Author: suchanatv24x7

  • ହନିଟ୍ରାପରେ ଫଶି ପାକିସ୍ତାନକୁ DRDOର ତଥ୍ୟ ଦେଉଥିଲେ ବୈଜ୍ଞାନିକ ପ୍ରଦୀପ ଗୁରୁଲକର, ଧରିପକାଇଲା ATS

    ହନିଟ୍ରାପରେ ଫଶି ପାକିସ୍ତାନକୁ DRDOର ତଥ୍ୟ ଦେଉଥିଲେ ବୈଜ୍ଞାନିକ ପ୍ରଦୀପ ଗୁରୁଲକର, ଧରିପକାଇଲା ATS

    ପୁଣି ସାମ୍ନାକୁ ଆସିଲା ଡିଆରଡିଓ ବୈଜ୍ଞାନିକଙ୍କ ହନିଟ୍ରାପ ମାମଲା । ଏହି ମାମଲାରେ ଗିରଫ ହୋଇଛନ୍ତି ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକର । ପ୍ରଦୀପଙ୍କ ବିରୁଦ୍ଧରେ ହନିଟ୍ରାପରେ ଫଶି ପାକିସ୍ତାନକୁ ଗୁପ୍ତ ସୂଚନା ସବୁ ଦେଉଥିବା ଅଭିଯୋଗ ହୋଇଥିଲା । ଯାହାର ଆଧାରରେ ଆଜି ଏଟିଏସ୍ ମହାରାଷ୍ଟ୍ର ପୁଣେରୁ ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ଗିରଫ କରିଛି ।

    ସୂଚନା ମୁତାବକ, ତାଙ୍କ ହ୍ୱଟ୍ସଆପ୍ କଲ୍ ଓ ହ୍ୱାଟ୍ସଆପ ମେସେଜରୁ ମିଳିଛି ସାଙ୍ଘାତିକ ତଥ୍ୟ । ଯେଉଁଥିରେ ସେ ଡିଆରଡିଓର ଗୁପ୍ତ ତଥ୍ୟ ସବୁ ପାକିସ୍ତାନର ଗୁପ୍ତଚର ବିଭାଗକୁ ଦେଉଥିବା କୁହାଯାଉଛି । ଆଉ ଏଥିପାଇଁ ପାକିସ୍ତାନ ଖେଳିଥିଲା ଚକ୍ରାନ୍ତ । ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ ହ୍ୟାଣ୍ଡେଲ ହନିଟ୍ରାପରେ ତାଙ୍କୁ ଫଶାଇଥିବା ଜଣାପଡିଛି ।

    ଏଟିଏସର ପ୍ରେସ ରିଲିଜରେ କୁହାଯାଇଛି ଯେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା (ପିଆଇଓ) ହ୍ୱାଟ୍ସଆପ ଜରିଆରେ ବୈଜ୍ଞାନିକ ପ୍ରଦୀପ ଗୁରୁଲକରଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରଦୀପଙ୍କୁ ସେମାନେ ହ୍ୱାଟ୍ସଆପ୍ ଭଏସ୍ କଲ୍, ଭିଡିଓ ଆଦି ସେୟାର କରି ସୂଚନା ଦେଉଥିଲେ । ଆଉ ପ୍ରଦୀପ ମଧ୍ୟ ଏହି ଜାଲରେ ଫସି ସେମାନଙ୍କୁ ଯଥାସମ୍ଭବ ତଥ୍ୟ ଦେଉଥିଲେ । ପ୍ରଦୀପ ଗୁରୁଲକର ନିଜ ପଦର ପୂରୀ ଦୁରୁପଯୋଗ କରି ଦେଶର ଅନେକ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ସେୟାର କରୁଥିଲେ । ଆଉ ଏହା ଆଣ୍ଟି ଟେରରିଷ୍ଟ୍ ସ୍କ୍ୱାଡ ବା ଏଟିଏସ ନଜରକୁ ଆସିଥିଲା ।

  • IAS ଅନନ୍ୟା ଓ ଚଞ୍ଚଳଙ୍କ ପରେ ଏବେ ‘ସ୍ୱଧାଦେବ-ସମର୍ଥ’ଙ୍କ ପାଳି

    IAS ଅନନ୍ୟା ଓ ଚଞ୍ଚଳଙ୍କ ପରେ ଏବେ ‘ସ୍ୱଧାଦେବ-ସମର୍ଥ’ଙ୍କ ପାଳି

    ନିକଟରେ IAS ଅନନ୍ୟା ଦାସ ଏବଂ ଚଞ୍ଚଳ ରାଣା ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଏବେ ପୁଣି ଆଉ ଦୁଇ ଜଣ ଜିଲ୍ଲାପାଳ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଖବର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

    ମେ’ ୨୧ ତାରିଖ । କିଏ ବନିବେ ନୂଆ ଦମ୍ପତି । IAS ମାନଙ୍କ ଭିତରେ ଏଥର କାହା ପାଳି । ଶୁଣାଯାଉଛି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହାତକୁ ଦି’ହାତ ହେବେ । ମାନେ ବିବାହ କରିବାକୁ ଯାଉଛନ୍ତି ସମର୍ଥ ବର୍ମା । ସେ କାହାକୁ ମ୍ୟାରେଜ୍ କରିବେ କନଫ୍ୟୁଜ୍ ହେବାର ନାହିଁ । ଏବେ IASମାନଙ୍କ ବିବାହ ଋତୁ ଚାଲିଥିବା ବେଳେ ଆଉ ଜଣେ ଜିଲ୍ଲାପାଳଙ୍କୁ ବିବାହ କରିବେ ପୁରୀ ଜିଲ୍ଲାପାଳ । ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ ବନିବେ ତାଙ୍କ ଧର୍ମପତ୍ନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କେବଳ ଅପେକ୍ଷା ୧୫ ତାରିଖକୁ । ଆଜ୍ଞା, ଓଡ଼ିଶାରୁ ଯାଇ ବାରଣାସୀରେ ବିବାହ କରିବେ ଦୁଇ ଜିଲ୍ଲାପାଳ ।

    ଦ୍ୱିତୀୟ ବିବାହ କରିବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ପୂର୍ବରୁ ସେ ସୁଚି ସିଂ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ତେବେ ସେମାନଙ୍କ ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ବିବାହକୁ ଅପେକ୍ଷା କରିଥିଲେ । ସେପଟେ, ସ୍ୱଧାଦେବ ସିଂଙ୍କ ମଧ୍ୟ ଏହା ହେବ ଦ୍ୱିତୀୟ ବିବାହ । ପୂର୍ବରୁ ସେ IAS ଚଞ୍ଚଳ ରାଣାଙ୍କୁ ମ୍ୟାରେଜ୍ କରିଥିଲେ ।

    ମେ’ ୨୧ ତାରିଖକୁ ଅପେକ୍ଷା କରିଛି ବାରଣାସୀ । ସେଠାରେ ପୁଣି ଏକ ବିବାହ ଉତ୍ସବ ଅନୁଷ୍ଠିତ ହେବ । IASମାନଙ୍କ ବିବାହ ଋତୁରେ ସମର୍ଥ ବର୍ମା ଏବଂ ସ୍ୱଧାଦେବ ସିଂଙ୍କ ନାଁ ଯୋଡ଼ିହେବ । ସ୍ୱଧାଦେବଙ୍କ ହାତ ଧରିବେ ସମର୍ଥ । ସାମିଲ ହେବେ ହାତଗଣତି କେଇଜଣ ଗେଷ୍ଟ । ପରିବାର ତଥା କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ । ସେଇ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା । ଏହି ଖବର ଏବେ ସୋସାଇଲ୍ ସାଇଟରେ ଘୁରି ବୁଲୁଛି । ମାଇଲେଜ୍ ନେବା ପାଇଁ ଗଣମାଧ୍ୟମଗୁଡ଼ିକ ମଧ୍ୟ ଏଭଳି ଖବରର ପିଛା ଛାଡୁନାହାଁନ୍ତି ।

    ନିକଟରେ IAS ଚଞ୍ଚଳ ରାଣା ଏବଂ IAS ଅନନ୍ୟା ଦାସ ବିବାହ କରିଛନ୍ତି । ଗୌହାଟିରେ ଖାସ୍ କିଛି ଅତିଥିଙ୍କ ଉପସ୍ଥିତିରେ ଦ୍ୱିତୀୟ ବିବାହ କରିଛନ୍ତି ଉଭୟ IAS । ଚଞ୍ଚଳ ରାଣା ବଲାଙ୍ଗିର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବାବେଳେ IAS ସ୍ୱଧାଦେବ ସିଂ ତଥା ରାୟଗଡ଼ା ଜିଲ୍ଲାପାଳ ତାଙ୍କର ପ୍ରଥମ ପତ୍ନୀ ଥିଲେ । ହେଲେ ସେମାନଙ୍କ ବିବାହ ବିଚ୍ଛେଦ ପରେ ପୁଣି ଥରେ ଉଭୟ IAS ନିଜ ନିଜ ରାସ୍ତା ବାଛିଥିଲେ । ସେହିପରି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ପୂର୍ବରୁ ଅବଦୁଲ ଏମ୍.ଅଖତରଙ୍କୁ ବିବାହ କରିଥିଲେ ଯିଏ ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ ଅଛନ୍ତି । ତେବେ ମତଭେଦ କାରଣରୁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ । ନିର୍ବନ୍ଧ ଏବଂ ବିବାହ ଉତ୍ସବରେ ସେମାନେ ଡ୍ୟାନ୍ସ କରି ଧୁମ୍ ମଚାଇଥିଲେ ଯାହା ଦର୍ଶକଙ୍କୁ ବେଶ୍ କିଛି ସମୟ ପାଇଁ ଏଣ୍ଟରଟେନ୍ କରିଥିଲା ।

    ନିକଟରେ ମଜାରେ ମଜାରେ ଆମ ପ୍ରିୟ ବିଧାୟକ ସୁରବାବୁ କହିଥିଲେ ଯେ ‘IAS ସହ IAS ଶୋଇଲେ’ ଭଲ କାମ । ଏଥିରେ ଲାଜ କରିବାର ନାହିଁ । ଆମର ନୋ ଟେନସନ୍ । ସେମାନେ ନିଜ ନିଜ ପସନ୍ଦ ବାଛି ନେଲେ । ବହୁତ ବଢ଼ିଆ ପଦକ୍ଷେପ, ଆମେ ସ୍ୱାଗତ କରିବା ।

    ମେ’ ମାସ ଆରମ୍ଭରେ IAS ଚଞ୍ଚଳ ରାଣାଏ ଏବଂ IAS ଅନନ୍ୟା ଦାସଙ୍କ ବିବାହ ସରିବା ପରେ ଏବେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ବିବାହକୁ ସମସ୍ତଙ୍କ ଅପେକ୍ଷା । ଓଡ଼ିଶାରେ IASମାନଙ୍କ ବିବାହ ଋତୁ ଆରମ୍ଭ ହୋଇଛି । ପୁଣି ଥରେ ନୁହେଁ ଡବଲ ଡବଲ ମ୍ୟାରେଜ୍ । କୁହାଯାଏ ସେମାନେ ହିଁ ଲାଇଫ୍ ଏଞ୍ଜୟ କରନ୍ତି । ହେଲେ ପରବର୍ତ୍ତୀ ବିବାହ କାହାର ସେ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।

  • ପୂର୍ବରୁ ୬ ଥର ବିବାହ ଆଉ ୧୬ ସନ୍ତାନ ଥିବା ସତ୍ତ୍ବେ ୧୬ ବର୍ଷୀୟା ସ୍କୁଲ ଛାତ୍ରୀଙ୍କୁ ବାହା ହେଲେ ୬୫ ବର୍ଷୀୟ ବୃଦ୍ଧ

    ପୂର୍ବରୁ ୬ ଥର ବିବାହ ଆଉ ୧୬ ସନ୍ତାନ ଥିବା ସତ୍ତ୍ବେ ୧୬ ବର୍ଷୀୟା ସ୍କୁଲ ଛାତ୍ରୀଙ୍କୁ ବାହା ହେଲେ ୬୫ ବର୍ଷୀୟ ବୃଦ୍ଧ

    ଆପଣ କେବେ ବିଶ୍ବସ କରିପାରିବେ କି, ଜଣେ କନିଆ ଯାହାର ବୟସ ମାତ୍ର ୧୬ ସେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରିଛନ୍ତି । ଏହା ଅବିଶ୍ବସନୀୟ ଲାଗୁଥିଲେ ବି ସତ । ଆଉ ଏଥିପାଇଁ ବରକୁ ବହୁତ ବିରୋଧର ସାମ୍ନା ମଧ୍ୟ କରିବାକୁ ପଡିଛି । ଏମିତି କି ୬୫ ବର୍ଷୀୟ ବର ତାର ମେୟର ପଦ ମଧ୍ୟ ହରାଇଛି ।

    ଘଟଣାଟି ହେଉଛି ବ୍ରାଜିଲର । ବ୍ରାଜିଲର ପୁରୁଣା ରାଜ୍ୟ ଅରାକୁରିୟାରରେ ମେୟର ଭାବେ କାର୍ଯ୍ୟରତ ଥିଲେ ହିସାମ ହୁସୈନ୍ ଦେହୈନି । ସେ ଯେଉଁ ଯୁବତୀଙ୍କୁ ବିବାହ କରିଛନ୍ତି ସେ ହେଉଛନ୍ତି ଚାଇଲ୍ଡ ବ୍ୟୁଟି କ୍ୱିନ୍, କୌଏନ୍ ରୋଡ୍ କୈମାର୍ଗୋ । ତାଙ୍କର ଏବେ ସ୍କୁଲ ପାଠ ପଢା ମଧ୍ୟ ସରିନାହିଁ । ଦୁହେଁ ଏପ୍ରିଲ ୧୫ ତାରିଖରେ ବିବାହ କରିଥିବା ବେଳେ ବିବାହର ମାତ୍ର ୪ ଦିନ ପୂର୍ବରୁ ହିଁ କୈମାର୍ଗୋଙ୍କୁ ୧୬ ବର୍ଷ ପୂରିଛି । ଦୁହେଁ ନିଜ ସହମତିରେ ଆଡମ୍ବର ସହକାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହର ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି । ଅନେକ ଲୋକ ଏହାକୁ ସମାଲୋଚନା କରୁଥିବା ବେଳେ ଦେହୈନି ତାଙ୍କ ମେୟର ପଦରୁ ଇସ୍ତଫା ମଧ୍ୟ ଦେଇଛିନ୍ତି ।

    ତାଙ୍କର ପୂର୍ବରୁ ୬ ଥର ବିବାହ ହୋଇସାରିଛି । କେବଳ ସେତିକି ନୁହେଁ ଦେହୈନିଙ୍କର ୧୬ ସନ୍ତାନ ମଧ୍ୟ ରହିଛି । ସେ ୧୯୮୦ରେ ପ୍ରଥମ ବିବାହ କରିଥିଲେ । ଡ୍ରଗ୍ସ ତସ୍କରୀରେ ତାଙ୍କୁ ୨୦୦୦ ମସିହାରେ ଗିରଫ କରାଯାଇଥିବା ବେଳେ ତାଙ୍କୁ ପାଖାପାଖି ୩ ମାସ ଜେଲରେ ରହିବାକୁ ପଡିଥିଲା । ପରେ ଏହି ମାମଲାର ଯାଞ୍ଚକୁ ବନ୍ଦ କରିଦିଆଯାଇଥିଲା ।

  • ୩୪ ସପ୍ତାହର ଗର୍ଭସ୍ଥ ଶିଶୁ ମସ୍ତିଷ୍କର ଅସ୍ତ୍ରୋପଚାର

    ୩୪ ସପ୍ତାହର ଗର୍ଭସ୍ଥ ଶିଶୁ ମସ୍ତିଷ୍କର ଅସ୍ତ୍ରୋପଚାର

    ବିଜ୍ଞାନର ପ୍ରଗତି ମଣିଷର ଜୀବନକୁ ସୁଗମ କରି ଗଢିତୋଳିବା ସହ ମୃତ୍ୟୁକୁ ମଧ୍ୟ ଜୟ କରିବାରେ ସକ୍ଷମ ହୋଇଛି। ବିଜ୍ଞାନ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଘଟଣା ଆମ ସମ୍ମୁଖକୁ ଆଣି, ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦେଉଛି। ନିକଟରେ ଆମେରିକାର ଏକ ଡାକ୍ତର ଦଳ ଏପରି ଏକ ଅସ୍ତ୍ରୋପଚାର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି। ମା’ ଗର୍ଭରେ ଥିବା ଏକ ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରି ରେକର୍ଡ କରିଛନ୍ତି ଡାକ୍ତରମାନେ। ଏପରି ବିରଳ ଅସ୍ତ୍ରୋପଚାର ବ୍ରିଗମ ଆଣ୍ଡ ଭୁମେନ ହସ୍ପିଟାଲରେ କରାଯାଇଛି।

    ସିଏନଏନ ରିପୋର୍ଟ ମୁତାବକ, ଏହି ରୋଗକୁ ଭେନ୍ସ ଅଫ ଗେଲେନ ମାଲଫର୍ମେସନ (Venus of galen malformation) କୁହାଯାଏ। ଏଥିରେ ମସ୍ତିଷ୍କରୁ ହୃତପିଣ୍ଡକୁ ପ୍ରବାହିତ ରକ୍ତ ସରବରାହ କରୁଥିବା  ଶିରାରେ ସମସ୍ୟା ହୋଇଥାଏ। ସମାଚାର ଆଉଟଲେଟର ରିପୋର୍ଟ ମୁତାବକ, ଏପରି ସ୍ଥିତି ମସ୍ତିଷ୍କରୁ ହୃତପିଣ୍ଡକୁ ରକ୍ତ ପ୍ରବାହ କରୁଥିବା ଧମନୀର ବିକାଶ ଠିକ୍ ରୂପେ ହୋଇନଥାଏ। ଫଳରେ ମସ୍ତିଷ୍କରେ ଗଭୀର କ୍ଷତି ସହ ଜନ୍ମର ତୁରନ୍ତ ପରେ ପରେ ହୃତପିଣ୍ଡରେ ସମସ୍ୟା ପରି ଚ୍ୟାଲେଞ୍ଜ ଦେଖାଦେଇଥାଏ ବୋଲି ବୋଷ୍ଟନ ଚିଲ୍ଡ୍ରେନ ହସ୍ପିଟାଲର ରେଡିଓଲୋଜିଷ୍ଟ ଓ ଭିଓମଜିଏମର ବିଶେଷଜ୍ଞ ଡା ଡେରେନ ଓରବୈକ କହିଛନ୍ତି।

     ଏହି ରୋଗ ସମ୍ପର୍କରେ ଡାକ୍ତର ଆହୁରି କହିଛନ୍ତି କି, ସାଧାରଣତଃ ଶିଶୁଙ୍କ ଚିକିତ୍ସା ଜନ୍ମ ପରେ କରାଯାଇଥାଏ। ରକ୍ତ ପ୍ରବାହକୁ ଧିମା କରିବାକୁ ଛୋଟ କଏଲ ପୁରାଇବାକୁ କ୍ୟାଥେଟର ଉପଯୋଗ କରାଯାଇଥାଏ। ହେଲେ ଏପରି ଉପଚାର ସାଧାରଣତଃ ବହୁ ଡେରିରେ କରାଯାଇଥାଏ। ଓରବେକ କହିଛନ୍ତି, ଦେଖାଶୁଣାରେ ବିକାଶ ସତ୍ତ୍ୱେ ଏପରି ଶିଶୁଙ୍କ ମଧ୍ୟରୁ ୫୦-୬୦ ପ୍ରତିଶତ ଜନ୍ମ ପରେ ପରେ ରୋଗିଣା ହୋଇଯାଇଥାନ୍ତି ଓ ସେମାନଙ୍କ ମଧ୍ୟରୁ 40 ପ୍ରତିଶତ ଶିଶୁଙ୍କର ମୃତ୍ୟୁ ହୋଇଥାଏ। ଜୀବିତ ଥିବା ପ୍ରାୟ ଅଧା ଶିଶୁ ଗମ୍ଭୀର ସ୍ନାୟୁଗତ  ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

    ନିକଟରେ ହୋଇଥିବା ଅସ୍ତ୍ରୋପଚାରର ଆବଶ୍ୟକତାକୁ ନେଇ ଡାକ୍ତର କହିଛନ୍ତି, ଶିଶୁଟି ତାର ମା ଗର୍ଭରେ ସାମାନ୍ୟ ରୂପେ ବଢୁଥିଲା। କିନ୍ତୁ ଏକ ଅଲ୍ଟ୍ରା ସାଉଣ୍ଡରେ ଡାକ୍ତର ଦେଖିବାକୁ ପାଇଥିଲେ କି, ଶିଶୁର ମସ୍ତିଷ୍କରେ ସମସ୍ୟା ରହିଛି। ଆଉ ଏପରି ଶିଶୁଙ୍କ ମଧ୍ୟରୁ ଅଧିକାଂଶଙ୍କ କ୍ଷେତ୍ରରେ ହାର୍ଟଫେଲ ଓ ବ୍ରେନ ଡ୍ୟାମେଜ ପରି ବହୁ ନଜିର ରହିଛି। ବହୁ ଶିଶୁଙ୍କ ମୃତ୍ୟୁ ମଧ୍ୟ

    ତେଣୁ ୩୪ ସପ୍ତାହର ଗର୍ଭାବସ୍ଥାରେ ବୋଷ୍ଟନ ଚାଇଲ୍ଡ ଆଣ୍ଡ ବ୍ରିଧମର ଏକ ଟିମ ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଡାକ୍ତରୀ ଦଳ ଶିଶୁର ମସ୍ତିଷ୍କରେ ଅତିରିକ୍ତ ରକ୍ତ ପ୍ରବାହକୁ ବନ୍ଦ କରିବାକୁ ଅଲ୍ଟ୍ରାସାଉଣ୍ଡ ମାର୍ଗଦର୍ଶନରେ, ଏମନିଟୋସେଣ୍ଟେସିସ ପାଇଁ ବ୍ୟବହାର ହେଉଥିବା ଛୁଞ୍ଚି ପରି କଏଲକୁ ଧମନୀରେ ଭର୍ତ୍ତି କରିଥିଲେ, ଯେମିତି ରକ୍ତ ପ୍ରବାହ ସ୍ୱାଭାବିକ ହୋଇପାରିବ ।

    ଗେଲେନ ମାଲଫାର୍ମେଶନ ହେଉଛି ମସ୍ତିଷ୍କରେ ଥିବା  ଦୁର୍ଲଭ ରକ୍ତ ବାହିକାର ଅସାମାନ୍ୟତା। ଏଥିରେ ମସ୍ତିଷ୍କରେ ବିକୃତ ଧମନୀର କୋଷିକାକୁ ସଂଯୋଗ କରିବା ଫଳରେ ସିଧା ଶିରା ସହ ଯୋଡିହୋଇଯାଇଥାଏ। ଫଳରେ ଶିରାରେ ଉଚ୍ଚ ଚାପର ରକ୍ତ ପ୍ରବାହିତ ହୋଇଥାଏ. ଯାହା ବିଭିନ୍ନ ସମସ୍ୟାର କାରଣ ହୋଇଥାଏ।   

  • ସର୍ବିୟାରେ ଦୁର୍ବୃତ୍ତର ଆଖିବୁଜା ଗୁଳିଚାଳନା, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

    ସର୍ବିୟାରେ ଦୁର୍ବୃତ୍ତର ଆଖିବୁଜା ଗୁଳିଚାଳନା, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

    ସର୍ବିୟା ରାଜଧାନୀ ମ୍ଲାଡେନୋଭାକ ସହରରେ ଗୁଳିକାଣ୍ଡ । ଜଣେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ବୃତ୍ତଜଣଙ୍କ ଏମିତି କାହିଁକି ଘଟଣା ଘଟାଇଲା ସେ ନେଇ ପ୍ରଶ୍ନ ଉଠିଛି ।

    ମ୍ଲାଡେନୋଭାକ ସହରରେ ଗୁଳିମାଡ଼ ପରେ ଭୟର ବାତାବରଣ ଦେଖାଦେଇଛି । ଦୁର୍ବୃତ୍ତର ଗୁଳିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି। ଆଖିବୁଜା ଗୁଳିମାଡ଼ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗତ ୨ ଦିନ ମଧ୍ୟରେ ସର୍ବିୟାରେ ଦ୍ୱିତୀୟ ଥର ପାଇଁ ଏପରି ଗୁଳିକାଣ୍ଡ ଘଟିଛି ଯାହା ଲୋକଙ୍କୁ ଟେନସନରେ ପକାଇଛି । ସର୍ବିୟା ରାଜଧାନୀ ବେଲଗ୍ରେଡ୍ ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ବ୍ୟସ୍ତବହୁଳ ମ୍ଲାଡେନୋଭାକ ସହରରେ ଗତ ରାତିରେ ଏହି ଅମାନବୀୟ କାଣ୍ଡ ଘଟିଥିଲା । ଜଣେ ଦୁର୍ବୃତ୍ତ ଦ୍ରୁତ ଗତିରେ ଏକ ଗାଡ଼ିରେ ଆସି ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିଲା । ଏହାପରେ ସେଠାରୁ ସେ ଚମ୍ପଟ ମାରିଛି । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ୧୩ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

    ଖବର ପାଇ ପୋଲିସ ସ୍ଥାନୀୟ ଅଞ୍ଚଳରେ ଯାଞ୍ଚ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ୍ ଆଧାରରେ ଖୋଜାଖୋଜିକୁ ଜୋରଦାର କରିଛି । ଏଥିସହ ଘଟଣାସ୍ଥଳରେ ଆକାଶରେ ହେଲିକପ୍ଟର ପଇଁତରା ମାରି ସ୍ଥିତି ଉପରେ ନଜର ରଖିଛି । ଦୁର୍ବୃତ୍ତଜଣକ କିଏ, କ’ଣ ପାଇଁ ଏପରି ଗୁଳିମାଡ଼ କଲା ତାହା ଏଯାଏ ସ୍ପଷ୍ଟ ହୋଇନି। କିଛି ଦିନ ପୂର୍ବେ ଜଣେ ୧୩ ବର୍ଷୀୟ ନାବାଳକ, ନିଜ ସ୍କୁଲରେ ଆଖିବୁଜା ଗୁଳିମାଡ଼ କରିଥିଲା । ଏଥିରେ ୮ ସହପାଠୀଙ୍କ ସମେତ ଜଣେ ସ୍କୁଲ ଗାର୍ଡଙ୍କ ମୃତ୍ୟୁ ହୋଇଥିଲା । ସର୍ବିୟାରେ ଏପରି ଘଟଣା ବଢ଼ି ଚାଲିଥିବାରୁ ସାଧାରଣରେ ଉଦବେଗ୍ ପ୍ରକାଶ ପାଇଛି ।