ବଡ଼ବିଲରେ ଦୁର୍ବୃତ୍ତଙ୍କ ଗୁଳିରେ ଗଲା ଜଣଙ୍କ ଜୀବନ

କେନ୍ଦୁଝର ବଡ଼ବିଲରେ ଗୁଳିକାଣ୍ଡ । ଭୋରୁ ଭୋରୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଲୋକେ ଭୟଭୀତ ହୋଇଛନ୍ତି ।

ଆଜି ସକାଳ ପାଖାପାଖି ୮.୩୦ରେ ବଡ଼ବିଲ ପୌରାଞ୍ଚଳର ୬ ନମ୍ବର ୱାର୍ଡ ମୋନି ଟାୱାର ନିକଟରେ ଗୁଳି ଶବ୍ଦ ଶୁଭିଥିଲା । ଦୁର୍ବୃତ୍ତଙ୍କ ଗୁଳିରେ ବଡ଼ବିଲ ଡାକ୍ତରଖାନା ନିକଟ ଭୋଲା ସିନ୍ହା ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ମୁଣ୍ଡକୁ ଗୁଳି ବାଜିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ସେଠାରେ ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ । ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର୍ ଅଛି ଦୁର୍ବୃତ୍ତ । କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *