ପିକଅପରୁ ଗଞ୍ଜେଇ ଜବତ, ଜଣକୁ କାବୁକଲେ ଗାଁ ଲୋକେ

କେନ୍ଦୁଝର ଜଗମୋହନପୁର ଛକରେ ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ ଜବତ । ସ୍ଥାନୀୟ ଲୋକଙ୍କ ସହାୟତାରେ ଏହାକୁ ଜବତ କରିଛି ତେଲକୋଇ ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଅଧିକ ହେବ ।

ସୂଚନା ଅନୁଯାୟୀ ଆଜି ଦିନ ୧୦ଟା ବେଳେ ପାଲହଡ଼ା ପଟୁ ଏକ ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ ଦ୍ରୁତ ଗତିରେ ଆସୁଥିଲା । ଏନଏଚ୍ ୪୯ନଂ ଜଗମୋହନପୁର ଛକରେ କିଛି ଲୋକ ତାକୁ ଅଟକାଇଥିଲେ । ପିକଅପ୍ ଆଗରେ ଯାଉଥିବା କାରରେ କିଛି ଲୋକ ଧମକଚମକ ଦେବା ସହ ଫଟୋ ଉଠାଇବାକୁ ବାରଣ କରିଥିଲେ। ସନ୍ଦେହ ହେବାରୁ ତେଲକୋଇ ପୋଲିସକୁ ଜଣାଇଥିଲେ ଲୋକେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗଞ୍ଜେଇ ଭର୍ତ୍ତି ପିକଅପକୁ ଜବତ କରିଥିଲା । ଦିଲ୍ଲୀ ନମ୍ବର ଥିବା ଗାଡ଼ିକୁ ଜଗମୋହନପୁର ଫାଣ୍ଡିକୁ ନେଇଥିଲା ପୋଲିସ । ଦୁଇଜଣ ଫେରାର ଥିବାବେଳେ ଜଣକୁ ଧରିଛନ୍ତି ଲୋକେ । ପଚରାଉଚୁରା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *