
ବିଡ଼ିଓ ବିଧାୟକଙ୍କ ଖେଳ ଖତମ୍। ଆକ୍ସନ ମୁଡ଼ରେ ପ୍ରଶାସନ ଚାମେଲିଙ୍କ ଗାଁରେ ପହଞ୍ଚିଲା ପାଞ୍ଚ ଜଣିଆ ଟିମ୍ । ଏବେ ନାମ ନେବେ ବିଡ଼ିଓ ବିଧାୟକ ଲୋକେ କହୁଛନ୍ତି ଆମ ଝିଅ କରିବ ବାଜିମାତ। ହଜାରେ ବାଧା,ଅନେକ ସଙ୍ଘର୍ଷ ଭିତରେ ଚାମେଲି ସାହସର ସହିତ ପ୍ରଶାସନ,ବିଡ଼ିଓ ଓ ବିଧାୟକଙ୍କ ମୁଖା ଖୋଲି ଥିଲେ। ମାଡ, ଦୁର୍ବ୍ୟବହାର ପରେ ବି ମୁଁହ ବନ୍ଦ କରି ନଥିଲେ। ବାରମ୍ବାର କହିଥିଲେ ଜନତାଙ୍କ ସେବା କାର୍ଯ୍ୟରେ ତାଙ୍କୁ ବାଧା ଦିଆ ଯାଉଛି। ଆଉ ଏହି ଘଟଣା ଶେଷରେ ଏଭଳି ଏକ ମୋଡ ନେଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।
ତେବେ ଦୀର୍ଘ ଦିନ ଧରି ଲଗାତାର ଅଭିଯୋଗ, ଧାରଣା ଓ ପ୍ରତିବାଦ ପରେ ଶେଷରେ ଆକ୍ସନ ମୋଡ୍କୁ ଆସିଛି ପ୍ରଶାସନ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ୫ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ସିଧାସଳଖ ମହାକାଳପଡ଼ା ବ୍ଲକରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ।ଦର୍ଶକବନ୍ଧୁ, ଗତ ୧୧ ତାରିଖରେ ତିଖିରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ବିଡିଓଙ୍କ ସହ ଆଲୋଚନା କରିବାକୁ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ ସରପଞ୍ଚ ଚାମେଲି ଓଝା। କିନ୍ତୁ ଅଭିଯୋଗ ହେଲା, ସେଠାରେ ତାଙ୍କୁ ଅପମାନିତ କରାଗଲା, ମୋବାଇଲ ଛଡ଼ାଇ ନିଆଗଲା ଏବଂ ଗାଳିଗୁଲଜ କରାଗଲା। ସେହି ଘଟଣା ପରେ ଚାମେଲି ଚୁପ୍ ବସିନଥିଲେ। ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣି ପ୍ରଶାସନ ବିରୋଧରେ ଖୋଲିଥିଲେ ମୋର୍ଚ୍ଚା।
ଏବେ ସେହି ଅଭିଯୋଗକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଉପଜିଲ୍ଲାପାଳ, ଡେପୁଟି କଲେକ୍ଟର ଏବଂ ଜିଲ୍ଲା ସ୍ତରର ବରିଷ୍ଠ ଅଧିକାରୀମାନେ ମହାକାଳପଡ଼ା ବ୍ଲକରେ ପହଞ୍ଚି ଚାମେଲି ଓଝାଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଛନ୍ତି। କେବଳ ଆକ୍ରମଣ ଘଟଣା ନୁହେଁ, ତିଖିରୀ ପଞ୍ଚାୟତରେ ଅଟକି ରହିଥିବା ବିକାଶମୂଳକ ପ୍ରକଳ୍ପ, ପେଣ୍ଡିଂ ବିଲ୍, କାର୍ଯ୍ୟରେ ଅସହଯୋଗ ଏବଂ ପ୍ରଶାସନିକ ବାଧା ଭଳି ସମସ୍ତ ପ୍ରସଙ୍ଗକୁ ଗୋଟିଏ ଗୋଟିଏ କରି ଖତିଆନ କରାଯାଇଥିବା ସୂଚନା ମିଳିଛି। ତଦନ୍ତକାରୀ ଦଳ ସମସ୍ତ ଦସ୍ତାବିଜ ମଧ୍ୟ ଯାଞ୍ଚ କରିଥିବା ଜଣାପଡ଼ିଛି। ଏବେ ୫ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଲୋକେ କହୁଛନ୍ତି ଚାମେଲିଙ୍କ ଅଭିଯୋଗରେ ଯଦି ସତ୍ୟତା ଥାଏ ତାହାଲେ ଆଗକୁ ବିଡ଼ିଓ ବିଧାୟକ ପାନେ ପାଇ ପାରନ୍ତି।