‘ବିଶ୍ୱ ଶ୍ରମିକ ଦିବସ’ରେ ଶ୍ରମିକଙ୍କୁ ସମ୍ମାନିତ କରିବା, ଅଧିକାର ପ୍ରତି ଗୁରୁତ୍ୱ ଦେବା

ଆଜି ବିଶ୍ୱ ଶ୍ରମିକ ଦିବସ । ପ୍ରତିବର୍ଷ ମେ’ ୧ ତାରିଖରେ ଏହାକୁ ପାଳନ କରାଯାଏ । ଶ୍ରମିକମାନଙ୍କୁ ସମ୍ମାନିତ କରିବା, ସେମାନଙ୍କ କାମକୁ ସମ୍ମାନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଆଜିର ଦିନରେ ଶ୍ରମିକଙ୍କ ତ୍ୟାଗ ଓ ଅବଦାନ ମନେ ପଡ଼େ । ଏହା ଯେ କେବଳ ଶ୍ରମିକଙ୍କ ପ୍ରତି ସମ୍ମାନର ବିଷୟ ତା ନୁହେଁ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ ।

୮ ଘଣ୍ଟା କାର୍ଯ୍ୟ ସମୟ ଦାବି ଜୋର୍ ଧରିବା ପରେ ବିଶ୍ୱ ଶ୍ରମିକ ଦିବସର ସୃଷ୍ଟି । ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ଆମେରିକାରେ ଆରମ୍ଭ ଆନ୍ଦୋଳନ ଶେଷରେ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ବେଶ୍ ପ୍ରଭାବିତ କରିଥଲା ।

ଆମ ଦେଶରେ ୧୯୨୩ରୁ ଶ୍ରମିକ ଦିବସ ପାଳନ ପାଳିତ ହୋଇ ଆସୁଛି । ଦେଶରେ ଶ୍ରମିକମାନଙ୍କ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା କରିବାକୁ ପ୍ରଥମେ ଭାରତୀ ମଜଦୁର କିଷାନ ପାର୍ଟି ପକ୍ଷରୁ ଦାବି ହୋଇଥିଲା । ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ କରିଥିଲେ । ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଣ୍ଟା ଶ୍ରମ ନିର୍ଘଣ୍ଟକୁ ସ୍ୱୀକୃତି ଦେଇଥିଲେ । ସେହିଦିନ ଠାରୁ ଶ୍ରମିକ ଦିବସରେ ସରକାରୀ ଛୁଟି ଘୋଷଣା ହୋଇଥିଲା । ହେଲେ ଆଜି ବି ଏ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଛି । ସମାଜ,ଦେଶ ଓ ଶିଳ୍ପର ବିକାଶ ପାଇଁ ଶ୍ରମିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

‘ବିଶ୍ୱ ଶ୍ରମିକ ଦିବସ’ଅବସରରେ ଶ୍ରମିକ ଭାଇମାନଙ୍କର କଠିନ ପରିଶ୍ରମ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଅମୂଲ୍ୟ ଅବଦାନକୁ #Suchanatv24x7 ପ୍ରଣାମ କରୁଛି । ଆସନ୍ତୁ,ଏହି ଅବସରରେ ଶ୍ରମିକମାନଙ୍କର ସମ୍ମାନ,ସ୍ୱାସ୍ଥ୍ୟ ଏବଂ ସ୍ୱାର୍ଥରକ୍ଷା ନିଶ୍ଚିତ କରି ସେମାନଙ୍କର କଲ୍ୟାଣ କରିବାକୁ ସଂକଳ୍ପବଦ୍ଧ ହେବା ।

Leave a Reply

Your email address will not be published. Required fields are marked *