ଆତିକଙ୍କ ପରେ ପଡିପାରେ ମୋ ପାଳି: ଆଜମ ଖାନ୍

ଗ୍ୟାଙ୍ଗଷ୍ଟରରୁ ରାଜନେତା ପଲଟିଥିବା ଆତିକ ଅହମଦ ଓ ତାର ଭାଇ ଅସରଫଙ୍କୁ ଯେମିତି ହତ୍ୟା କରାଯାଇଛି, ତାକୁ ନେଇ ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ବିଭିନ୍ନ ବିରୋଧୀ ଦଳ ନେତା ଭୟରେ। କେତେବେଳେ ସେମାନଙ୍କୁ ମାରି ଦିଆ ଯିବନି, ଏହି ଆଶଙ୍କା ଘାରିଛି। ଯାହା ସପା ନେତା ତଥା ପୂର୍ବତନ ରାମପୁର ବିଧାୟକ ଆଜମ ଖାନ୍ କହିଛନ୍ତି।

ରାମପୁରରେ ପୌର ନିର୍ବାଚନ ପ୍ରଚାର କରୁଥିବାବେଳେ ଆଜମ ଖାନ ଲୋକଙ୍କୁ ପଚାରିଥିଲେ ଅତିକକୁ ଯେଭଳି ହତ୍ୟା କରାଗଲା ସେଭଳି ଢଙ୍ଗରେ ମୋତେ ଓ ମୋ ପରିବାରକୁ ହତ୍ୟା କରାଯାଉ, ଏପରି ଚାହୁଁଛନ୍ତି କି? ଆଜମ ଅହୁରି କହିଥିଲେ, ଭୋଟ୍ ଦାନ ଆମ ଜନ୍ମଗତ ଅଧିକାର, ତଥାପି ଏହି ଅଧିକାରକୁ ଦୁଇଥର ଛଡ଼ାଇ ନିଆଯାଇଛି। ତୃତୀୟ ଥର ଛାଡି ଦେଲେ ନିଶ୍ୱାସପ୍ରଶ୍ୱାସ ନେବା ଅଧିକାର ଛଡାଇ ନେବେ।

ସୂଚନାଯୋଗ୍ୟ, ୨୦୧୯ରେ ଏକ ନିର୍ବାଚନ ରାଲିରେ ଆଜମ ଖାନ ସ୍ଥାନୀୟ ପ୍ରଶାସନ, ପ୍ରଧାନମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିବାରୁ ଏକ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ କୋର୍ଟ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

Leave a Reply

Your email address will not be published. Required fields are marked *