କୁସ୍ତି ଯୋଦ୍ଧାଙ୍କୁ ବିଳମ୍ବିତ ରାତିରେ ପୋଲିସ ମଦ ପିଇ ଗାଳିଗୁଲଜ କରିଥିବା ଅଭିଯୋଗ, ପଦକ ଫେରାଇବାକୁ ପ୍ରସ୍ତୁତ କହିଲେ ଖେଳାଳୀ

ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ରେସଲର ମାନେ ଆଜି ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । କୁସ୍ତିଯୋଦ୍ଧା ମାନେ କହିଛନ୍ତି ଯେ, ସେମାନଙ୍କ ସଂଗ୍ରାମ ସରକାର କିମ୍ବା ବିରୋଧୀଙ୍କ ପାଇଁ ନୁହେଁ, ସେମାନଙ୍କ ସଂଗ୍ରାମ ବ୍ରିଜ ଭୂଷଣ ଶରଣ ସିଂଙ୍କ ପାଇଁ । ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ମଧ୍ୟ କୁସ୍ତି ଯୋଦ୍ଧା ମାନଙ୍କ ସହ ଉପସ୍ଥିତ ଥିଲେ ।

ସାମ୍ବାଦିକ ସମ୍ମିଳନୀରେ ବଜରଙ୍ଗ ପୁନିଆ କହିଛନ୍ତି, ଯଦି ଖେଳାଳିଙ୍କ କଥା ଶୁଣାଯାଇପାରିବ ନାହିଁ ଏବଂ ସେମାନେ ନ୍ୟାୟ ପାଇପାରିବେ ନାହିଁ, ତେବେ ସରକାର ସେମାନଙ୍କ ପଦକ ଏବଂ ପୁରସ୍କାର ଫେରାଇ ନେବା ଉଚିତ୍ । ପୁନିଆ କହିଛନ୍ତି ଯେ, ଆମେ ଆମର ପଦକ ସରକାରଙ୍କୁ ଫେରାଇ ଦେବୁ । ଏମିତି ପଦକ ଆମର କ’ଣ ଆବଶ୍ୟକ ?

ପୁନିଆ କହିଛନ୍ତି ଯେ, ଏହି ଆନ୍ଦୋଳନକୁ ରାଜନୀତି ସହିତ ନିଶ୍ଚିତ ଭାବେ ଯୋଡ଼ିବା ପାଇଁ ଉଦ୍ୟମ କରାଯାଉଛି । ଆମର ଆନ୍ଦୋଳନ ନ୍ୟାୟ ପାଇଁ ଏବଂ ଏହା ସମସ୍ତଙ୍କ ସମର୍ଥନ ହାସଲ କରିଛି । ପୁନିଆ କହିଛନ୍ତି ଯେ, ଗତକାଲି ପିଟି ଉଷା ମଧ୍ୟ ଆମ ପାଖକୁ ଆସିଥିଲେ। ପୁନିଆ କହିଛନ୍ତି ଯେ, ପୋଲିସ ବ୍ରିଜ ଭୂଷଣଙ୍କ ନିର୍ଦ୍ଦେଶରେ କାମ କରୁଛି । ଯେବେଠାରୁ ଏଫ୍ଆଇଆର୍ ହୋଇଛି, ଆମକୁ ଦୁର୍ବ୍ୟବହାର କରାଯାଉଛି । ଏହାକୁ ରାଜନୀତି ଏବଂ ଜାତି ସହିତ ଯୋଡି ଆମକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି ।

ବିନେଶ ଫୋଗାଟ କହିଛନ୍ତି, ଗତକାଲି ରାତିରେ ମୋତେ ଗାଳି ଦିଆଯାଇଥିବା ବେଳେ ପୋଲିସର ଆଚରଣ ଆକ୍ରମଣାତ୍ମକ ଥିଲା । ଆମେ ଶୋଇବା ବିଛଣା ଅର୍ଡର କରିଥିଲୁ ଆଉ ରାତିରେ ସମସ୍ତ ଅଭିଯୋଗ ପୋଲିସକୁ କରିଛୁ । ପୋଲିସ ମଦ୍ୟପାନ କରିଚାଲିଥିଲା ଆଉ ସେମାନେ ନିଷାରେ ଥିଲେ । ବିନେଶ ପଦକ ଫେରାଇବାକୁ ପ୍ରସ୍ତୁତ ବୋଲି କହିବା ସହ ନିଜ ଜୀବନ ମଧ୍ୟ ଦେବେ ବୋଲି କହିଛନ୍ତି ।

ଭିନେଶ ଫୋଗେଟ୍ କହିଛନ୍ତି, ଏତେ ଅପମାନିତ କରାଯାଉଛି, ଆଉ କିଛି ବାକି ନାହିଁ । ମାନ ସମ୍ମାନର ଲଢେଇ ପାଇଁ ଆସିଥିଲୁ ହେଲେ ଏଠାରେ ପାଦ ତଳେ ଦଳି ଦିଆଯାଉଛି । ଏଠାରେ ଆମକୁ ମା-ଭଉଣୀର ଗାଳି ଆମକୁ ଦିଆଯାଉଛି ବୋଲି ଫୋଗାଟ କହିଛନ୍ତି ।

Leave a Reply

Your email address will not be published. Required fields are marked *