ହାଇଦ୍ରାବାଦରେ ଦେଶର ସବୁଠାରୁ ଉଚ୍ଚ ମୂର୍ତ୍ତି ଉନ୍ମୋଚିତ

ଭାରତର ସମ୍ୱିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ 132 ତମ ଜୟନ୍ତୀ ଅବସରରେ ହାଇଦ୍ରାବାଦରେ ଏକ ପ୍ରତିମୂର୍ତ୍ତିର ଉନ୍ମୋଚନ କରାଯାଇଛି। 125 ଫୁଟ ଉଚ୍ଚର ବ୍ରୋଞ୍ଚ ମୂର୍ତ୍ତିକୁ ତେଲେଙ୍ଗାନା ମୁଖ୍ୟମନ୍ତୀ କେ ଚନ୍ଦ୍ରଶେଖର ରାଓ ଅନାବରଣ କରିଛନ୍ତି। ଭାରତରେ ଆମ୍ବେଦକରଙ୍କ ଯେତେସବୁ ମୂର୍ତ୍ତି ରହିଛି, ଏହା ସବୁଠାରୁ ଉଚ୍ଚ।

ହାଇଦ୍ରାବାଦର ପ୍ରସିଦ୍ଧ ହୁସେନ ସାଗର ହ୍ରଦ ନିକଟରେ ଅବସ୍ଥିତ ରାଜ୍ୟ ସଚିବାଳୟ କଡରେ ବାବା ସାହେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି।  ଏହି ଅବସରରେ ହେଲିକପ୍ଟରରୁ ଆକାଶ ମାର୍ଗରୁ ମୂର୍ତ୍ତି ଉପରେ ପୁଷ୍ପ ବୃଷ୍ଟି କରାଯାଇଥିଲା। ଉନ୍ମୋଚନୀ ଉତ୍ସବକୁ ଲୋକଙ୍କ ପରିବହନ ପାଇଁ 750ରୁ ଅଧିକ ବସର ଚଳପ୍ରଚଳ କରାଯାଇଥିଲା। ଉତ୍ସବକୁ ବାବା ସାହେବଙ୍କ ନାତିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ରାଜ୍ୟ ସରକାର।  

ଏହି ଉନ୍ମୋଚନ ଉତ୍ସବକୁ 35000 ଜନତାଙ୍କ ସମାଗମ ହୋଇଥିବା ବେଳେ 2 ଲକ୍ଷ ମିଷ୍ଟାନ୍ନ ପ୍ୟାକେଟ, 1.50 ଲକ୍ଷ ଘୋଳଦହି ପ୍ୟାକେଟ  ଓ 1.50 ଲକ୍ଷ ପାଣି ପ୍ୟାକେଟର ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *