ଏତେ ପ୍ରଖର ଥିଲା କି ରାସ୍ତା ଉପରେ ଥିବା ଗାଡିକୁ ବୁହାଇ ନେବାର ଦୃଶ୍ୟ ଦେଖିବାକୁ ମିଳିଛି। ହାଇଦ୍ରାବାଦର ପଞ୍ଝା କଲୋନୀ ରାସ୍ତାରେ ପାଣି ସୁଅ ନଦୀର ଭ୍ରମ ସୃଷ୍ଚି କରିଛି। ରାସ୍ତା ଉପରେ ଜମା ଥିବା ପାଣି ତଳି ଅଞ୍ଚଳ ଆଡକୁ ପ୍ରଖର ବେଗରେ ଛୁଟୁଛି । ଘର ସବୁକୁ ରାସ୍ତା ପାଣି ମାଡିଯାଇଛି।

    ମଧ୍ୟ ତେଲେଙ୍ଗାନାର ସିଦ୍ଦିପେଟ, ଯଦାଦ୍ରୀ-ଭୋଙ୍ଗିର, ଜନଗାଁୱରେ ପ୍ରବଳ ବର୍ଷା ହୋଇଛି। ସେହିପରି ୱାରଙ୍ଗଲ, ହନମକୋଣ୍ଡା, ସିରସିଲା, କରିମନଗର, କାମାରେଡ୍ଡି, ୟଦ୍ରାଦ୍ରୀ, କୋଠାଗୁଡେମରେ ମଧ୍ୟ ଜୋର ବର୍ଷା ହୋଇଥିବା ରେକର୍ଡ ହୋଇଛି। ସେପଟେ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ କୁଆପଥର ମାଡ ହେବା ନେଇ ଆକଳନ କରାଯାଇଛି।  

  • ବାହୁବଳୀ ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ, ୫ ଲକ୍ଷ ଟଙ୍କା ଜରିମାନା

    ବାହୁବଳୀ ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ, ୫ ଲକ୍ଷ ଟଙ୍କା ଜରିମାନା

    ୟୁପିରେ ଗ୍ୟାଙ୍ଗଷ୍ଟରଙ୍କୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା । ବାହୁବଳୀ ମୁଖତାର ଅନସାରୀଙ୍କ ଗ୍ୟାଙ୍ଗଷ୍ଟର ମାମଲାରେ କେସ ଚାଲିଥିବା ବେଳେ ଆଜି କୋର୍ଟ ତାଙ୍କ ଦୋଷୀ ସାବ୍ୟସ୍ତ କରିଛନ୍ତି । ମୁଖତାର ଅନସାରୀଙ୍କୁ କୋର୍ଟ ୧୦ ବର୍ଷ ଜେଲଦଣ୍ଡ ସହ ୫ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ହେଲେ ମୁଖତାରର ଭାଇ ତଥା ବିଏସପି ସାଂସଦ ଅଫଜାଲ ଅନସାରୀଙ୍କ ରାୟ କୋର୍ଟ ଦେଇନାହାନ୍ତି ।

    ଦୁଇ ଭାଇଙ୍କ ନାଁରେ ଉତ୍ତର ପ୍ରଦେଶରେ ବହୁ ଚର୍ଚ୍ଚିତ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ଓ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟା ଅପହରଣ ମାମଲାରେ ଗ୍ୟାଙ୍ଗଷ୍ଟର ଆଇନ ଆଧାରରେ ମାମଲା ରୁଜୁ ହୋଇଥିଲା । ୨୦୦୭ ମସିହାରେ ଏହି ଦୁଇ ଭାଇଙ୍କ ସମେତ ଭିଣୋଇ ଏଜାଜୁଲ ହକ୍ ଙ୍କ ଉପରେ ମଧ୍ୟ ମାମଲା ରୁଜୁ ହୋଇଥିଲା । କିନ୍ତୁ ଏଜାଜୁଲ ହକ୍ ର ମୃତ୍ୟୁ ହୋଇସାରିଥିବା ବେଳେ ଏପ୍ରିଲ 1 ତାରିଖରେ ସେହି ମାମଲାର ଶୁଣାଣୀ ସରିଛି । ହେଲେ ଦଣ୍ଡବିଧାନ ଏପ୍ରିଲ ୧୫ ତାରିଖରେ ହେବାକୁ ଥିବା ବେଳେ କୋର୍ଟ ଦଣ୍ଡାଦେଶ ତାରିଖକୁ ଏପ୍ରିଲ ୨୯ ତାରିଖକୁ ବୃଦ୍ଧି କରିଥିଲେ । ଯାହାର ଆଜି ଶୁଣାଣୀ ହୋଇଛି ।