ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି, କମିଲା କମର୍ସିଆଲ୍ ଗ୍ୟାସ୍ ଦର

ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ଖୁସି ଖବର ଦେଲେ ପେଟ୍ରୋଲିୟମ କମ୍ପାନୀ । ଶସ୍ତା ହୋଇଛି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ୧୭୧ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି ପେଟ୍ରୋଲିୟମ କମ୍ପାନୀ । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି ।

ଦର ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୧୮୫୬ ଟଙ୍କା ୫୦ ପଇସା ହୋଇଛି । ସେପଟେ କିନ୍ତୁ ଘରୋଇ ଗ୍ୟାସ୍ ସିଲିଣ୍ଡରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହାପୂର୍ବରୁ ଏପ୍ରିଲ ୧ରେ ମଧ୍ୟ କମର୍ସିଆଲ ଗ୍ୟାସ୍ ଦର ୯୧ ଟଙ୍କା ୫୦ ପଇସା କମିଥିଲା । ଲଗାତାର ୨ ମାସରେ କମର୍ସିଆଲ ଗ୍ୟାସ୍ ଦର ୨୬୩ ଟଙ୍କା ଶସ୍ତା ହେଲାଣି । ପ୍ରତି ମାସର ପ୍ରଥମ ତାରିଖରେ ପେଟ୍ରୋଲିୟମ୍ କମ୍ପାନୀଗୁଡ଼ିକ ଗ୍ୟାସ୍ ଦର ନିର୍ଦ୍ଧାରଣ କରିଥାନ୍ତି । କମର୍ସିଆଲ୍ ଗ୍ୟାସ୍ ଦର ହ୍ରାସ ପରେ ଗ୍ରାହକଙ୍କୁ ଏହା ସାମାନ୍ୟ ଆଶ୍ୱସ୍ତି ଦେଇଛି ।

Leave a Reply

Your email address will not be published. Required fields are marked *