ଛାତ୍ରଙ୍କଠାରୁ ୬.୦୧ ପ୍ରତିଶତ ଆଗୁଆ ଛାତ୍ରୀ

ଆଜି ପ୍ରକାଶ ପାଇଛି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଯୁକ୍ତ ଦୁଇ ପରୀକ୍ଷା ଫଳ। ଚଳିତ ବର୍ଷ ମୋଟ୍‌ ୧୬,୯୬,୭୭୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ ରହିଥିବା ସିବିଏସଇ ପକ୍ଷରୁ ସୂଚନା ରହିଛି। ଚଳିତ ବର୍ଷ ଜାତୀୟ ପାଶ ହାର ପୂର୍ବ ବର୍ଷ ତୁଳନାରେ ହ୍ରାସ ପାଇଥିବା ବେଳେ କିନ୍ତୁ ତ୍ରିଭେନ୍ଦ୍ରମର ରେଜଲ୍ଟ ସର୍ବାଧିକ ୯୯.୯୧ ପ୍ରତିଶତ ରହିଛି। ତେବେ ଚଳିତ ବର୍ଷରୁ ସିବିଏସଇ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଉଥିବା ଅସ୍ୱାସ୍ଥ୍ୟକର ପ୍ରତିଯୋଗିତାକୁ ଏଡାଇବାକୁ ଡିଭିଜନରେ ଫଳ ପ୍ରକାଶ କରିନାହିଁ।

ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ ପକ୍ଷରୁ ପ୍ରକାଶ ପାଇଥିବା ଚଳିତ ଯୁକ୍ତ ଦୁଇ ରେଜଲ୍ଟରେ ଦେଖିବାକୁ ମିଳୁଛି କି, ଚଳିତ ରେଜଲ୍ଟ ପୂର୍ବ ବର୍ଷ ତୁଳନାରେ କମ ରହିଛି। ତେବେ ଚଳିତ ଥର ତ୍ରିଭେନ୍ଦ୍ରମର ପାଶ ହାର ସର୍ବାଧିକ ୯୯.୯୧ ପ୍ରତିଶତ ରହିଛି, ଯେତେବେଳେ କି, ପ୍ରୟାଗରାଜର ପାଶହାର ୭୮.୦୫ ପ୍ରତିଶତ ସହ ତାଲିକାରେ ତଳେ ରହିଛି। ସେହିପରି ଚଳିତ ଥର ଛାତ୍ରଙ୍କୁ ପଛରେ ପକାଇ ଆଗେଇ ଚାଲିଛନ୍ତି ଛାତ୍ରୀ। ଛାତ୍ରୀଙ୍କ ପାଶହାର ୯୦.୬୮ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ତୁଳନାରେ ଏହା ୬.୦୧ ପ୍ରତିଶତ ଅଧିକ ରହିଛି।

ପରୀକ୍ଷାରେ ଭଲ ପ୍ରଦର୍ଶନ ନ କରିବା କାରଣରୁ ପ୍ରତିବର୍ଷ ବହୁ ପରୀକ୍ଷାର୍ଥୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥାନ୍ତି। କେହି କେହି ଘରୁ ଲୁଚି କେଉଁଆଡେ ଚାଲି ଯାଇ ନିଜ ସୁନ୍ଦର ଭବିଷ୍ୟତକୁ ନଷ୍ଟ କରି ଦେଇଥାନ୍ତି। ତେଣୁ ଏହି ସମ୍ବେଦନଶୀଳ ଘଟଣା ସବୁକୁ ଏଡାଇବାକୁ ବୋର୍ଡ ପକ୍ଷରୁ ଡିଭିଜନ ସିଷ୍ଟମ ଉଠାଇ ଦିଆଯାଇଥିବା ବେଳେ କେବଳ ଯେଉଁମାନେ ବହୁତ ଭଲ ରେଜଲ୍ଟ କରିଥିବେ ସେମାନଙ୍କ ଭିତରୁ ସର୍ବାଗ୍ରରେ ରହୁଥିବା ୦.୧ ପ୍ରତିଶିତଙ୍କୁ ମେରିଟ ସାର୍ଟିଫିକେଟ ପ୍ରଦାନ କରିବାକୁ ଯାଉଛି।

ସୂଚନାଯୋଗ୍ୟ, ଛାତ୍ରଛାତ୍ରୀ ସିବିଏସଇ ୱେବ ସାଇଟ Cbse.nic.in, cbseresults.nic.in କିମ୍ବା digilocker.gov.inରେ ଫଳାଫଳକୁ ନେଇ ସବିଶେଷ ବିବରଣୀ ଦିଆଯାଇଛି। ଫଳ ଜାଣିବାକୁ ୱେବ ସାଇଟ ଖୋଲିବା ପରେ ଏକ ଅପସନ ଆସିବ, ଯେଉଁଥିରେ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ନିଜ ନିଜର ରୋଲ ନମ୍ବର, ସ୍କୁଲ ନମ୍ବର, ଆଡମିଟ କାର୍ଡ ଆଇଡି ଏବଂ ଜନ୍ମ ତାରିଖ ମଗାଯାଇଛି। ଏସବୁ ପୂରଣ କରି ସେମାନେ ନିଜ ମାର୍କ ଯାଞ୍ଚ କରିପାରିବେ। ପରୀକ୍ଷାର୍ଥୀଙ୍କ ଡିଜି ଲକର୍‌ ଆକାଉଣ୍ଟକୁ ସକ୍ରିୟ କରିବା ପାଇଁ ସିବିଏସ୍‌ଇ ଛଅ ଅଙ୍କ ବିଶିଷ୍ଟ ସୁରକ୍ଷା ପିନ୍‌ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *