
ଗତକାଲି ଦିନିକିଆ ଅନୁଗୁଳ ଗସ୍ତରେ ଯାଇଥିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଗୋଣ୍ଡ ସମାଜର ଆରାଧ୍ୟ ଦେବତା ବଡ଼ ଜଂଘା ଦେଓ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ପ୍ରଥମେ ଆମ୍ବେଦକରଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ଗୁଛ ଅର୍ପଣ କରିବା ପରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ। ପରେ ୩୫ ଏକର ପଥର ଚଟାଣ ଉପରେ ନିର୍ମିତ ଜଙ୍ଘା ବଡଦେଓ ମନ୍ଦିର ଯାଇ ସେଠାରେ ଠାକୁରଙ୍କୁ ଦର୍ଶନ କରି ପ୍ରଭୁଙ୍କ ଆଶିଷ ଲାଭ କରିଥିଲେ। ପରେ ଏକ ଜନସଭାକୁ ସମ୍ବୋଧିତ କରି ଜନଜାତି ଙ୍କ ବିକାଶ ହେଲେ ଭାରତ ବିକଶିତ ହେବ ବୋଲି କହିଥିଲେ।
ଜନଜାତିଙ୍କ ଶିକ୍ଷାର ବିକାଶ ଦିଗରେ କନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି, ବେଟି ବଚାଓ, ବେଟି ପଢ଼ାଓ ନରା ଦେଇଥିଲେ। ଅନ୍ୟତମ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଆଦିବାସୀଙ୍କ ପ୍ରତି କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ପରିକଳ୍ପନା କରୁଥିବା କହିବା ସହ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଆମ୍ବସରମୁଣ୍ଡା ପେନଣ୍ଠାନା ଯୋଡ଼ି ହେଲା ବୋଲି କହିଥିଲେ।
ପେନଠାନାର ସଭାପତି ତଥା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ସ୍ବାଗତ ଭାଷଣ ଦେଇଥିବା ବେଳେ ଗୋଣ୍ଡ୍ ୱାନା ସମାଜର ରାଜ୍ୟ ମହାସଚିବ ପ୍ୟାରୀ ମୋହନ ନାୟକ ବିବରଣୀ ପାଠ କରିଥିଲେ। ଛତିଶଗଡ଼ ରାଜ୍ୟର ପୂର୍ବତନ ବିଧାୟକ ରବି ନାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Your point of view caught my eye and was very interesting. Thanks. I have a question for you.