ଡାକ୍ତରଙ୍କଠୁ ବି କମ୍ ନୁହଁନ୍ତି ନର୍ସ

ଆଜି ସମଗ୍ର ବିଶ୍ୱ ପାଳନ କରୁଛି ଆନ୍ତର୍ଜାତିକ ସେବିକା ଦିବସ । ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟକ୍ଷେତ୍ରରେ ସେବିକାମାନଙ୍କର ଅତୁଳନୀୟ ଅବଦାନ ଏବଂ ଉତ୍ସର୍ଗିକୃତ ସେବାକୁ ମନେପକାଇବା ଲାଗି ସେମାନଙ୍କୁ ସମ୍ମାନ ଦେବାର ଦିନଟିଏ। ୧୯୭୪ ମସିହାରୁ ଅନ୍ତର୍ଜାତୀୟ ସେବିକା ପରିଷଦ ପକ୍ଷରୁ ଏହି ଦିବସ ପାଳନ କରାଯାଇଆସୁଛି । ଆଧୁନିକ ଧାତ୍ରୀସେବାର ପ୍ରତିଷ୍ଠାତ୍ରୀ ଭାବେ ବିବେଚିତ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମବାର୍ଷିକ ମେ ୧୨ ତାରିଖକୁ ସେବିକା ଦିବସ ଭାବେ ପାଳନ କରାଯାଉଛି । ତେବେ ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତରଙ୍କର ଯେତିକି ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ରହୁଛି ନର୍ସ ମାନଙ୍କର ମଧ୍ୟ ସମାନ ଭୂମିକା ରହିଛି । ସେମାନେ ରୋଗୀଙ୍କର ଅହରହ ଯତ୍ନ ନେଇଥାନ୍ତି । ଯାହା କୋଭିଡ ସମଯରେ ଆମେ ସମସ୍ତେ ଦେଖିଛେ । କିଭଳି ନିଜ ଜୀବନକୁ ବାଜି ଲାଗାଇ ଆକ୍ରାନ୍ତଙ୍କର ସେବା କରୁଥିଲେ ।

ମହାମାରୀ କରୋନା ଆମକୁ ନର୍ସମାନଙ୍କ ମହାନତା ହୃଦୟଙ୍ଗମ କରାଇଛି। ସେହି ଘଡିସନ୍ଧି ମୁହୂର୍ତ୍ତରେ ଯେତେବେଳେ ଆମେ ଘରେ ନିଜକୁ ବନ୍ଦୀକରି ରଖିଥିଲେ ନିଜ ତଥା ନି଼ଜ ପରିବାରକୁ, ସେହି ସମୟରେ କିନ୍ତୁ ଡାକ୍ତର ଓ ନର୍ସ କରୋନା ଆକ୍ରାନ୍ତଙ୍କ ସେବାରେ ନିଜ ପରିବାରଠୁ ଅଲଗା ରହିଥିଲେ। ପିପିଟି କିଟ ପିନ୍ଧି ଗରମରେ ସନ୍ତୁଳି ହେଉଥିଲେ ବି ସେବାଠୁ ନିଜକୁ ଦୂରେଇ ଦେଇ ନ ଥିଲେ। ଏପରି ସେବା ମନବୃତ୍ତିକୁ ନେଇ ଆଗେଇ ଚାଲିଥିବା ସେବିକାଙ୍କ ସେବାକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ମେ ୧୨ ତାରିଖରେ ପାଳନ ହେଉଛି ବିଶ୍ୱ ସେବିକା ଦିବସ।

ପ୍ରତିବର୍ଷ ମେ’୧୨ ତାରିଖରେ ଅନ୍ତର୍ଜାତୀୟ ନର୍ସ ଡେ ପାଳନ କରାଯାଇଥାଏ। ଆଧୁନିକ ସେବାର ଜନ୍ମଦାତ୍ରୀ ଫ୍ଲୋରେନ୍ସ ନାଇଟଆଙ୍ଗଲଙ୍କ ସମ୍ମାନରେ ତାଙ୍କ ଜନ୍ମ ଦିନକୁ ବିଶ୍ବ ସେବିକା ଦିବସ ଭାବେ ପାଳନ କରାଯାଇ ଆସୁଛି। ଅନ୍ତର୍ଜାତୀୟ ସେବିକା ପରିଷଦ ବା ଆଇସିଏନ ପକ୍ଷରୁ ୧୯୭୪ରେ  ଅନ୍ତର୍ଜାତୀୟ ସେବିକା ଦିବସର ପାଳନର ପରିକଳ୍ପନା କରାଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ଏହି ଦିବସର ପାଳନ ହୋଇ ଆସୁଛି।

ଏହି ଦିବସ ଅବସରରେ ଚଳିତ ବର୍ଷ ଆଇସିଏନ ପକ୍ଷରୁ ଥିମ ରହିଛି, ଆମ ନର୍ସ ଆମ ଭବିଷ୍ୟତ। ସାମ୍ପ୍ରତିକ ସ୍ଥିତିକୁ ନେଇ ଚଳିତ ଥିମ ସମୂର୍ଣ୍ଣ ଫିଟ ଆସୁଛି।

Leave a Reply

Your email address will not be published. Required fields are marked *