ଭାରତୀୟ ସେନାର ହେଲିକପ୍ଟର କ୍ରାସ୍, ସେଥିରେ ଥିବା ୩ ସେନା ଅଧିକାରୀଙ୍କ ଖବର ମିଳିପାରି ନାହିଁ

ଜମ୍ମୁ-କାଶ୍ମୀର କିସ୍ତଓ୍ବାଡା ଜିଲ୍ଲାରେ ଭାରତୀୟ ସେନର ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି । କୁହାଯାଉଛି ଯେ, ଏହି ହେଲିକପ୍ଟରରେ ଭାରତୀୟ ସେନାର ତିନି ଜଣ ଅଧିକାରୀ ରହିଥିଲେ । ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ଟିମକୁ ଘଟଣା ସ୍ଥଳକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସେପରି କିଛି ସବିଶେଷ ତଥ୍ୟ ଆସିନାହିଁ ।

କୁହାଯାଉଛି, ଯେଉଁଠାରେ ହେଲିକପ୍ଟର କ୍ରାସ ହୋଇଛି ସେହି ସ୍ଥାନଟି କିସ୍ତଓ୍ବାଡାର ଅତି ଦୁର୍ଗମ ଅଞ୍ଚଳ । ସେଠାରେ ବିଗତ ଦୁଇ ଦିନ ଧରି ହାଲକା ହାଲକା ବର୍ଷା ଲାଗିରହିଥିଲା । ସେନାର ୩ ଜଣ ଅଧିକାରୀ ଏହି ଏଏଲଏଚ୍ ଧୃବ୍ ହେଲିକପ୍ଟରରେ ଯାଉଥିଲେ । ସେମାନଙ୍କ ଅବସ୍ଥା ଏବେ କଣ ରହିଛି ତାକୁ ନେଇ ଅପରେସନ ଆରମ୍ଭ ହୋଇଛି । ରେସ୍କ୍ୟୁ ଟିମ ଘଟଣା ସ୍ଥଳରେ ପହଞ୍ଚଥିବା ବେଳେ ହେଲିକପ୍ଟରରେ ଥିବା ସେନାର ସେହି ୩ ଅଧିକାରୀଙ୍କ ସହିତ କୌଣସି ସମ୍ପର୍କ ହୋଇପାରି ନାହିଁ ।

Leave a Reply

Your email address will not be published. Required fields are marked *