ବିଜେପି ନେତାଙ୍କୁ ରାସ୍ତା ଉପରେ ହାଣି ପକେଇଲେ ଦୁର୍ବୃତ୍ତ

ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ବିଜେପି ନେତାଙ୍କ ଉପରେ ଆକ୍ରମଣ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାର ନଗର ଉପସଭାପତି ଲୋକନାଥ ରାଉତ ମଙ୍ଗଳବାର ସକାଳୁ ସୋର ଥାନା ନିକଟରେ ଆକ୍ରମଣର ଶିକାର ହୋଇଛନ୍ତି। ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ଥାନା ନିକଟରେ 2 ଜଣ ଅଜ୍ଞାତ ଯୁବକ ଆସି ତାଙ୍କୁ ପଛପଟରୁ ଭୁଜାଲିରେ ଆକ୍ରମଣ କରିଥିଲେ।

ଆକ୍ରମଣ ପରେ ଲୋକନାଥ ତଳେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦୁଇ ଯୁବକ ସେଠାରୁ ଫେରାର ମାରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଲୋକନାଥଙ୍କ ସ୍ଥିତି ଗମ୍ଭୀର ଥିବାରୁ ସେଠାରୁ ତାଙ୍କୁ ବାଲେଶ୍ୱର ରେଫର କରାଯାଇଥିଲା।

 ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ତେବେ ଲୋକନାଥ ପୂର୍ବରୁ ବିଜେଡିରେ ଥିଲେ, ପରବର୍ତ୍ତି ସମୟରେ  ବିଜେପିରେ ଯୋଗଦେଇଥିଲେ। ତେଣୁ ଏହା ରାଜନୈତିକ ଶତ୍ରୁତାରୁ ସଂଗଠିତ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *