
କୋରାପୁଟ ଜିଲ୍ଲା ସେମିଳିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷା ଡ. ଝାନସି ସିଂହଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣା କର ଭୁଏ ଓ ଚାମେଲି ମଜୁମଦାର ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ଭୁଏ ନୂତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଗୁରୁତ୍ଵ ସମ୍ପର୍କରେ ବୁଝାଇଥିବା ବେଳେ ଶ୍ରୀମତୀ ମଜୁମଦାର ବର୍ତ୍ତମାନଠାରୁ ପଚିଶ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ସୁନ୍ଦର ଭବିଷ୍ୟତ ଗଢିବାକୁ ପରାମର୍ଶ ଦେଇଥିଲେ।

ଅଧ୍ୟକ୍ଷା ଡ. ସିଂହ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ଭାଷଣ ଦେଇ ସମପୋଷାକ, ବିଦ୍ୟାଳୟ ପ୍ରଦତ୍ତ ପରିଚୟ ପତ୍ର, ପରିଷ୍କାର, ପରିଚ୍ଛନ ଓ ଶାଳୀନତା ସହ ବିଦ୍ୟାଳୟ ଆସିବାକୁ ପରାମର୍ଶଦେବା ସହିତ ବିଦ୍ୟାଳୟରେ ଉପଲବ୍ଧ ସମସ୍ତ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। ଯୁକ୍ତ ଦୁଇର ପରୀକ୍ଷା ଦ୍ୱାୟିତରେ ଥିବା ଡ. ଗୀତା ପଟ୍ଟନାୟକ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉପଲବ୍ଧ ଥିବା ପାଠ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହିତ ପରୀକ୍ଷାର ନୀତିନିୟମ ସମ୍ପର୍କରେ ଅବଗତ କରାଇଥିଲେ।
ଛାତ୍ରବୃତ୍ତି ଦ୍ୱାୟିତରେ ଥିବା ଡ. ରମେଶ କୁମାର ମଲିକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଛାତ୍ରବୃତି ସମ୍ପର୍କରେ ଅବଗତ କରାଇବା ସହିତ ଜାତିଗତ ପ୍ରମାଣ ପତ୍ର, ଆୟଗତ ପ୍ରମାଣ ପତ୍ର, ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ସଂଯୋଗ କରିବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ ଅଧ୍ୟାପକ ଶ୍ରୀ ଦେବରାଜ ନାୟକ, ଶିବାସିଷ ପଟ୍ଟନାୟକ, ଡ. ପ୍ରିତିଶ ବେହେରା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଜଣାଇବା ସହ ମହାବିଦ୍ୟାଳୟର ସମସ୍ତ ନୀତି ନିୟମ ସମ୍ପର୍କରେ ଅବଗତ କରିଥିଲେ ।