Author: suchanatv24x7

  • ନିର୍ବାଚନ ରାଲି ବେଳେ PMଙ୍କୁ ଫିଙ୍ଗୁଥିଲେ ଫୁଲ, ଖସିପଡ଼ିଲା ମୋବାଇଲ

    ନିର୍ବାଚନ ରାଲି ବେଳେ PMଙ୍କୁ ଫିଙ୍ଗୁଥିଲେ ଫୁଲ, ଖସିପଡ଼ିଲା ମୋବାଇଲ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରକୁ ପୁଣି ଫିଙ୍ଗିଲେ ମୋବାଇଲ । ରବିବାର ଦିନ କର୍ଣ୍ଣାଟକାର ମହୀଶୂରରେ ଏକ ନିର୍ବାଚନ ରାଲି ଚାଲିଥିବା ବେଳେ ଏପରି ଘଟଣା ଘଟିଛି । ଜଣେ ମହିଳା ପ୍ରଧାନମନ୍ତ୍ରୀ ରାଲି କରୁଥିବା ସମୟରେ ତାଙ୍କ ଗାଡି ଉପରକୁ ମୋବାଇଲ ଫିଙ୍ଗି ଦେଇଥିଲେ । ତେବେ ମୋବାଇଲଟି ପ୍ରଧାନମନ୍ତ୍ରୀଙ୍କ ଅତି ନିକଟରେ ପଡିଥିବା ବେଳେ ଜଣେ ମହିଳା ଅତି ଉତ୍ସାହିତ ହୋଇ ମୋବାଇଲଟି ଫିଙ୍ଗିଦେଇଥିବା କର୍ଣ୍ଣାଟକା ପୋଲିସ କହିଛି ।

    କର୍ଣ୍ଣାଟକାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) କହିଛନ୍ତି, ପ୍ରଧାନମନ୍ତ୍ରୀ ରାଲି ସମୟରେ ଏସ୍‌ପିଜିର ସୁରକ୍ଷା ବଳୟ ମଧ୍ୟରେ ଥିଲେ। ମୋବାଇଲ ଫିଙ୍ଗିଥିବା ମହିଳା ଜଣକ ହେଉଛନ୍ତି ଜଣେ ବିଜେପି କର୍ମୀ ହୋଇଥିବା ବେଳେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ମୋବାଇଲଟି ପଡିବା କ୍ଷଣି ତାକୁ ତୁରନ୍ତ କାବୁ କରାଯାଇଥିଲା । ଏହାପରେ ସେହି ମହିଳାଙ୍କୁ ତାଙ୍କ ମୋବାଇଲ ଫେରାଇ ଦିଆଯାଇଥିଲା । ତଥାପି ମହିଳାଙ୍କୁ ସମନ ଜାରି କରାଯାଇଛି । ସେ ମଙ୍ଗଳବାର ଦିନ ଥାନାରେ ପହଞ୍ଚିବା ପରେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ।

  • ଦୀର୍ଘ 3 କିମି ଘୋଷାଡିବା ପରେ କାର ଅଟକାଇଲା ପୋଲିସ

    ଦୀର୍ଘ 3 କିମି ଘୋଷାଡିବା ପରେ କାର ଅଟକାଇଲା ପୋଲିସ

    ଜାତୀୟ ରାଜଧାନୀ ଦିଲ୍ଲୀ ରାସ୍ତାରେ ରବିବାର ରାତିରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ହୋସ ଉଡେଇ ଦେବ।  ଜଣେ ବ୍ୟକ୍ତି ଏକ କାରର ବୋନେଟରେ ଲଟିକି ଥିବା ବେଳେ କାରଟି ତାଙ୍କୁ ତିନି କିମି ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ପୋଲିସ ମାମଲାରେ କାର ଚାଳକ ବିରୋଧରେ ମାମଲା ରୁଜୁ କରିଥିବା ବେଳେ କାର ବିହାରର ସାଂସଦ ଚନ୍ଦନ ସିଂହଙ୍କର ଥିବା ଜଣାପଡିଛି। ତେବେ ଏହି ସମୟରେ ସାଂସଦ କାରରେ ନ ଥିଲେ।

    ପୋଲିସ ନିଜାମୁଦ୍ଦୀନ ଦରଗାହ ନିକଟରେ କାରକୁ ଅଟକାଇ ବନେଟରୁ ଚନ୍ଦନଙ୍କୁ ଉଦ୍ଧାର କରିବା ପରେ ତାଙ୍କଠାରୁ ଜାଣିବାକୁ ପାଇଥିଲା କି, ଡ୍ରାଇଭର ହୁଏତ ମଦ ପିଇଥିଲେ। ବାରମ୍ବାର ଚନ୍ଦନଙ୍କ କାରକୁ ସାଇଡ ମାରିଥିଲେ। ତେଣୁ ଚନ୍ଦନ ନିଜ କାରକୁ ଆଶ୍ରମ ଚୌକ ନିକଟରେ ରଖି ସେହି ମଦ୍ୟପ ଡ୍ରାଇଭରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।  କିନ୍ତୁ ସେ ଗାଡି ନ ଅଟକାଇ ଚନ୍ଦନଙ୍କ ଉପରକୁ ମଡାଇ ଦେବାକୁ ଚେଷ୍ଟା କରିଥିଲା। ଭୟରେ ଚନ୍ଦନ କାର ଉପରକୁ ଡେଇଁ ପଡିଥିଲେ ଓ ସୌଭାଗ୍ୟକୁ ବନେଟରେ ଆଟକି ଯାଇଥିଲେ।

    ଗାଡି ଅଟକାଇବାକୁ ଚନ୍ଦନ ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ ଶୁଣି ନ ଥିଲା ମଦ୍ୟପ ଡ୍ରାଇଭର ଓ ସେହି ଅବସ୍ଥାରେ ଚନ୍ଦନଙ୍କୁ ଲଟକାଇ ନିଜାମୁଦ୍ଦୀନ ଆଡକୁ ଗାଡି ଛୁଟେଇଥିଲା। ରାସ୍ତାରେ ପୋଲିସ ଗାଡି ଏହା ଦେଖି କାରକୁ ଫଲୋ କରିବା ସହ ଅଟକାଇବାକୁ ହର୍ଣ୍ଣ ମାରିଥିଲେ ମଧ୍ୟ କାର ଅଟକି ନଥିଲା। ତେଣୁ କିଛି ବାଟ କାରକୁ ଫଲୋ କରି ନିଜାମୁଦ୍ଦୀନ ଦରଗାହ ନିକଟରେ ଅଟକା ଯାଇଥିଲା। କାର ନମ୍ବର ବିହାରରେ ପଞ୍ଜିକୃତ।

  • ଘାଟିରେ ଆତଙ୍କବାଦୀ ହେବ ଦୁର୍ବଳ, ୧୪ଟି ମୋବାଇଲ ଆପ୍ଲିକେସନ ହେଲା ବ୍ଳକ

    ଘାଟିରେ ଆତଙ୍କବାଦୀ ହେବ ଦୁର୍ବଳ, ୧୪ଟି ମୋବାଇଲ ଆପ୍ଲିକେସନ ହେଲା ବ୍ଳକ

    ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ସାଧାରଣତଃ ଆତଙ୍କବଦୀ ମାନେ ନିଜର ଅସ୍ତିତ୍ବକୁ ବଜାୟ ରଖିବା ପାଇଁ ଇଣ୍ଟରନେଟ ଆଉ ମୋବାଇଲ ଆପ୍ସ ର ବହୁଳ ବ୍ୟବହାର କରନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଷଡଯନ୍ତ୍ର ଓ ଆକ୍ରମଣରେ ଆତଙ୍କବାଦୀଙ୍କୁ ସୁହାଉଥିବା ୧୪ଟି ମ୍ୟସେଜ ଅପ୍ଲିକେସନକୁ ବ୍ଳକ କରିଛି କେନ୍ଦ୍ର ସରକାର । ଏହି ଆପ୍ଲିକେସନ ଜରିଆରେ ଘାଟିରେ ଥିବା ଆତଙ୍କବାଦୀ ମାନେ ସେମାନଙ୍କ ଲିଡରଙ୍କ ସହିତ ଯୋଗାଯୋଗ କରନ୍ତି ।

    ପ୍ରଥମେ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ପରେ ଜଣାପଡିଥିଲା ଯେ, ସେମାନେ ଆପ୍ସ ଜରିଆରେ ଅତି ସହଜରେ ତାଙ୍କ ଅଧିକାରୀଙ୍କୁ ତଥ୍ୟ ଯୋଗାଇ ପାରୁଛନ୍ତି । ତେଣୁ ୧୪ଟି ମୋବାଇଲ ଆପ୍ଲିକେସନ ବିଷୟରେ ଜଣାପଡିବା ପରେ ସୁରକ୍ଷା ବଳ, ଗୁଇନ୍ଦା ଓ ଯାଞ୍ଚ ଏଜେନ୍ସି ଏହାକୁ ବ୍ଲକ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ । ତେଣୁ କେନ୍ଦ୍ର ସରକାର ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଏପରି ନିଷ୍ପତ୍ତି ନେଇଛନ୍ତି ।

  • ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି, କମିଲା କମର୍ସିଆଲ୍ ଗ୍ୟାସ୍ ଦର

    ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି, କମିଲା କମର୍ସିଆଲ୍ ଗ୍ୟାସ୍ ଦର

    ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ଖୁସି ଖବର ଦେଲେ ପେଟ୍ରୋଲିୟମ କମ୍ପାନୀ । ଶସ୍ତା ହୋଇଛି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ୧୭୧ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି ପେଟ୍ରୋଲିୟମ କମ୍ପାନୀ । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି ।

    ଦର ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୧୮୫୬ ଟଙ୍କା ୫୦ ପଇସା ହୋଇଛି । ସେପଟେ କିନ୍ତୁ ଘରୋଇ ଗ୍ୟାସ୍ ସିଲିଣ୍ଡରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହାପୂର୍ବରୁ ଏପ୍ରିଲ ୧ରେ ମଧ୍ୟ କମର୍ସିଆଲ ଗ୍ୟାସ୍ ଦର ୯୧ ଟଙ୍କା ୫୦ ପଇସା କମିଥିଲା । ଲଗାତାର ୨ ମାସରେ କମର୍ସିଆଲ ଗ୍ୟାସ୍ ଦର ୨୬୩ ଟଙ୍କା ଶସ୍ତା ହେଲାଣି । ପ୍ରତି ମାସର ପ୍ରଥମ ତାରିଖରେ ପେଟ୍ରୋଲିୟମ୍ କମ୍ପାନୀଗୁଡ଼ିକ ଗ୍ୟାସ୍ ଦର ନିର୍ଦ୍ଧାରଣ କରିଥାନ୍ତି । କମର୍ସିଆଲ୍ ଗ୍ୟାସ୍ ଦର ହ୍ରାସ ପରେ ଗ୍ରାହକଙ୍କୁ ଏହା ସାମାନ୍ୟ ଆଶ୍ୱସ୍ତି ଦେଇଛି ।

  • ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଥିବା ଖବର ଆସିବା ପରେ ଆତଙ୍କିତ ଯାତ୍ରୀ

    ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଥିବା ଖବର ଆସିବା ପରେ ଆତଙ୍କିତ ଯାତ୍ରୀ

    ପୁଣିରେ ଟ୍ରେନରେ ବୋମା ଖବରକୁ ନେଇ ହଡକମ୍ପ । ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଥିବା ଖବର ଆସିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଘଟଣା ସ୍ଥଳରେ ଡଗ ସ୍କ୍ୱାର୍ଡ ଓ ବୋମା ନିଷ୍କ୍ରିୟକାରୀ ଦଳ ସହିତ ସ୍ଥାନୀୟ ପୁଲିସ ଓ ଜିଆରପି ପୁଲିସ ପହଞ୍ଚି ଯାଞ୍ଚ କରିଛନ୍ତି । ଟ୍ରେନ୍ ଇଞ୍ଜିନରେ ବୋମା ଖଞ୍ଜା ଯାଇଥିବା ଖବର ମିଳିବା କ୍ଷଣି ଇଞ୍ଜିନ ଯାଞ୍ଚ ହେବା ସହ ଗୋଟିଏ ପରେ ଗୋଟିଏ ବଗିର ଚେକିଂ କରାଯାଇଥିଲା ।

    ସୂଚନା ମୁତାବକ, ଜଣେ ଗାର୍ଡ ଷ୍ଟେସନ ମାଷ୍ଟରଙ୍କୁ ଟ୍ରେନରେ ବୋମା ଥିବା ସୂଚନା ଦେଇଥିଲେ । ଏହାପରେ ସତର୍କ ହେଇଥିଲା ରେଳ ବିଭାଗ । ଟ୍ରେନରେ ବୋମା ଥିବା ଖବର ମିଳିବା ପରେ ଉତ୍ତରପ୍ରଦେଶର ମିର୍ଜାପୁର ନିକଟ ଚୁନାର ଷ୍ଟେସନରେ ଟ୍ରେନଟିକୁ ଅଟକାଯାଇଥିଲା । ଯାଞ୍ଚ ପରେ ବୋମାର କୌଣସି ସନ୍ଧାନ ନମିଳିବାରୁ ପୁଣି ଯାତ୍ରା ଆରମ୍ଭ କରିଛି । ଏହା ଏକ ଗୁଜବ ବୋଲି କହିଛି ରେଳ ବିଭାଗ ।

  • ‘ବିଶ୍ୱ ଶ୍ରମିକ ଦିବସ’ରେ ଶ୍ରମିକଙ୍କୁ ସମ୍ମାନିତ କରିବା, ଅଧିକାର ପ୍ରତି ଗୁରୁତ୍ୱ ଦେବା

    ‘ବିଶ୍ୱ ଶ୍ରମିକ ଦିବସ’ରେ ଶ୍ରମିକଙ୍କୁ ସମ୍ମାନିତ କରିବା, ଅଧିକାର ପ୍ରତି ଗୁରୁତ୍ୱ ଦେବା

    ଆଜି ବିଶ୍ୱ ଶ୍ରମିକ ଦିବସ । ପ୍ରତିବର୍ଷ ମେ’ ୧ ତାରିଖରେ ଏହାକୁ ପାଳନ କରାଯାଏ । ଶ୍ରମିକମାନଙ୍କୁ ସମ୍ମାନିତ କରିବା, ସେମାନଙ୍କ କାମକୁ ସମ୍ମାନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଆଜିର ଦିନରେ ଶ୍ରମିକଙ୍କ ତ୍ୟାଗ ଓ ଅବଦାନ ମନେ ପଡ଼େ । ଏହା ଯେ କେବଳ ଶ୍ରମିକଙ୍କ ପ୍ରତି ସମ୍ମାନର ବିଷୟ ତା ନୁହେଁ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ ।

    ୮ ଘଣ୍ଟା କାର୍ଯ୍ୟ ସମୟ ଦାବି ଜୋର୍ ଧରିବା ପରେ ବିଶ୍ୱ ଶ୍ରମିକ ଦିବସର ସୃଷ୍ଟି । ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ଆମେରିକାରେ ଆରମ୍ଭ ଆନ୍ଦୋଳନ ଶେଷରେ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ବେଶ୍ ପ୍ରଭାବିତ କରିଥଲା ।

    ଆମ ଦେଶରେ ୧୯୨୩ରୁ ଶ୍ରମିକ ଦିବସ ପାଳନ ପାଳିତ ହୋଇ ଆସୁଛି । ଦେଶରେ ଶ୍ରମିକମାନଙ୍କ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା କରିବାକୁ ପ୍ରଥମେ ଭାରତୀ ମଜଦୁର କିଷାନ ପାର୍ଟି ପକ୍ଷରୁ ଦାବି ହୋଇଥିଲା । ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ କରିଥିଲେ । ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଣ୍ଟା ଶ୍ରମ ନିର୍ଘଣ୍ଟକୁ ସ୍ୱୀକୃତି ଦେଇଥିଲେ । ସେହିଦିନ ଠାରୁ ଶ୍ରମିକ ଦିବସରେ ସରକାରୀ ଛୁଟି ଘୋଷଣା ହୋଇଥିଲା । ହେଲେ ଆଜି ବି ଏ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଛି । ସମାଜ,ଦେଶ ଓ ଶିଳ୍ପର ବିକାଶ ପାଇଁ ଶ୍ରମିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

    ‘ବିଶ୍ୱ ଶ୍ରମିକ ଦିବସ’ଅବସରରେ ଶ୍ରମିକ ଭାଇମାନଙ୍କର କଠିନ ପରିଶ୍ରମ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଅମୂଲ୍ୟ ଅବଦାନକୁ #Suchanatv24x7 ପ୍ରଣାମ କରୁଛି । ଆସନ୍ତୁ,ଏହି ଅବସରରେ ଶ୍ରମିକମାନଙ୍କର ସମ୍ମାନ,ସ୍ୱାସ୍ଥ୍ୟ ଏବଂ ସ୍ୱାର୍ଥରକ୍ଷା ନିଶ୍ଚିତ କରି ସେମାନଙ୍କର କଲ୍ୟାଣ କରିବାକୁ ସଂକଳ୍ପବଦ୍ଧ ହେବା ।

  • ଡରରେ ଛାନିଆ ପାକିସ୍ତାନ, ଜି -20ର ବିରୋଧ ପାଇଁ ଅନ୍ୟ ଦେଶ ଗୁଡିକୁ ଲେଖୁଛି ଚିଠି

    ଡରରେ ଛାନିଆ ପାକିସ୍ତାନ, ଜି -20ର ବିରୋଧ ପାଇଁ ଅନ୍ୟ ଦେଶ ଗୁଡିକୁ ଲେଖୁଛି ଚିଠି

    ଚଳିତ ମାସରେ ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -20 କାର୍ଯ୍ୟକ୍ରମକୁ ନେଇ ପାକିସ୍ତାନ ଚିନ୍ତା ପ୍ରକଟ କରିଛି । ଗୋଟିଏ ପଟେ ପାକିସ୍ତାନ ବିଶ୍ବର ଦେଶମାନଙ୍କୁ ଏହି କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ଚିଠି ଲେଖୁଥିବା ବେଳେ ଅନ୍ୟ ପଟେ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧରେ ଜି -20 ହ୍ୟାସଟ୍ୟାଗ ସୃଷ୍ଟି କରିବାକୁ ଏକ ଷଡଯନ୍ତ୍ର ରଚୁଛି । ଯେମିତି ଭାରତ ବିଶ୍ୱସନୀୟତା ହରାଇବ ।

    ଏହି ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମେ 2ରୁ ମେ 7 ପର୍ଯ୍ୟନ୍ତ ବ୍ରିଟେନ ଗସ୍ତରେ ଯାଉଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଶାହାବାଜ ଚଳିତ ମାସ 6 ରେ ହେବାକୁ ଥିବା କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଲଣ୍ଡନ ଯାଉଛନ୍ତି । ହେଲେ ଅନୁମାନ କରାଯାଉଛି ସେଠି ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜି -20 କାର୍ଯ୍ୟକ୍ରମ ପ୍ରସଙ୍ଗ ଉଠାଇ ପାରନ୍ତି ।

    22ରୁ 24 ମେ ପର୍ଯ୍ୟନ୍ତ ଶ୍ରୀନଗରରେ ଜି -20ର ଟୁରିଜିମ୍ ୱାର୍କିଂ ଗ୍ରୁପର ଏକ ବୈଠକ ହେବ । ଅଗଷ୍ଟ 2019 ପରେ ଏହା ପ୍ରଥମ ପ୍ରମୁଖ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ହୋଇଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ପର୍ଯ୍ୟଟନ କାର୍ଯ୍ୟ ଗୋଷ୍ଠୀର ବୈଠକ ଜାମ୍ମୁ କାଶ୍ମୀରକୁ ଆଗ୍ରାଧିକାର ଦେବା ଉପରେ ଧ୍ୟାନ ଦେବ ।

    ଏପ୍ରିଲ୍ 17ରେ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ବାଂଲାଦେଶକୁ ଏଭଳି ଏକ ଚିଠି ପଠାଇଛି, ଯେଉଁଥିରେ କାଶ୍ମୀରକୁ ନେଇ ଭାରତ ବିରୋଧରେ ଅନେକ ହାସ୍ୟାସ୍ପଦ ଆଲୋଚନା ରହିଛି । ଦିଲ୍ଲୀରେ ଅବସ୍ଥିତ ପାକିସ୍ତାନୀ ହାଇ କମିଶନଙ୍କ ଦ୍ୱାରା ବାଂଲାଦେଶକୁ ପଠାଯାଇଥିବା ଏକ ଦଲିଲରେ କୁହାଯାଇଛି ଯେ, କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ରହିଛି ଏବଂ ପାକିସ୍ତାନ ଭଳି ବାଂଲାଦେଶ ମଧ୍ୟ ଜି -20କୁ ବର୍ଜନ କରିବା ଉଚିତ । ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -20 ବିରୋଧରେ କୂଟନୈତିକ ସ୍ତରରେ ପାକିସ୍ତାନ ନିଜର ଉଦ୍ୟମକୁ ଜୋରଦାର କରିଛି ।