ପୁଅକୁ ହତ୍ୟା ଅଭିଯୋଗ, ବାପା ଓ ସହଯୋଗୀଙ୍କୁ ବାନ୍ଧିଲେ ଗାଁ ଲୋକେ

କେନ୍ଦୁଝର କାଞ୍ଜିପାଣି ଥାନା କରଙ୍ଗାଡ଼ିହ ଗାଁରେ ଅଭାବନୀୟ ଘଟଣା । ପୁଅକୁ ହତ୍ୟା ଅଭିଯୋଗରେ ବାପା ଓ ତାର ସହଯୋଗୀଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରାଯାଇଛି । ଗାଁ ଦାଣ୍ଡରେ ଖୁଣ୍ଟରେ ବାନ୍ଧି ନିର୍ଯାତନା ଦିଆଯାଉଥିବା ବେଳେ କାଞ୍ଜିପାଣି ପୋଲିସ ଉଦ୍ଧାର କରିଛି ।

ଗତ ୧୨ ତାରିଖରେ କରଙ୍ଗାଡ଼ିହ ଗାଁର ରଙ୍ଗା ମହାକୁଡ଼ଙ୍କ ୮ ବର୍ଷୀୟ ନାବାଳକ ଫକୀରଙ୍କ ମୃତଦେହ ଗାଁ ପଡ଼ିଆରୁ ମିଳିଥିଲା । ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ହତ୍ୟା ଅଭିଯୋଗ କରିଥିଲେ ଗାଁର ଧନେଶ୍ୱର ଦେହୁରୀ । ବାପା ରଙ୍ଗା ଏବଂ ତାର ସହଯୋଗୀ ବିଦ୍ୟାଧର ଦେହୁରୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଏଭଳି ଅଭିଯୋଗକୁ ସେମାନେ ଖଣ୍ଡନ କରିଥିଲେ । ଗାଁ ଲୋକେ କିନ୍ତୁ ଦୁଇଜଣଙ୍କ ମଣ୍ଡପ ନିକଟରେ ବାନ୍ଧି ମାରପିଟ୍ କିରଥିଲେ । କାଞ୍ଜିପାଣି ପୋଲିସ ପହଞ୍ଚି ବୁଝାସୁଝା ପରେ ସମସ୍ତଙ୍କୁ ଉଦ୍ଧାର କରିଥିଲା । ଘଟଣା ସମ୍ପର୍କରେ ପଚରାଉଚୁରା ଜାରି ଥିବା କହିଛି ପୋଲିସ ।

Leave a Reply

Your email address will not be published. Required fields are marked *