କେନ୍ଦ୍ରାପଡାରେ ଉଗ୍ର ହେଉଛି ରାଜନୈତିକ ଆକ୍ରୋଶ

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅଧୀନ ପଲେଇ ସମବାୟ ସମିତି ସମ୍ପାଦକ ଖିରୋଦ ଚନ୍ଦ୍ର ଭଦ୍ରଙ୍କ ଉପରେ ଆକ୍ରମଣ। ଅଫିସରେ ପଶି ସମ୍ପାଦକଙ୍କୁ ଜ୍ଞାନ ରଞ୍ଜନ ସ୍ୱାଇଁ ଓରଫ ବୁଢା ସ୍ବାଇଁ ମାଡ ମାରିବା ଘଟଣାକୁ ନେଇ ଥାନାରେ ପହଞ୍ଚିଲା ମାମଲା। ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କରୁଛି ତଦନ୍ତ । ତେବେ ଏହି ଆକ୍ରମଣର ଭିଜୁଆଲ ଅଫିସରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ରାଜନୈତିକ ଆକ୍ରୋଶରୁ ଏପରି ଘଟଣା ଘଟିଥିବା କୁହାଯାଉଛି।

ସମ୍ପୂର୍ଣ୍ଣ ଘଟଣା ଏମିତି ଥିଲା। କିଛି ଦିନ ତାଳେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମାଆଙ୍କ ବର୍ଷିକୀୟା ଭୋଜ ଥିଲା। ଏହି ଭୋଜିରେ ସମବାୟ ସମିତି ସମ୍ପାଦକ ଖିରୋଦ ଭଦ୍ର ଯାଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇଯାଇଥିଲେ ଜ୍ଞାନ ରଞ୍ଜନ ସ୍ୱାଇଁ । ଖିରୋଦଙ୍କ ଅଫିସରେ ପହଞ୍ଚି ଦାଦାବଟି ମାଗିଥିଲେ। ଖିରୋଦ ବଟି ଦେବେନି ବୋଲି ମନାକରିବାରୁ ଜ୍ଞାନ ଖିରୋଦ ଓ ତାଙ୍କ ସମର୍ଥକଙ୍କ ସହ ଯୁକ୍ତିତର୍କ କରିଥିଲେ ଓ ଖିରୋଦଙ୍କୁ ମାଡ ମାରିଥିଲେ। ଏହାକୁ ନେଇ ଖିରୋଦ ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି। ମନ୍ତ୍ରୀଙ୍କ ଗୋଷ୍ଠୀ ସହ ଜ୍ଞାନଙ୍କର ମତାନ୍ତର ଥିବାରୁ ମନ୍ତ୍ରୀଙ୍କ ଭୋଜିକୁ ଖିରୋଦଙ୍କ ଯିବା କାରଣରୁ ଆକ୍ରମଣ ହୋଇଥିବା କହିଛନ୍ତି ଖିରୋଦ

ଘଟଣାର ସମ୍ପୂର୍ଣ୍ଣ ଫୁଟେଜ ଅଫିସ ସିସିଟିଭିରେ କଏଦ ହୋଇଥିଲା।ଫୁଟେଜ ଆଧାର ରେ ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି। ତେବେ ସମ୍ପ୍ରତି ନିର୍ବାଚନକୁ ନେଇ କେନ୍ଦ୍ରାପଡାରେ ରାଜନୈତିକ ଆକ୍ରୋଶ ଦେଖିବାକୁ ମିଳୁଛି। ଯଦି ସ୍ଥିତି ଏମିତି ହୁଏ ତେବେ ଆଗାମୀ ଦିନରେ ଏହା ଆହୁରି ବଢିବା ଆଶଙ୍କାରେ ସାଧାରଣ ଜନତା।

Comments

One response to “କେନ୍ଦ୍ରାପଡାରେ ଉଗ୍ର ହେଉଛି ରାଜନୈତିକ ଆକ୍ରୋଶ”

  1. binance "oppna konto Avatar

    Thanks for sharing. I read many of your blog posts, cool, your blog is very good.

Leave a Reply

Your email address will not be published. Required fields are marked *