ଘାଟିରେ ଆତଙ୍କବାଦୀ ହେବ ଦୁର୍ବଳ, ୧୪ଟି ମୋବାଇଲ ଆପ୍ଲିକେସନ ହେଲା ବ୍ଳକ

ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ସାଧାରଣତଃ ଆତଙ୍କବଦୀ ମାନେ ନିଜର ଅସ୍ତିତ୍ବକୁ ବଜାୟ ରଖିବା ପାଇଁ ଇଣ୍ଟରନେଟ ଆଉ ମୋବାଇଲ ଆପ୍ସ ର ବହୁଳ ବ୍ୟବହାର କରନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଷଡଯନ୍ତ୍ର ଓ ଆକ୍ରମଣରେ ଆତଙ୍କବାଦୀଙ୍କୁ ସୁହାଉଥିବା ୧୪ଟି ମ୍ୟସେଜ ଅପ୍ଲିକେସନକୁ ବ୍ଳକ କରିଛି କେନ୍ଦ୍ର ସରକାର । ଏହି ଆପ୍ଲିକେସନ ଜରିଆରେ ଘାଟିରେ ଥିବା ଆତଙ୍କବାଦୀ ମାନେ ସେମାନଙ୍କ ଲିଡରଙ୍କ ସହିତ ଯୋଗାଯୋଗ କରନ୍ତି ।

ପ୍ରଥମେ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ପରେ ଜଣାପଡିଥିଲା ଯେ, ସେମାନେ ଆପ୍ସ ଜରିଆରେ ଅତି ସହଜରେ ତାଙ୍କ ଅଧିକାରୀଙ୍କୁ ତଥ୍ୟ ଯୋଗାଇ ପାରୁଛନ୍ତି । ତେଣୁ ୧୪ଟି ମୋବାଇଲ ଆପ୍ଲିକେସନ ବିଷୟରେ ଜଣାପଡିବା ପରେ ସୁରକ୍ଷା ବଳ, ଗୁଇନ୍ଦା ଓ ଯାଞ୍ଚ ଏଜେନ୍ସି ଏହାକୁ ବ୍ଲକ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ । ତେଣୁ କେନ୍ଦ୍ର ସରକାର ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଏପରି ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *