ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଥିବା ଖବର ଆସିବା ପରେ ଆତଙ୍କିତ ଯାତ୍ରୀ

ପୁଣିରେ ଟ୍ରେନରେ ବୋମା ଖବରକୁ ନେଇ ହଡକମ୍ପ । ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଥିବା ଖବର ଆସିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଘଟଣା ସ୍ଥଳରେ ଡଗ ସ୍କ୍ୱାର୍ଡ ଓ ବୋମା ନିଷ୍କ୍ରିୟକାରୀ ଦଳ ସହିତ ସ୍ଥାନୀୟ ପୁଲିସ ଓ ଜିଆରପି ପୁଲିସ ପହଞ୍ଚି ଯାଞ୍ଚ କରିଛନ୍ତି । ଟ୍ରେନ୍ ଇଞ୍ଜିନରେ ବୋମା ଖଞ୍ଜା ଯାଇଥିବା ଖବର ମିଳିବା କ୍ଷଣି ଇଞ୍ଜିନ ଯାଞ୍ଚ ହେବା ସହ ଗୋଟିଏ ପରେ ଗୋଟିଏ ବଗିର ଚେକିଂ କରାଯାଇଥିଲା ।

ସୂଚନା ମୁତାବକ, ଜଣେ ଗାର୍ଡ ଷ୍ଟେସନ ମାଷ୍ଟରଙ୍କୁ ଟ୍ରେନରେ ବୋମା ଥିବା ସୂଚନା ଦେଇଥିଲେ । ଏହାପରେ ସତର୍କ ହେଇଥିଲା ରେଳ ବିଭାଗ । ଟ୍ରେନରେ ବୋମା ଥିବା ଖବର ମିଳିବା ପରେ ଉତ୍ତରପ୍ରଦେଶର ମିର୍ଜାପୁର ନିକଟ ଚୁନାର ଷ୍ଟେସନରେ ଟ୍ରେନଟିକୁ ଅଟକାଯାଇଥିଲା । ଯାଞ୍ଚ ପରେ ବୋମାର କୌଣସି ସନ୍ଧାନ ନମିଳିବାରୁ ପୁଣି ଯାତ୍ରା ଆରମ୍ଭ କରିଛି । ଏହା ଏକ ଗୁଜବ ବୋଲି କହିଛି ରେଳ ବିଭାଗ ।

Leave a Reply

Your email address will not be published. Required fields are marked *