
ନିଆରା ଢଙ୍ଗରେ ସଡ଼କ ସୁରକ୍ଷା ମାସ ପାଳିଲେ ଭିସା ଷ୍ଟୀଲ କର୍ମଚାରୀ । ଯମରାଜ ଓ ଚିତ୍ରଗୁପ୍ତ ବେଶରେ ସଜ୍ଜିତ ହୋଇ ଲୋକମାନଙ୍କୁ ଗୋଲାପ ଫୁଲ ସହିତ ଚକୋଲେଟ୍ ଦେଇ ସଚେତନ କରାଇଲେ । ସୂଚନା ମୁତାବକ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଅନ୍ତର୍ଗତ ଭିସା ଷ୍ଟିଲ ଗ୍ରୁପ ତରଫରୁ ଏକ ପଦଯାତ୍ରା କରି ସଡ଼କ ସୁରକ୍ଷା ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଭିସା ଗ୍ରୁପର କର୍ମଚାରୀ ବାସୁଦେବ ପ୍ରଧାନ ଯମ ରାଜାଙ୍କ ବେଶ ଓ ନିର୍ମଳ ଚନ୍ଦ୍ର ବଳ ଚିତ୍ରଗୁପ୍ତ ବେଶ ପରିଧାନ କରି ରାସ୍ତା ଉପରେ ଲୋକମାନଙ୍କୁ ହେଲମେଣ୍ଟ ପିନ୍ଧି ଗାଡି ଚଳାଇବା,ମଦ୍ୟପାନ କରି ଗାଡି ନ ଚଳାଇବା,ଟ୍ରାଫିକ ନିୟମ କୁ ମାନିବା, ଗାଡିଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ଓ ଦ୍ରୁତ ଗତିରେ ଗାଡି ନ ଚଳାଇବା ପାଇଁ ଡ୍ରାଇଭର ମାନଙ୍କୁ ସଚେତନ କରାଇଥିଲେ । ଯେଉଁ ମାନେ ଟ୍ରାଫିକ ନିୟମ କୁ ମାନି ଗାଡି ଚଳାଉଥିଲେ, ସେମାନଙ୍କୁ ଚକଲେଟ ଓ ଫୁଲ ଦେଇ ସମ୍ମାନ ଜଣାଇ ଥିଲେ। ଭିସା ଗ୍ରୁପ ର ଏଭଳି ଏକ ପ୍ରୟାସ କୁ ସାଧାରଣ ଗାଡି ଚାଳକ ମାନଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଦେବା ସହ ଏଭଳି ଏକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି।
Your point of view caught my eye and was very interesting. Thanks. I have a question for you.