Author: suchanatv24x7

  • ଅଶାନ୍ତ ମଣିପୁର, ଜଳୁଛି ନିଆଁ

    ଅଶାନ୍ତ ମଣିପୁର, ଜଳୁଛି ନିଆଁ

    ଆଦିବାସୀ- ଅଣଆଦିବାସୀ ଲଢେଇରେ ଅଶାନ୍ତ ହୋଇ ଉଠିଛି ମଣିପୁର। ଗତକାଲିର ମୁହାଁମୁହିଁ ପରିସ୍ଥିତି ପରେ ରାଜ୍ୟସରକାର ସେଠାରେ ୮ ଜିଲ୍ଲାରେ କର୍ଫ୍ୟୁ ଜାରି କରିବା ସହ ରାଜ୍ୟରେ ଇଣ୍ଟରନେଟ ବନ୍ଦ କରିଦେଇଛି। ଏସବୁ ସତ୍ତ୍ୱେ ଗୁରୁବାର ପୁଣି ହିଂସା ଦେଖିବାକୁ ମିଳିଛି। ଚୁରାଚାନ୍ଦପୁରରୁ ଆରମ୍ଭ ହୋଇଥିବା ହିଂସା ରାଜ୍ୟର ବିଭିନ୍ନ ସ୍ଥାନରେ ଉଗ୍ର ହୋଇଛି।  ରାଜ୍ୟର ମୈତେଇ ସମୁଦାୟ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ହେବା ଦାବି ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି।

    ରାଜ୍ୟରେ ଥିବା ମୈତେଇ ସମୁଦାୟ ଅନୁସୂଚିତ ଜନଜାତି ଶ୍ରେଣୀରେ ସାମିଲ ହେବାକୁ ଦାବି କରିଥିଲେ, ଯାହାକୁ ରାଜ୍ୟର ଆଦିବାସୀ ଏକତା ମୋର୍ଚ୍ଚା ବିରୋଧ କରିଥିଲା। ଏନେଇ ମୋର୍ଚ୍ଚା ପକ୍ଷରୁ ବୁଧବାର ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭଯାତ୍ରା ବେଳେ ଉଭୟ ଆଦିବାସୀ ଓ ଅଣଆଦିବାସୀ ଭିତରେ  ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ଏହା ଉଗ୍ର ରୂପ ନେଇଥିଲା। ଫଳରେ ଗତ ରାତିରୁ ୮ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ମୋବାଇଲ ଇଣ୍ଟରନେଟ ସେବାକୁ ୫ ଦିନ ଲାଗି ବନ୍ଦ କରି ଦିଆଯାଇଛି।

    କିନ୍ତୁ ହିଂସା ଥମିବା ବଦଳରେ ଆହୁରି ଉଗ୍ର ହୋଇଛି। ଗୁରୁବାର ମଧ୍ୟାହ୍ନରେ ରାଜ୍ୟର ଉତ୍ତର ପୂର୍ବାଞ୍ଚଳକୁ ବ୍ୟାପିଛି ହିଂସା। କୁକି ସମ୍ପ୍ରଦାୟଙ୍କ ଘରରେ ନିଆଁ ଲଗାଇଦେବା ସହ ବିଭିନ୍ନ ସ୍ଥାନରେ ହିଂସାକାରୀ ଗାଡି ମୋଟରରେ ନିଆଁ ଲଗାଇଦେବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସେନା ଓ ପାରାମିଲିଟାରୀ ବାହିନୀ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ମୁତୟନ ହୋଇଛନ୍ତି।

    ସୂଚନାଯୋଗ୍ୟ, ରାଜ୍ୟର 90% ପାହାଡ ପର୍ବତ ଘେରା ଅଞ୍ଚଳରେ ଆଦିମ ନାଗା ଓ କୁକୁ-ଚିନ-ମିଜୋ ବା ଜୋ ଜନଜାତିଙ୍କ ବସତି ରହିଛି। ତେବେ ଉପତ୍ୟକା ଉପରେ ମୈତେଇ ସମ୍ପ୍ରଦାୟ ନିଜର ଆଧିପତ୍ୟ ବିସ୍ତାର କରିବା ସହ ବର୍ତ୍ତମାନ ନିଜକୁ ଜନଜାତି ଶ୍ରେଣୀଭୂକ୍ତ କରିବାକୁ ଦାବି କରୁଛନ୍ତି। ଯାହାକୁ ଆଦିମ ଜନଜାତି ବିରୋଧ କରୁଛନ୍ତି।  

    ହିଂସା ପରେ ବକ୍ସିଂ ଚାମ୍ପିୟନ ମାରି କମ୍‌ ଟ୍ୱିଟ କରି ମୋ’ ରାଜ୍ୟ ମଣିପୁର ଜଳୁଛି। ତେଣୁ ତୁରନ୍ତ ସାହାଯ୍ୟ ଭିକ୍ଷା କରିଛନ୍ତି କେନ୍ଦ୍ର ସରକାରଙ୍କୁ । ଏଥିସହ ମାରି କମ ହିଂସାର ଫଟୋ ଟ୍ୱିଟ କରି, ତାକୁ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି । ସେପଟେ ରାଜ୍ୟବାସୀଙ୍କ ହିତକୁ ଉର୍ଦ୍ଧ୍ୱରେ ରଖାଯିବ ବୋଲି ଟ୍ୱିଟ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ।

  • କୁସ୍ତି ଯୋଦ୍ଧାଙ୍କୁ ବିଳମ୍ବିତ ରାତିରେ ପୋଲିସ ମଦ ପିଇ ଗାଳିଗୁଲଜ କରିଥିବା ଅଭିଯୋଗ, ପଦକ ଫେରାଇବାକୁ ପ୍ରସ୍ତୁତ କହିଲେ ଖେଳାଳୀ

    କୁସ୍ତି ଯୋଦ୍ଧାଙ୍କୁ ବିଳମ୍ବିତ ରାତିରେ ପୋଲିସ ମଦ ପିଇ ଗାଳିଗୁଲଜ କରିଥିବା ଅଭିଯୋଗ, ପଦକ ଫେରାଇବାକୁ ପ୍ରସ୍ତୁତ କହିଲେ ଖେଳାଳୀ

    ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ରେସଲର ମାନେ ଆଜି ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କୁସ୍ତିଯୋଦ୍ଧା ମାନେ କହିଛନ୍ତି ଯେ, ସେମାନଙ୍କ ସଂଗ୍ରାମ ସରକାର କିମ୍ବା ବିରୋଧୀଙ୍କ ପାଇଁ ନୁହେଁ, ସେମାନଙ୍କ ସଂଗ୍ରାମ ବ୍ରିଜ ଭୂଷଣ ଶରଣ ସିଂଙ୍କ ପାଇଁ । ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ମଧ୍ୟ କୁସ୍ତି ଯୋଦ୍ଧା ମାନଙ୍କ ସହ ଉପସ୍ଥିତ ଥିଲେ ।

    ସାମ୍ବାଦିକ ସମ୍ମିଳନୀରେ ବଜରଙ୍ଗ ପୁନିଆ କହିଛନ୍ତି, ଯଦି ଖେଳାଳିଙ୍କ କଥା ଶୁଣାଯାଇପାରିବ ନାହିଁ ଏବଂ ସେମାନେ ନ୍ୟାୟ ପାଇପାରିବେ ନାହିଁ, ତେବେ ସରକାର ସେମାନଙ୍କ ପଦକ ଏବଂ ପୁରସ୍କାର ଫେରାଇ ନେବା ଉଚିତ୍ । ପୁନିଆ କହିଛନ୍ତି ଯେ, ଆମେ ଆମର ପଦକ ସରକାରଙ୍କୁ ଫେରାଇ ଦେବୁ । ଏମିତି ପଦକ ଆମର କ’ଣ ଆବଶ୍ୟକ ?

    ପୁନିଆ କହିଛନ୍ତି ଯେ, ଏହି ଆନ୍ଦୋଳନକୁ ରାଜନୀତି ସହିତ ନିଶ୍ଚିତ ଭାବେ ଯୋଡ଼ିବା ପାଇଁ ଉଦ୍ୟମ କରାଯାଉଛି । ଆମର ଆନ୍ଦୋଳନ ନ୍ୟାୟ ପାଇଁ ଏବଂ ଏହା ସମସ୍ତଙ୍କ ସମର୍ଥନ ହାସଲ କରିଛି । ପୁନିଆ କହିଛନ୍ତି ଯେ, ଗତକାଲି ପିଟି ଉଷା ମଧ୍ୟ ଆମ ପାଖକୁ ଆସିଥିଲେ। ପୁନିଆ କହିଛନ୍ତି ଯେ, ପୋଲିସ ବ୍ରିଜ ଭୂଷଣଙ୍କ ନିର୍ଦ୍ଦେଶରେ କାମ କରୁଛି । ଯେବେଠାରୁ ଏଫ୍ଆଇଆର୍ ହୋଇଛି, ଆମକୁ ଦୁର୍ବ୍ୟବହାର କରାଯାଉଛି । ଏହାକୁ ରାଜନୀତି ଏବଂ ଜାତି ସହିତ ଯୋଡି ଆମକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି ।

    ବିନେଶ ଫୋଗାଟ କହିଛନ୍ତି, ଗତକାଲି ରାତିରେ ମୋତେ ଗାଳି ଦିଆଯାଇଥିବା ବେଳେ ପୋଲିସର ଆଚରଣ ଆକ୍ରମଣାତ୍ମକ ଥିଲା । ଆମେ ଶୋଇବା ବିଛଣା ଅର୍ଡର କରିଥିଲୁ ଆଉ ରାତିରେ ସମସ୍ତ ଅଭିଯୋଗ ପୋଲିସକୁ କରିଛୁ । ପୋଲିସ ମଦ୍ୟପାନ କରିଚାଲିଥିଲା ଆଉ ସେମାନେ ନିଷାରେ ଥିଲେ । ବିନେଶ ପଦକ ଫେରାଇବାକୁ ପ୍ରସ୍ତୁତ ବୋଲି କହିବା ସହ ନିଜ ଜୀବନ ମଧ୍ୟ ଦେବେ ବୋଲି କହିଛନ୍ତି ।

    ଭିନେଶ ଫୋଗେଟ୍ କହିଛନ୍ତି, ଏତେ ଅପମାନିତ କରାଯାଉଛି, ଆଉ କିଛି ବାକି ନାହିଁ । ମାନ ସମ୍ମାନର ଲଢେଇ ପାଇଁ ଆସିଥିଲୁ ହେଲେ ଏଠାରେ ପାଦ ତଳେ ଦଳି ଦିଆଯାଉଛି । ଏଠାରେ ଆମକୁ ମା-ଭଉଣୀର ଗାଳି ଆମକୁ ଦିଆଯାଉଛି ବୋଲି ଫୋଗାଟ କହିଛନ୍ତି ।

  • ଭାରତୀୟ ସେନାର ହେଲିକପ୍ଟର କ୍ରାସ୍, ସେଥିରେ ଥିବା ୩ ସେନା ଅଧିକାରୀଙ୍କ ଖବର ମିଳିପାରି ନାହିଁ

    ଭାରତୀୟ ସେନାର ହେଲିକପ୍ଟର କ୍ରାସ୍, ସେଥିରେ ଥିବା ୩ ସେନା ଅଧିକାରୀଙ୍କ ଖବର ମିଳିପାରି ନାହିଁ

    ଜମ୍ମୁ-କାଶ୍ମୀର କିସ୍ତଓ୍ବାଡା ଜିଲ୍ଲାରେ ଭାରତୀୟ ସେନର ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି । କୁହାଯାଉଛି ଯେ, ଏହି ହେଲିକପ୍ଟରରେ ଭାରତୀୟ ସେନାର ତିନି ଜଣ ଅଧିକାରୀ ରହିଥିଲେ । ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ଟିମକୁ ଘଟଣା ସ୍ଥଳକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସେପରି କିଛି ସବିଶେଷ ତଥ୍ୟ ଆସିନାହିଁ ।

    କୁହାଯାଉଛି, ଯେଉଁଠାରେ ହେଲିକପ୍ଟର କ୍ରାସ ହୋଇଛି ସେହି ସ୍ଥାନଟି କିସ୍ତଓ୍ବାଡାର ଅତି ଦୁର୍ଗମ ଅଞ୍ଚଳ । ସେଠାରେ ବିଗତ ଦୁଇ ଦିନ ଧରି ହାଲକା ହାଲକା ବର୍ଷା ଲାଗିରହିଥିଲା । ସେନାର ୩ ଜଣ ଅଧିକାରୀ ଏହି ଏଏଲଏଚ୍ ଧୃବ୍ ହେଲିକପ୍ଟରରେ ଯାଉଥିଲେ । ସେମାନଙ୍କ ଅବସ୍ଥା ଏବେ କଣ ରହିଛି ତାକୁ ନେଇ ଅପରେସନ ଆରମ୍ଭ ହୋଇଛି । ରେସ୍କ୍ୟୁ ଟିମ ଘଟଣା ସ୍ଥଳରେ ପହଞ୍ଚଥିବା ବେଳେ ହେଲିକପ୍ଟରରେ ଥିବା ସେନାର ସେହି ୩ ଅଧିକାରୀଙ୍କ ସହିତ କୌଣସି ସମ୍ପର୍କ ହୋଇପାରି ନାହିଁ ।

  • ଟ୍ରକ୍-ବୋଲେରୋ ଧକ୍କାରେ ଗଲା ୧୦ ଜୀବନ, ଜଣେ ଶିଶୁ ଗୁରୁତର

    ଟ୍ରକ୍-ବୋଲେରୋ ଧକ୍କାରେ ଗଲା ୧୦ ଜୀବନ, ଜଣେ ଶିଶୁ ଗୁରୁତର

    ଛତିଶଗଡ଼ରେ ବାଲୋଦ ଜିଲ୍ଲା ଜଗତାରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ଗୋଟିଏ ପରିବାରର ୧୦ ଜଣ ଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୫ ମହିଳା ଥିବାବେଳେ ୨ ଜଣ ଶିଶୁ ଓ ୩ ପୁରୁଷ ଲୋକ ଅଛନ୍ତି । ତେବେ ଏହି ଭୟଙ୍କର ଦୁର୍ଘଟଣାରୁ କେବଳ ଜଣେ ଶିଶୁ ବର୍ତ୍ତିଯାଇଛି । ଶିଶୁଟି ଦୁର୍ଘଟଣାରେ ଗୁରୁତର ହୋଇଛି । ଚିକିତ୍ସା ପାଇଁ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ଧମତରୀ ଜିଲ୍ଲା ସୋରମ ଭଟ୍ଟଗାଁର ବୋଲି ଜଣାଯାଇଛି ।

    ଭଟ୍ଟଗାଁର ଗୋଟିଏ ପରିବାରର ୧୧ ଜଣ ଏକ ବୋଲେରୋରେ କାଙ୍କେର ଜିଲ୍ଲାର ମରକାଟୋଲାକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ରାତି ପ୍ରାୟ ୯ଟା ବେଳେ ଫେରୁଥିଲେ । ବୋଲେରୋଟି ଜଗତାରା ନିକଟରେ ଜାତୀୟ ରାଜପଥରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ହଠାତ୍‌ ବୋଲେରୋକୁ ପିଟିଥିଲା । ଟ୍ରକ୍ ଧକ୍କାରେ ବୋଲେରୋଟି ଚାପି ହୋଇ ଯାଇଥିଲା । ଗାଡ଼ି ଭିତରେ ସମସ୍ତେ ଫସି ରହିଥିଲେ ।

    ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଭିତରୁ ସମସ୍ତଙ୍କୁ ବାହାର କରିଥିଲା । ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ । ଘଟଣାସ୍ଥଳରେ ୧୦ ଜଣ ପ୍ରାଣ ହରାଇଥିଲେ । କେବଳ ଜଣେ ଶିଶୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତାର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଶିଶୁର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

  • ‘ଆଉ ସଭାପତି ହେବାର ପ୍ରଶ୍ନ ଉଠୁନି’

    ‘ଆଉ ସଭାପତି ହେବାର ପ୍ରଶ୍ନ ଉଠୁନି’

    ଇସ୍ତଫା ନିଷ୍ପତ୍ତିରେ ଅଟଳ ଏନସିପି ସଭାପତି ଶରଦ ପାୱାର । ଦଳୀୟ କର୍ମୀଙ୍କ ସବୁ ଅନୁରୋଧକୁ ପ୍ରତ୍ୟାକ୍ଷାନ କରି ଆଉ ଦଳର ସଭାପତି ପଦରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ଦଳର ନୂଆ ସଭାପତି ଚୟନ ପାଇଁ ଏକ କମିଟି ଗଠନ ସମ୍ପର୍କରେ କରିଛନ୍ତି ଘୋଷଣା। କମିଟି ଆସନ୍ତା କାଲି କିଏ ହେବେ ଦଳର ପରବର୍ତ୍ତୀ ସଭାପତି ତାକୁ ନେଇ ଘୋଷଣା କରିବ। ତେବେ ଏହି ଦୌଡରେ ପୁତୁରା ଅଜିତ ପାୱାର ଓ ସୁପ୍ରିୟା ସୁଲେଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳୀୟ କର୍ମକର୍ତ୍ତା ସୁପ୍ରିୟାଙ୍କୁ ସଭାପତି କରିବାକୁ ଦାବି କରୁଛନ୍ତି।

    ନିଜ ଇସ୍ତଫା ସମ୍ପର୍କରେ ଶରଦ ପାୱାର କହିଛନ୍ତି କି, ମୁଁ ଇସ୍ତଫା ସମ୍ପର୍କରେ କାହା ସହ ଆଲୋଚନା କରିନଥିବା ଅଭିଯୋଗ ମିଛ। ଗତକାଲି କିଛି ଦଳୀୟ କର୍ମୀଙ୍କ ସହ ଆଲୋଚନା ବେଳେ ଏପରି କହିଛନ୍ତି ପୂର୍ବତନ ଦଳ ସଭାପତି । ସେପଟେ ଦଳର ନୂଆ ମୁଖ୍ୟମନ୍ତ୍ରୀ ବାଛିବାକୁ ୧୮ ଜଣ ବରିଷ୍ଠ ନେତାଙ୍କୁ ନେଇ ଗଠିତ ହୋଇଛି । ଏଥିସହ, ତାଙ୍କ ଇସ୍ତଫା ପ୍ରତ୍ୟାହାର ଦାବିରୁ କ୍ଷାନ୍ତ ହେବାକୁ ଅନୁରୋଧ କରିଛନ୍ତି ଶରଦ ପାୱାର । ତେବେ ପାୱାର କହିଛନ୍ତି, ସଭାପତି ପଦରେ ନ ରହିଲେ ମଧ୍ୟ ସେ ଦଳିତ, ଆଦିବାସୀ, ମହିଳା ଓ ଶିଶୁଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବେ।

    ସୂଚନାଯୋଗ୍ୟ, ମଙ୍ଗଳବାର ହଠାତ୍‌ ଶରଦ ପାୱାର ସଭାପତି ଛାଡ଼ିବା ନେଇ ଘୋଷଣା କରିଥିଲେ। ଏହା ପରେ ଦଳରେ ଖେଳିଯାଇଥିଲା ଚାଞ୍ଚଲ୍ୟ। ପାୱାରଙ୍କୁ ତାଙ୍କ ସମର୍ଥକମାନେ ନିଷ୍ପତିରୁ ଓହରିବା ପାଇଁ ଅନୁରୋଧ କରିଥିଲେ।

  • ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ, ଜନ୍ମମାଟିରେ ପାଦ ରଖିଲେ ମହାମହିମ

    ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ, ଜନ୍ମମାଟିରେ ପାଦ ରଖିଲେ ମହାମହିମ

    ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ । ନିଜ ଜନ୍ମମାଟିରେ ପାଦ ରଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ରାଇରଙ୍ଗପୁରରେ ପହଞ୍ଚଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ ।

    ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଲୋକଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା ।

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାଗତ କରିଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି। ଏହାପରେ ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଥିଲେ ମହାମହିମ ।

    ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଡାକବଙ୍ଗଳାରେ ଅବସ୍ଥାନ କରିବେ । ୫ ତାରିଖ ଅର୍ଥାତ୍ ଆସନ୍ତାକାଲି ଶିମିଳିପାଳ ଅଭୟାରଣ୍ୟ ଯାଇ ସେଠାରେ ଭ୍ରମଣ କରିବେ। ପୁଣି ହେଲିକପ୍ଟର ଯୋଗେ ବାରିପଦା ଯିବାର କାର୍ଯ୍ୟକ୍ରମ ରହିଛି ।

    ସେଠାରେ ସର୍କିଟ୍ ହାଉସରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଏଥିସହ ଅତିଥି ଭବନରେ ବିଶ୍ରାମ ନେବେ । ୬ ତାରିଖ ସକାଳେ ବାରିପଦା ତକତପୁରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କାର୍ଯ୍ୟକ୍ରମ ପରେ ହେଲିକପ୍ଟରରେ କଲେଇକୁଣ୍ଡା ଯିବେ ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ । ..

    ଗତବର୍ଷ ରାଷ୍ଟ୍ରପତି ଭାବେ ନିର୍ବାଚତ ପରେ ମହାମହିମଙ୍କ ଏହା ତୃତୀୟ ଓଡ଼ିଶା ଗସ୍ତ । ଆଜି ପ୍ରଥମ ଥର ପାଇଁ ସେ ନିଜ ଜନ୍ମମାଟିରେ ପାଦ ରଖିଛନ୍ତି । ଏଥିପାଇଁ ଗାଁ ପୁରାପୁରା ସଜେଇ ହୋଇଛି । ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ କରିଛନ୍ତି ଲୋକେ ।