Month: May 2023

  • ଛାତ୍ରଙ୍କଠାରୁ ୬.୦୧ ପ୍ରତିଶତ ଆଗୁଆ ଛାତ୍ରୀ

    ଛାତ୍ରଙ୍କଠାରୁ ୬.୦୧ ପ୍ରତିଶତ ଆଗୁଆ ଛାତ୍ରୀ

    ଆଜି ପ୍ରକାଶ ପାଇଛି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଯୁକ୍ତ ଦୁଇ ପରୀକ୍ଷା ଫଳ। ଚଳିତ ବର୍ଷ ମୋଟ୍‌ ୧୬,୯୬,୭୭୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ ରହିଥିବା ସିବିଏସଇ ପକ୍ଷରୁ ସୂଚନା ରହିଛି। ଚଳିତ ବର୍ଷ ଜାତୀୟ ପାଶ ହାର ପୂର୍ବ ବର୍ଷ ତୁଳନାରେ ହ୍ରାସ ପାଇଥିବା ବେଳେ କିନ୍ତୁ ତ୍ରିଭେନ୍ଦ୍ରମର ରେଜଲ୍ଟ ସର୍ବାଧିକ ୯୯.୯୧ ପ୍ରତିଶତ ରହିଛି। ତେବେ ଚଳିତ ବର୍ଷରୁ ସିବିଏସଇ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଉଥିବା ଅସ୍ୱାସ୍ଥ୍ୟକର ପ୍ରତିଯୋଗିତାକୁ ଏଡାଇବାକୁ ଡିଭିଜନରେ ଫଳ ପ୍ରକାଶ କରିନାହିଁ।

    ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ ପକ୍ଷରୁ ପ୍ରକାଶ ପାଇଥିବା ଚଳିତ ଯୁକ୍ତ ଦୁଇ ରେଜଲ୍ଟରେ ଦେଖିବାକୁ ମିଳୁଛି କି, ଚଳିତ ରେଜଲ୍ଟ ପୂର୍ବ ବର୍ଷ ତୁଳନାରେ କମ ରହିଛି। ତେବେ ଚଳିତ ଥର ତ୍ରିଭେନ୍ଦ୍ରମର ପାଶ ହାର ସର୍ବାଧିକ ୯୯.୯୧ ପ୍ରତିଶତ ରହିଛି, ଯେତେବେଳେ କି, ପ୍ରୟାଗରାଜର ପାଶହାର ୭୮.୦୫ ପ୍ରତିଶତ ସହ ତାଲିକାରେ ତଳେ ରହିଛି। ସେହିପରି ଚଳିତ ଥର ଛାତ୍ରଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ଛାତ୍ରୀ। ଛାତ୍ରୀଙ୍କ ପାଶହାର ୯୦.୬୮ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ତୁଳନାରେ ଏହା ୬.୦୧ ପ୍ରତିଶତ ଅଧିକ ରହିଛି।

    ପରୀକ୍ଷାରେ ଭଲ ପ୍ରଦର୍ଶନ ନ କରିବା କାରଣରୁ ପ୍ରତିବର୍ଷ ବହୁ ପରୀକ୍ଷାର୍ଥୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥାନ୍ତି। କେହି କେହି ଘରୁ ଲୁଚି କେଉଁଆଡେ ଚାଲି ଯାଇ ନିଜ ସୁନ୍ଦର ଭବିଷ୍ୟତକୁ ନଷ୍ଟ କରି ଦେଇଥାନ୍ତି। ତେଣୁ ଏହି ସମ୍ବେଦନଶୀଳ ଘଟଣା ସବୁକୁ ଏଡାଇବାକୁ ବୋର୍ଡ ପକ୍ଷରୁ ଡିଭିଜନ ସିଷ୍ଟମ ଉଠାଇ ଦିଆଯାଇଥିବା ବେଳେ କେବଳ ଯେଉଁମାନେ ବହୁତ ଭଲ ରେଜଲ୍ଟ କରିଥିବେ ସେମାନଙ୍କ ଭିତରୁ ସର୍ବାଗ୍ରରେ ରହୁଥିବା ୦.୧ ପ୍ରତିଶିତଙ୍କୁ ମେରିଟ ସାର୍ଟିଫିକେଟ ପ୍ରଦାନ କରିବାକୁ ଯାଉଛି।

    ସୂଚନାଯୋଗ୍ୟ, ଛାତ୍ରଛାତ୍ରୀ ସିବିଏସଇ ୱେବ ସାଇଟ Cbse.nic.in, cbseresults.nic.in କିମ୍ବା digilocker.gov.inରେ ଫଳାଫଳକୁ ନେଇ ସବିଶେଷ ବିବରଣୀ ଦିଆଯାଇଛି। ଫଳ ଜାଣିବାକୁ ୱେବ ସାଇଟ ଖୋଲିବା ପରେ ଏକ ଅପସନ ଆସିବ, ଯେଉଁଥିରେ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ନିଜ ନିଜର ରୋଲ ନମ୍ବର, ସ୍କୁଲ ନମ୍ବର, ଆଡମିଟ କାର୍ଡ ଆଇଡି ଏବଂ ଜନ୍ମ ତାରିଖ ମଗାଯାଇଛି। ଏସବୁ ପୂରଣ କରି ସେମାନେ ନିଜ ମାର୍କ ଯାଞ୍ଚ କରିପାରିବେ। ପରୀକ୍ଷାର୍ଥୀଙ୍କ ଡିଜି ଲକର୍‌ ଆକାଉଣ୍ଟକୁ ସକ୍ରିୟ କରିବା ପାଇଁ ସିବିଏସ୍‌ଇ ଛଅ ଅଙ୍କ ବିଶିଷ୍ଟ ସୁରକ୍ଷା ପିନ୍‌ ଜାରି କରାଯାଇଛି।

  • OnlyFans Fees: Exactly what Taxes Carry out I Document? 2023 Us Publication

    When you have any questions or issues into the OnlyFans app, how to get assistance is to contact OnlyFans support. For many who level @OnlyFans in place of @OnlyFansSupport, you might not discover a reply while they won’t entertain points/concerns. You’ll probably get an individual effect in a single to three working days.

    fan directory

    UK-established companion department VIP Passion arrive at accept bitcoin in the 2013. (more…)

  • ପାଟିରେ ପେଁକାଳୀ, ମୁହଁରେ ଗୀତ, ବିକୁଛନ୍ତି ଲେମ୍ବୁ ସରବତ

    ପାଟିରେ ପେଁକାଳୀ, ମୁହଁରେ ଗୀତ, ବିକୁଛନ୍ତି ଲେମ୍ବୁ ସରବତ

    ରାଜ୍ୟରେ ପ୍ରବଳ ଗୁଳୁଗୁଳି । ଲୋକଙ୍କ ପାଇଁ ଅସହ୍ୟ ହେଲାଣି ଗୁଳୁଗୁଳି । ତାପମାତ୍ରା ବଢ଼ିଥିବା ବେଳେ ତାତି ମଧ୍ୟ ଲୋକଙ୍କୁ ଅଡୁଆରେ ପକାଇଛି । ସେଥିପାଇଁ ମୃଦୁ ପାନୀୟ, ପଇଡ଼ ଦୋକାନରେ ଭିଡ଼ ଜମେ । କେହି କେହି ଆଖୁ ରସ ପିଇବାକୁ ଭଲ ପାଆନ୍ତି ତ ଆଉ କେହି ଲସି, କେହି ଜୁସ୍ ବି ପିଇଥାନ୍ତି । ଗୁଳୁଗୁଳିରେ ତାଳ ରସ ଖାଇବାକୁ ବି ଲୋକଙ୍କ ମନ ବଢ଼େ ।

    କିନ୍ତୁ ଏହାରି ଭିତରେ ସମସ୍ତଙ୍କ ନଜର ମା’ତାରିଣୀ ଲେମ୍ବୁ ପାଣି ଦୋକାନ ଉପରେ । ରାଜଧାନୀର ରାଜରାସ୍ତାରେ ମଉସା ଏଠି ବିକ୍ରି କରନ୍ତି ଲେମ୍ବୁ ସରବତ । ଏଠାରେ ପ୍ରବଳ ଭିଡ଼ ଜମେ । ମଉସା, ଗ୍ରାହକଙ୍କ ମନ ଜିଣିବା ସହ ପେଟକୁ ଥଣ୍ଡା କରିଥାନ୍ତି । ଏଠିକାର ଲେମ୍ବୁ ସରବତ ଥରେ ପିଇଲେ ପୁଣିଥରେ ଆସିବାକୁ ଇଛା ହୁଏ । ମଉସାଙ୍କ ସରବତ ପ୍ରିପେରସନ୍ ଟିକେ ନିଆରା । ପୁଣି ଗ୍ରାହକ ଏଠାରେ ଅଧିକ ସମୟ ରହିଥାନ୍ତି କାହିଁକି ନା ଏଠି ସରବତ ସହ ଆଉ କିଛି ଖୁସି ପାଇଥାନ୍ତି ଲୋକେ ।

    ଗ୍ରାହକଙ୍କୁ ଦୋକାନ ନିକଟକୁ ଆଣିବା ପାଇଁ ମଉସାଙ୍କ ପ୍ରୟାସ ଟିକେ ଭିନ୍ନ । ପାଟିରେ ସେ ପେଁକାଳୀ ବଜାନ୍ତି । ହେଲେ ପେଁକାଳୀ ପାଟିରେ ଧରିଛନ୍ତି ନା ନାହିଁ ତାହା କହିବା ମୁସ୍କିଲ । ଭିନ୍ନ ଭିନ୍ନ ଅନ୍ଦାଜରେ ପେଁକାଳୀ ବଜାଇ ଉପସ୍ଥିତ ଲୋକଙ୍କୁ ଖୁସି କରିଥାନ୍ତି । ବୟସ ବଢ଼ିଲାଣି ତଥାପି ଏଭଳି ପ୍ରୟାସରେ ଅବହେଳା ନାହିଁ । ପ୍ରବଳ ଗରମ ଏବଂ ଗୁଳୁଗୁଳିରେ କେଇଟା ମୁହୂର୍ତ୍ତ ସମସ୍ତଙ୍କୁ ଆନନ୍ଦିତ କରିଥାନ୍ତି ବୁଢ଼ା ମଉସା । ସେଥିପାଇଁ ସମସ୍ତେ କହନ୍ତି ଚାଲ ଯିବା ‘ମା’ ତାରିଣୀ ଲେମ୍ବୁ ପାଣି’ ଦୋକାନକୁ ।

    ରାଜଧାନୀ ସମେତ ରାଜ୍ୟର ସବୁଠି ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଖରା ସାଙ୍ଗକୁ ଗୁଳିଗୁଳିରେ ଜୁସ୍, ଲସି, ପଇଡ଼, ଲେମ୍ବୁ ପାଣି, ଦହି ଏସବୁ ଖାଇବାକୁ ଲୋକଙ୍କୁ ଭଲ ଲାଗେ । ସେଥିପାଇଁ ଠାଏଁ ଠାଏଁ ଏସବୁ ବିକ୍ରି ହେଉଥିବା ଦୋକାନ ଦେଖିବାକୁ ମିଳେ । କିଏ କିଏ ଠେଲା ଗାଡ଼ିରେ ରାସ୍ତାକଡ଼ରେ ବି ଏସବୁ ପାନୀୟ ବିକ୍ରି କରିଥାନ୍ତି । କାରଣ ଏହି ସମୟରେ ଖାସ୍ କରି ତରଳ ଖାଦ୍ୟର ଚାହିଦା ଟିକେ ଭିନ୍ନ ଥାଏ ।

  • ଡାକ୍ତରଙ୍କଠୁ ବି କମ୍ ନୁହଁନ୍ତି ନର୍ସ

    ଡାକ୍ତରଙ୍କଠୁ ବି କମ୍ ନୁହଁନ୍ତି ନର୍ସ

    ଆଜି ସମଗ୍ର ବିଶ୍ୱ ପାଳନ କରୁଛି ଆନ୍ତର୍ଜାତିକ ସେବିକା ଦିବସ । ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟକ୍ଷେତ୍ରରେ ସେବିକାମାନଙ୍କର ଅତୁଳନୀୟ ଅବଦାନ ଏବଂ ଉତ୍ସର୍ଗିକୃତ ସେବାକୁ ମନେପକାଇବା ଲାଗି ସେମାନଙ୍କୁ ସମ୍ମାନ ଦେବାର ଦିନଟିଏ। ୧୯୭୪ ମସିହାରୁ ଅନ୍ତର୍ଜାତୀୟ ସେବିକା ପରିଷଦ ପକ୍ଷରୁ ଏହି ଦିବସ ପାଳନ କରାଯାଇଆସୁଛି । ଆଧୁନିକ ଧାତ୍ରୀସେବାର ପ୍ରତିଷ୍ଠାତ୍ରୀ ଭାବେ ବିବେଚିତ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମବାର୍ଷିକ ମେ ୧୨ ତାରିଖକୁ ସେବିକା ଦିବସ ଭାବେ ପାଳନ କରାଯାଉଛି । ତେବେ ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତରଙ୍କର ଯେତିକି ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ରହୁଛି ନର୍ସ ମାନଙ୍କର ମଧ୍ୟ ସମାନ ଭୂମିକା ରହିଛି । ସେମାନେ ରୋଗୀଙ୍କର ଅହରହ ଯତ୍ନ ନେଇଥାନ୍ତି । ଯାହା କୋଭିଡ ସମଯରେ ଆମେ ସମସ୍ତେ ଦେଖିଛେ । କିଭଳି ନିଜ ଜୀବନକୁ ବାଜି ଲାଗାଇ ଆକ୍ରାନ୍ତଙ୍କର ସେବା କରୁଥିଲେ ।

    ମହାମାରୀ କରୋନା ଆମକୁ ନର୍ସମାନଙ୍କ ମହାନତା ହୃଦୟଙ୍ଗମ କରାଇଛି। ସେହି ଘଡିସନ୍ଧି ମୁହୂର୍ତ୍ତରେ ଯେତେବେଳେ ଆମେ ଘରେ ନିଜକୁ ବନ୍ଦୀକରି ରଖିଥିଲେ ନିଜ ତଥା ନି଼ଜ ପରିବାରକୁ, ସେହି ସମୟରେ କିନ୍ତୁ ଡାକ୍ତର ଓ ନର୍ସ କରୋନା ଆକ୍ରାନ୍ତଙ୍କ ସେବାରେ ନିଜ ପରିବାରଠୁ ଅଲଗା ରହିଥିଲେ। ପିପିଟି କିଟ ପିନ୍ଧି ଗରମରେ ସନ୍ତୁଳି ହେଉଥିଲେ ବି ସେବାଠୁ ନିଜକୁ ଦୂରେଇ ଦେଇ ନ ଥିଲେ। ଏପରି ସେବା ମନବୃତ୍ତିକୁ ନେଇ ଆଗେଇ ଚାଲିଥିବା ସେବିକାଙ୍କ ସେବାକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ମେ ୧୨ ତାରିଖରେ ପାଳନ ହେଉଛି ବିଶ୍ୱ ସେବିକା ଦିବସ।

    ପ୍ରତିବର୍ଷ ମେ’୧୨ ତାରିଖରେ ଅନ୍ତର୍ଜାତୀୟ ନର୍ସ ଡେ ପାଳନ କରାଯାଇଥାଏ। ଆଧୁନିକ ସେବାର ଜନ୍ମଦାତ୍ରୀ ଫ୍ଲୋରେନ୍ସ ନାଇଟଆଙ୍ଗଲଙ୍କ ସମ୍ମାନରେ ତାଙ୍କ ଜନ୍ମ ଦିନକୁ ବିଶ୍ବ ସେବିକା ଦିବସ ଭାବେ ପାଳନ କରାଯାଇ ଆସୁଛି। ଅନ୍ତର୍ଜାତୀୟ ସେବିକା ପରିଷଦ ବା ଆଇସିଏନ ପକ୍ଷରୁ ୧୯୭୪ରେ  ଅନ୍ତର୍ଜାତୀୟ ସେବିକା ଦିବସର ପାଳନର ପରିକଳ୍ପନା କରାଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ଏହି ଦିବସର ପାଳନ ହୋଇ ଆସୁଛି।

    ଏହି ଦିବସ ଅବସରରେ ଚଳିତ ବର୍ଷ ଆଇସିଏନ ପକ୍ଷରୁ ଥିମ ରହିଛି, ଆମ ନର୍ସ ଆମ ଭବିଷ୍ୟତ। ସାମ୍ପ୍ରତିକ ସ୍ଥିତିକୁ ନେଇ ଚଳିତ ଥିମ ସମୂର୍ଣ୍ଣ ଫିଟ ଆସୁଛି।

  • ଆଜି ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

    ଆଜି ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

    ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ଡକ୍ଚର ମୋହନ ଭାଗବତ ଆଜି ଓଡ଼ିଶା ଆସୁଛନ୍ତି। ଡକ୍ଚର ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତ କରୁଛନ୍ତି। ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତ ପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିବେ।

    କେଶବଧାମରେ ଅନୁଷ୍ଠିତ ସଂଘର ଶିକ୍ଷାବର୍ଗ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ସହ ଏଠାରେ ୪ ଦିନ ଅବସ୍ଥାନ କରିବେ। ଏଠାରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନାହିଁ। ଏହି ପ୍ରବାସ କେବଳ ସାଙ୍ଗଠନିକ କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ। ଓଡ଼ିଶା ଗସ୍ତ ସାରି ୧୫ ତାରିଖରେ ମୋହନ ଭାଗବତ ଫେରିଯିବାର ସୂଚନା ମିଳିଛି।

  • ମେ’ ୧୩ରେ ରାଘବ-ପରିଣୀତିଙ୍କ ବିବାହ !

    ମେ’ ୧୩ରେ ରାଘବ-ପରିଣୀତିଙ୍କ ବିବାହ !

    ବହୁଦିନ ଧରି ଚର୍ଚ୍ଚାରେ ଥିବା ବଲିଉଡର ଚୁଲବୁଲି ନାୟିକା ପରିଣୀତି ଚୋପ୍ରାଙ୍କର  ଆପର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସହ ଆଫେୟାରକୁ ନେଇ  ହେଉଥିବା ଚର୍ଚାରେ ପୂର୍ଣ୍ଣଛେଦ ପଡିଛି । ଏବେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ଉଭୟଙ୍କୁ ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଥିଲା । ପରେ ଅନେକ ଥର ସେମାନଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ଭିତରେ  ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସେମାନଙ୍କଠାରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନଥିଲା । ରାଘବ ଏବଂ ପରିଣୀତିଙ୍କର ବିବାହ ଏବଂ ନିର୍ବନ୍ଧଙ୍କୁ ନେଇ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି ।

    କେତେକ ଜାତୀୟ ଗଣମାଧ୍ୟମ ଅନୁସାରେ ରାଘବ-ପରିଣୀତି ପୂର୍ବରୁ ଲୁଚିଛପି ନିର୍ବନ୍ଧ କରିସାରିଛନ୍ତି । ଆସନ୍ତା ମେ୧୩ ରେ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶିତ କରିଥିବା ବେଳେ ଅନ୍ୟ କେତେକ ଗଣମାଧ୍ୟମ ମେ ୧୩ରେ ରାଘବ-ପରିଣୀତି ନିର୍ବନ୍ଧ କରିବା କଥା ସୂଚିତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏକ ରାତ୍ରୀ ଭୋଜନରେ ନିଜ ନିଜର ନିର୍ବନ୍ଧ ମୁଦି ପଦର୍ଶନ କରିବା କଥା ମଧ୍ୟ ଆଲୋଚନାର ପରିସରଭୂକ୍ତ ହୋଇଥିଲା ।

    ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅନୁସାରେ ମେ ୧୩  ତାରିଖରେ ରାଘବ-ପରିଣୀତି ପରସ୍ପରକୁ ବିବାହ କରିବେ । କିନ୍ତୁ ଏବେ ପରିଣୀତି-ରାଘବ ବିବାହ ବନ୍ଧନରେ ବାନ୍ଧି ହେବାକୁ ଥିବାବେଳେ ଆସନ୍ତାକାଲି ଅର୍ଥାତ ମେ ୧୩ ତାରିଖରେ ଦିଲ୍ଲୀସ୍ଥିତ  କପୁରଥାଲା ହାଉସରେ ନିର୍ବନ୍ଧ ହେବାକୁ ଯାଉଛି । ତେବେ ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ ପରିଣୀତିଙ୍କ ନିର୍ବନ୍ଧରେ ଭଉଣୀ ପ୍ରିୟଙ୍କା  ସାମିଲ ହେବା ସହ ଉଭୟଙ୍କୁ ଦାମ୍ପତ୍ୟ ଜୀବନରେ ଖୁସି ରହିବାକୁ ଆର୍ଶୀବାଦ ଦେବେ ।  ଏହା ସହ ଅନେକ ନାମିଦାମି କଳାକାରମାନେ ମଧ୍ୟ ସାମିଲ ହେବାର ଚର୍ଚ୍ଚା ହେଉଛି ।

    ତେବେ  ବଲିଉଡ ଅଭିନେତା ହୁଅନ୍ତୁ ଅବା ଅଭିନେତ୍ରୀ ସେମାନଙ୍କ କିଛି ବି ସ୍ବତନ୍ତ୍ର ମୁହୂର୍ତ୍ତରେ ବଡ ବଡ ଡିଜାଇନରଙ୍କ ଡ୍ରେସ ପିନ୍ଧିଥାନ୍ତି । ଏହି କ୍ରମରେ ପରିନିତି ତାଙ୍କ ନିର୍ବନ୍ଧରେ ମନିସ୍ ମଲୋହୋତ୍ରା ଏବଂ ପଓ୍ବନ ସଜଦେବାଙ୍କ ଡିଜାଇନ ଡ୍ରେସ ପିନ୍ଧିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

  • ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ

    ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ

    ଆଜି ପ୍ରକାଶ ପାଇଛି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଯୁକ୍ତ ଦୁଇ ପରୀକ୍ଷା ଫଳ। ଚଳିତ ବର୍ଷ ମୋଟ୍‌ ୧୭ ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ ରହିଥିବା ସିବିଏସଇ ପକ୍ଷରୁ ସୂଚନା ରହିଛି। ଛାତ୍ରଛାତ୍ରୀ ସିବିଏସଇ ୱେବ ସାଇଟ Cbse.nic.in, cbseresults.nic.in କିମ୍ବା digilocker.gov.inକୁ ଯାଇ ନିଜ ଫଳାଫଳ ଜାଣିପାରିବେ।

    ଫଳ ଜାଣିବାକୁ ୱେବ ସାଇଟ ଖୋଲିବା ପରେ ଏକ ଅପସନ ଆସିବ, ଯେଉଁଥିରେ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ନିଜ ନିଜର ରୋଲ ନମ୍ବର, ସ୍କୁଲ ନମ୍ବର, ଆଡମିଟ କାର୍ଡ ଆଇଡି ଏବଂ ଜନ୍ମ ତାରିଖ ମଗାଯିବ। ଏସବୁ ପୂରଣ କରି ସେମାନେ ନିଜ ମାର୍କ ଯାଞ୍ଚ କରିପାରିବେ। ପରୀକ୍ଷାର୍ଥୀଙ୍କ ଡିଜି ଲକର୍‌ ଆକାଉଣ୍ଟକୁ ସକ୍ରିୟ କରିବା ପାଇଁ ସିବିଏସ୍‌ଇ ଛଅ ଅଙ୍କ ବିଶିଷ୍ଟ ସୁରକ୍ଷା ପିନ୍‌ ଜାରି କରିଛି।

    digilocker.gov.inରୁ ବିଦ୍ୟାଳୟଗୁଡ଼ିକ ସେମାନଙ୍କର ଏଲ୍‌ଓସି ପ୍ରମାଣପତ୍ର ବ୍ୟବହାର କରି ଡାଉନଲୋଡ କରିପାରିବେ। ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ସୁରକ୍ଷା ପିନ ବ୍ୟବହାର କରି ସେମାନଙ୍କ ଆକାଉଣ୍ଟକୁ ଆକ୍ଟିଭ୍‌ କରିବାକୁ ପଡ଼ିବ। ଯାହା ଫଳରେ ଫଳାଫଳ ଘୋଷଣା ହେବା ପରେ ସେମାନେ ସେମାନଙ୍କର ମାର୍କ ସିଟ ଏବଂ ସାର୍ଟିଫିକେଟର ଡିଜିଟାଲ କପି ଡାଉନଲୋଡ୍‌ କରିପାରିବେ। ବୋର୍ଡ ମଧ୍ୟ ଆଇଭିଆର୍‌ଏସ୍‌ ଏବଂ ଏ୍‌ଏମ୍‌ଏସ୍‌ ମାଧ୍ୟମରେ ଫଳାଫଳ ପ୍ରଦାନ କରିପାରିବ।

  • ବିଦ୍ୟୁତ ତାର ଲାଗି ୪ ଟି ହାତୀର ମୃତ୍ୟୁ, ବର୍ତ୍ତିଲେ୨

    ବିଦ୍ୟୁତ ତାର ଲାଗି ୪ ଟି ହାତୀର ମୃତ୍ୟୁ, ବର୍ତ୍ତିଲେ୨

    ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟ ୩ ଦିନ ତଳେ ଉଦବେଗ ପ୍ରକାଶ କରିବା ସହ ଏହାର ନିରାକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ପକ୍ଷରୁ ମଧ୍ୟ ବହୁ ପଦକ୍ଷେପ ନିଆଯାଉଥିବା ବେଳେ କିନ୍ତୁ ହାତୀ ମୃତ୍ୟୁ ଉପରେ ରୋକ ଲାଗି ପାରୁ ନାହିଁ। ପୁଣି ଆନ୍ଧ୍ର  ଓଡିଶା ସୀମାରୁ ଆସିଛି ହାତୀ ମୃତ୍ୟୁ ନେଇ ସୂଚନା। ଗୋଟିଏ ନୁହେଁ କି ଦୁଇଟି ନୁହେଁ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ଆଉ ଦୁଇଟି ଆସନ୍ନ ମୃତ୍ୟୁକୁ ଏଡାଇ ସେଠାରୁ ପଳାଇ ଯାଇଥିବା ସୂଚନା ମିଳିଛି।

    ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲାର କାଟ୍ରାଗଡା ଗାଁ ନିକଟରୁ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ସେଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ସମସ୍ତ ୪ ହାତୀଙ୍କ ମୃତଦେହ ପଡିଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଆଉ ଦୁଇଟି ହାତୀ ନିକଟସ୍ଥ ଜଙ୍ଗଲକୁ ପଳାଯାଇଥିବା ସୂଚନା ମିଳୁଛି।

    ମିଳିଥିବା ସୂଚନା ମୁତାବକ, ରାୟଗଡାର ଗୁଣୁପୁର ଅଞ୍ଚଳରେ ୬ ଟିକିଆ ହାତୀମାନେ ଆତଙ୍କ ଖେଳାଇ ଆସୁଥିଲେ। କିଛି ଦିନ ତଳେ ଏହି ହାତୀପଲ ଆନ୍ଧ୍ରର ମାନ୍ୟମ ଜିଲ୍ଲା ଆଡକୁ ଚାଲିଯାଇଥିବା ସୂଚନା ମିଳିଥିଲା। ସେଠାରେ ଫସଲ ନଷ୍ଟ ସହ ବ୍ୟାପକ କ୍ଷୟକ୍ଷତି କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

    ତେବେ ଆଜି ସକାଳୁ ହାତୀଙ୍କ ମୃତଦେହ ମିଳିଛି। ଆଜି ଭୋର ସମୟରେ ସେହି ଅଞ୍ଚଳରେ ୬ ଟିକିଆ ହାତୀପଲ  ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ମିଞ୍ଜିମିଞ୍ଜିଆ ଅନ୍ଧାରରେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ସେଠାରେ ହିଁ ୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ଏହି ଦୁର୍ଘଟଣାରୁ ବର୍ତ୍ତି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଶ୍ରୀକାକଲମ ଜିଲ୍ଲା ଡିଏଫଓ ସମେତ ଉଚ୍ଚସ୍ତରୀୟ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

  • ଅତିଭୀଷଣ ବାତ୍ୟାରେ ପରିଣତ ହେଲା ମୋକା

    ଅତିଭୀଷଣ ବାତ୍ୟାରେ ପରିଣତ ହେଲା ମୋକା

    ଆଜି ସକାଳ ୫.୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ, ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ବେଗ ୯ କିମି ହାରରେ ଉତ୍ତରଆଡକୁ ଗତିକରୁଛି ବାତ୍ୟା ମୋକା। ଏହା ୧୩.୨ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୮.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିବା ସହ ପୋର୍ଟବ୍ଲେୟାର ଠାରୁ   ପଶ୍ଚିମଉତ୍ତର ଓ ପଶ୍ଚିମ ଦିଗରେ ୫୨୦ କିମି, ବଙ୍ଗଳାଦେଶର କକ୍ସ ବଜ଼ାର ଠାରୁ   ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ୧୦୧୦ କିମି, ଏବଂ ମିଆଁମାରର ସ୍ୱଇଟେ ଠାରୁ ସମାନ ଦିଗରେ ୯୩୦ କିମି ଦୂରରେ ସକ୍ରିୟ ରହିଛି ବୋଲି କେନ୍ଦ୍ର ପାଣିପାଗ ବିଭାଗ ସୂଚନା ଦେଇଛି।

    ଏହା ଧୀରେଧୀରେ ଗତିପଥ ପରିବର୍ତ୍ତନ କରି ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି l ଏହା ଏକ ଅତି ଭୀଷଣ ବାତ୍ୟା ଭାବେ ୧୪ ତାରିଖ ମଧ୍ୟାହ୍ନ ସମୟରେ ଦକ୍ଷିଣପୂର୍ବ ବଙ୍ଗଳାଦେଶ ଏବଂ ଉତ୍ତର ମିଆଁମାର ଉପକୂଳକୁ କକ୍ସ ବଜାର (ବଙ୍ଗଳାଦେଶ) ଏବଂ କ୍ୟାୟପିୟୁ (ମିଆଁମାର) ମଧ୍ୟରେ ମିଆଁମାରର ସ୍ୱଇଟେ ନିକଟରେ ଘଣ୍ଟାପ୍ରତି ୧୫୦ ରୁ ୧୬୦ କିମି ସର୍ବାଧିକ ୧୭୫ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

  • ଶ୍ରୀଜିଉଙ୍କ ଭଉଁରୀ ଯାତ୍ରା

    ଶ୍ରୀଜିଉଙ୍କ ଭଉଁରୀ ଯାତ୍ରା

    ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା। ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ହେବ।ଏଥିପାଇଁ ଶ୍ରୀମନ୍ଦୀରରେ ଚାଲିଛି ପ୍ରସ୍ତୁତି । ସକାଳଧୂପ ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ।ଚକ ଅଖ ଡେରା ନୀତି ସମ୍ପନ୍ନ ପରେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ।ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ। ଆଜି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ମଦନମୋହନଙ୍କ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଜଳକ୍ରୀଡା କରିବେ।ଏହାପରେ ଅପରାହ୍ନ ୪ଟାରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ମହାପ୍ରଭୁ ମଣିବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀ ଆସିବେ। ଭଉଁରୀ ଯାତ୍ରାରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।