ହୋଲି ହେଲା କାଳ

ହୋଲି ଖେଳି ସାରି ପୋଖରି ରେ ଗାଧୋଇଲା ବେଳେ ବୁଡିଗଲା ନାବାଳକ | ପାରାଦୀପ ଲକଥାନା ଅଧିନସ୍ଥ କତକୁଲା ଗ୍ରାମରେ ଘଟିଛି ଏଭଳି ଘଟଣା | ଏହି ଗ୍ରାମର ଜୟନ୍ତ ରାଉତ ଙ୍କ ବାରବର୍ଷ ର ପୁଅ ରାଜକିଶୋର ରାଉତ ଆଜି ସାଙ୍ଗ ସାଥି ଙ୍କ ସହ ରଙ୍ଗ ଖେଳି ପୋଖରି କୁ ଗାଧୋଇବାକୁ ଯାଇଥିଲେ | ସେଠାରେ ତାଙ୍କ ଗୋଡ ଖସିଯିବାରୁ ସେ ପୋଖରୀ ର ଗଭୀର ପାଣି ଭିତରେ ବୁଡ଼ିଯାଇଥିଲେ | ଅନେକ ଚେଷ୍ଟା ପରେ ମଧ୍ଯ ତାଙ୍କ ପାଖରେ ଥିବା ସାଙ୍ଗସାଥି ଉଦ୍ଧାର କରି ପାରି ନଥିଲେ। ପରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହେବା ପରେ ତାଙ୍କୁ ତୁରନ୍ତ ଅଠରବାଙ୍କି ମେଡ଼ିକାଲକୁ ଅଣାଯାଇଥିଲା। ତେବେ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଫଳରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *