ପିତାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ କରିବାକୁ ଅସଦ କରିଥିଲା ମସୁଧା

 ୟୁପିର ବାହୁବଳୀ ନେତା ଆତିକ ଅହମଦଙ୍କ ପୁଅ ଅସଦ ଓ ତାର ସହଯୋଗୀ ଗୁଲାମକୁ ଗତକାଲି ଝାନ୍ସିରେ ୟୁପି ପୋଲିସ ଏନକାଉଣ୍ଟରରେ ସଫା କରିଦେଇଛି। ଏହା ପରେ ଅସଦକୁ ନେଇ ନୂଆନୂଆ ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି। ସୂତ୍ରରୁ ଖବର ମିଳିଛି କି, ଗତକାଲି ଅତିକକୁ ନେଇ ଯାଉଥିବା ପୋଲିସ ଗାଡି ଉପରେ ଆକ୍ରମଣ କରିବାକୁ ମସୁଧା କରିଥିଲା ମୃତକ। ତେବେ ପିତା ଆତିକକୁ ମୁକୁଳାଇବା ପାଇଁ ନୁହେଁ ବରଂ, ଏପରି ଆକ୍ରମଣ କରି ସେ ଉତ୍ତର ପ୍ରଦେଶ ସରକାରକୁ ଅପଦସ୍ତ କରିବାକୁ ଚାହିଁଥିବା କହିଛନ୍ତି।

ପୋଲିସ ଆତିକକୁ ନେଇ ଯାଉଥିବା ଗାଡି ଉପରେ କିଛି ରାଉଣ୍ଡ ଗୁଳି ଚଳାଇ ଅସିଦ ଓ ତାର ସହଯୋଗୀ ଆତିକର ସୁରକ୍ଷାକୁ ନେଇ ସରକାର ଉପରେ ପ୍ରଶ୍ନ ଉଠାଇବାକୁ ଚାହିଁଥିଲେ। ଫଳରେ ସାବରମତି ଜେଲରୁ ପ୍ରୟାଗରାଜ ସ୍ଥାନାନ୍ତର ଉପରେ ପ୍ରତିବନ୍ଧକ ଲାଗିଥାନ୍ତା। ସେପଟେ, ଉମେଶ ପାଲର ହତ୍ୟା ପରେ ଅସଦ ଫେରାର ଥିବା ବେଳେ ଅତିକ ଓ ତାର ଭାଇ ଅଶରଫକୁ ଅସଦର ସୁରକ୍ଷା ଚିନ୍ତା ଘାରିଥିଲା। ତେଣୁ ଆତିକ ତାର ସହଯୋଗୀ ତଥା ପରିଚିତଙ୍କୁ ଅସଦର ସୁରକ୍ଷା ଭିକ୍ଷା କରିଥିଲା।

ଉମେଶ ପାଲ ହତ୍ୟା ଘଟଣା ପରେ ଅସଦକୁ ଧରିବାକୁ ପୋଲିସ ପୁରସ୍କାର ଘୋଷଣା କରିଥିଲା। ଏହି ହତ୍ୟା ଘଟଣାରେ ପୂର୍ବରୁ ଦୁଇ ସହଯୋଗୀଙ୍କୁ ଏନକାଉଣ୍ଟରରେ ମରାଯିବା ପରେ ଆତିକ ଆଖିରୁ ଲିଭି ଯାଇଥିଲା ନିଦ। ୟୁପି ପୋଲିସ ଯେଉଁଠି ଦେଖିବ ତାର ପୁଅକୁ ମାରିଦେବ, ଏହି ଆଶଙ୍କା ଥିଲା ଆତିକକୁ, ଯାହା ଶେଷରେ ସତ ହୋଇଛି।

ଅସଦକୁ ନେଇ ଆଉ ଏକ ତଥ୍ୟ ପୋଲିସକୁ ହସ୍ତଗତ ହୋଇଛି। ଉମେଶ ପାଲ ହତ୍ୟାକୁ ନେଇ ଅସଦ ତାର ଦାଦା ବା ଆତିକର ଭାଇ ସହ ଫେବୃଆରୀ 11ରେ ଅସଦ ଦାଦା ଅଶରଫ ସହ 2 ଘଣ୍ଟା ଧରି ଆଲୋଚନା କରିଥିଲା। ଏହି ଦିନ ଆତିକ ଓ ଅଶରଫକୁ ପ୍ରୟାଗରାଜ କୋର୍ଟ 2006 ଉମେଶ ପାଲ ଅପହରଣ ଘଟଣାରେ ଦୁଇ ଭାଇଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ। ଉଭୟ ଅସଦ ଓ ଅଶରଫ ମଧ୍ୟରେ ହୋଇଥିବା ସାକ୍ଷାତକାର ପାଇଁ ଜେଲ କର୍ତ୍ତୃପକ୍ଷ ମଧ୍ୟ ବ୍ୟବସ୍ଥା କରିଥିଲେ ଓ ଯେଉଁଠି ସିସିଟିଭି କ୍ୟାମେରା ନଥିଲା, ସେଠାରେ ଦୀର୍ଘ ଆଲୋଚନା  କରାଯାଇ ଉମେଶ ପାଳଙ୍କୁ 25 ଫେବୃଆରୀରେ ହତ୍ୟା କରାଯାଇଥିଲା।  

Leave a Reply

Your email address will not be published. Required fields are marked *