‘ଆଉ ସଭାପତି ହେବାର ପ୍ରଶ୍ନ ଉଠୁନି’

ଇସ୍ତଫା ନିଷ୍ପତ୍ତିରେ ଅଟଳ ଏନସିପି ସଭାପତି ଶରଦ ପାୱାର । ଦଳୀୟ କର୍ମୀଙ୍କ ସବୁ ଅନୁରୋଧକୁ ପ୍ରତ୍ୟାକ୍ଷାନ କରି ଆଉ ଦଳର ସଭାପତି ପଦରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ଦଳର ନୂଆ ସଭାପତି ଚୟନ ପାଇଁ ଏକ କମିଟି ଗଠନ ସମ୍ପର୍କରେ କରିଛନ୍ତି ଘୋଷଣା। କମିଟି ଆସନ୍ତା କାଲି କିଏ ହେବେ ଦଳର ପରବର୍ତ୍ତୀ ସଭାପତି ତାକୁ ନେଇ ଘୋଷଣା କରିବ। ତେବେ ଏହି ଦୌଡରେ ପୁତୁରା ଅଜିତ ପାୱାର ଓ ସୁପ୍ରିୟା ସୁଲେଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳୀୟ କର୍ମକର୍ତ୍ତା ସୁପ୍ରିୟାଙ୍କୁ ସଭାପତି କରିବାକୁ ଦାବି କରୁଛନ୍ତି।

ନିଜ ଇସ୍ତଫା ସମ୍ପର୍କରେ ଶରଦ ପାୱାର କହିଛନ୍ତି କି, ମୁଁ ଇସ୍ତଫା ସମ୍ପର୍କରେ କାହା ସହ ଆଲୋଚନା କରିନଥିବା ଅଭିଯୋଗ ମିଛ। ଗତକାଲି କିଛି ଦଳୀୟ କର୍ମୀଙ୍କ ସହ ଆଲୋଚନା ବେଳେ ଏପରି କହିଛନ୍ତି ପୂର୍ବତନ ଦଳ ସଭାପତି । ସେପଟେ ଦଳର ନୂଆ ମୁଖ୍ୟମନ୍ତ୍ରୀ ବାଛିବାକୁ ୧୮ ଜଣ ବରିଷ୍ଠ ନେତାଙ୍କୁ ନେଇ ଗଠିତ ହୋଇଛି । ଏଥିସହ, ତାଙ୍କ ଇସ୍ତଫା ପ୍ରତ୍ୟାହାର ଦାବିରୁ କ୍ଷାନ୍ତ ହେବାକୁ ଅନୁରୋଧ କରିଛନ୍ତି ଶରଦ ପାୱାର । ତେବେ ପାୱାର କହିଛନ୍ତି, ସଭାପତି ପଦରେ ନ ରହିଲେ ମଧ୍ୟ ସେ ଦଳିତ, ଆଦିବାସୀ, ମହିଳା ଓ ଶିଶୁଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବେ।

ସୂଚନାଯୋଗ୍ୟ, ମଙ୍ଗଳବାର ହଠାତ୍‌ ଶରଦ ପାୱାର ସଭାପତି ଛାଡ଼ିବା ନେଇ ଘୋଷଣା କରିଥିଲେ। ଏହା ପରେ ଦଳରେ ଖେଳିଯାଇଥିଲା ଚାଞ୍ଚଲ୍ୟ। ପାୱାରଙ୍କୁ ତାଙ୍କ ସମର୍ଥକମାନେ ନିଷ୍ପତିରୁ ଓହରିବା ପାଇଁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *