ବାହୁବଳୀ ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ, ୫ ଲକ୍ଷ ଟଙ୍କା ଜରିମାନା

ୟୁପିରେ ଗ୍ୟାଙ୍ଗଷ୍ଟରଙ୍କୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା । ବାହୁବଳୀ ମୁଖତାର ଅନସାରୀଙ୍କ ଗ୍ୟାଙ୍ଗଷ୍ଟର ମାମଲାରେ କେସ ଚାଲିଥିବା ବେଳେ ଆଜି କୋର୍ଟ ତାଙ୍କ ଦୋଷୀ ସାବ୍ୟସ୍ତ କରିଛନ୍ତି । ମୁଖତାର ଅନସାରୀଙ୍କୁ କୋର୍ଟ ୧୦ ବର୍ଷ ଜେଲଦଣ୍ଡ ସହ ୫ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ହେଲେ ମୁଖତାରର ଭାଇ ତଥା ବିଏସପି ସାଂସଦ ଅଫଜାଲ ଅନସାରୀଙ୍କ ରାୟ କୋର୍ଟ ଦେଇନାହାନ୍ତି ।

ଦୁଇ ଭାଇଙ୍କ ନାଁରେ ଉତ୍ତର ପ୍ରଦେଶରେ ବହୁ ଚର୍ଚ୍ଚିତ କୃଷ୍ଣାନନ୍ଦ ରାୟ ହତ୍ୟାକାଣ୍ଡ ଓ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟା ଅପହରଣ ମାମଲାରେ ଗ୍ୟାଙ୍ଗଷ୍ଟର ଆଇନ ଆଧାରରେ ମାମଲା ରୁଜୁ ହୋଇଥିଲା । ୨୦୦୭ ମସିହାରେ ଏହି ଦୁଇ ଭାଇଙ୍କ ସମେତ ଭିଣୋଇ ଏଜାଜୁଲ ହକ୍ ଙ୍କ ଉପରେ ମଧ୍ୟ ମାମଲା ରୁଜୁ ହୋଇଥିଲା । କିନ୍ତୁ ଏଜାଜୁଲ ହକ୍ ର ମୃତ୍ୟୁ ହୋଇସାରିଥିବା ବେଳେ ଏପ୍ରିଲ 1 ତାରିଖରେ ସେହି ମାମଲାର ଶୁଣାଣୀ ସରିଛି । ହେଲେ ଦଣ୍ଡବିଧାନ ଏପ୍ରିଲ ୧୫ ତାରିଖରେ ହେବାକୁ ଥିବା ବେଳେ କୋର୍ଟ ଦଣ୍ଡାଦେଶ ତାରିଖକୁ ଏପ୍ରିଲ ୨୯ ତାରିଖକୁ ବୃଦ୍ଧି କରିଥିଲେ । ଯାହାର ଆଜି ଶୁଣାଣୀ ହୋଇଛି ।

Leave a Reply

Your email address will not be published. Required fields are marked *