Month: May 2023

  • Three Key Steps to Secure PC Software

    http://www.pcinfoblog.com/nordvpn-vs-pia-the-battle-for-users-choice

    The best way to safeguard your devices, computer systems and data from hackers is using secure PC software. Hackers, also referred to as cybercriminals, snoop around your computer for a variety reasons. They can steal, alter, or delete data that you value. Hackers are malicious unlike other thieves who make use of stolen items to fulfill legitimate needs. They are most concerned with unauthorized access to your personal information, and often before you even realize something has gone wrong.

    The three main steps to ensure the security of your computer software are passwords, a firewall and protection against viruses. If you adhere to these best practices your computer will be less susceptible to being compromised by malware, hackers or ransomware (software that encrypts your information and demands payment for unlocking it).

    Change the name of your administrator account. Choose a strong password containing upper- and lowercase letter numbers, computer symbols and numbers. Avoid using a simple password like 1234 as hackers could employ automated software to hack passwords that are easy to guess in minutes.

    Make sure that your operating system (OS) and other software up-to-date. The majority of software updates contain security fixes that protect against hacking. Install all patches and enable automatic updates if you have them, to decrease your vulnerability to hackers.

    If you have a laptop or other portable device, make sure the drive is secured even when it’s not in use. This is especially crucial for UF students. Windows allows you to enable encryption by clicking Settings > Update & Security > Device encryption. This will make it impossible to access the internal drive as well as most external drives, such as SD cards.

  • କୋରାପୁଟ ଏବଂ ଗଞ୍ଜାମରେ ଲାଞ୍ଚ କାରବାର, ୩ ଜଣ ଗିରଫ

    କୋରାପୁଟ ଏବଂ ଗଞ୍ଜାମରେ ଲାଞ୍ଚ କାରବାର, ୩ ଜଣ ଗିରଫ

    ଲାଞ୍ଚ ନେଇ ଶେଷରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସିଡିପିଓ । ତାଙ୍କ ଅଫିସରେ କାର୍ଯ୍ୟରତ କିରାଣିଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ ଟିମ୍ । ଅନ୍ୟ ଏକ ଘଟଣାରେ ବେଗୁନିଆପଡ଼ା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଗିରଫ ହୋଇଛନ୍ତି ।

    ଅଙ୍ଗନବାଡି କର୍ମୀମାନଙ୍କୁ ନିଯୁକ୍ତି ରିଲିଜ୍ ଅର୍ଡର ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନମିତା ରାଣୀ ପାଉଲ । ଜୟପୁର ଭିଜିଲାନ୍ସ ହାତରେ ସେ ଧରାପଡ଼ିଛନ୍ତି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବନ୍ଧୁଗାଁର ସିଡିପିଓ ନମିତା ରାଣୀ ପାଉଲ । ସିଡିପିଓଙ୍କ ଅଫିସରେ କାର୍ଯ୍ୟରତ କିରାଣି ଅଶ୍ୱିନୀ କୁମାର ପ୍ରଧାନ ମଧ୍ୟ ଧରାପଡ଼ିଛନ୍ତି । ବନ୍ଧୁଗାଁ ବ୍ଲକର ଦେର୍କା ଅଙ୍ଗନବାଡି କେନ୍ଦ୍ରରେ ମହିଳାଙ୍କ ନିଯୁକ୍ତିପତ୍ରର ରିଲିଜ ଅର୍ଡର ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଉଭୟ ଅଭିଯୁକ୍ତ । ଏନେଇ ଅଙ୍ଗନୱାଡି କର୍ମୀଙ୍କ ବାପା ରାଉତ କୁଲେସିକା, ଭିଜିଲାନ୍ସରେ ଅଭିଯୋଗ କରିବାରୁ ଜାଲ ବିଛାଇ ଧରିଥିଲା ଭିଜିଲାନ୍ସ ଟିମ୍ ।

    କୁଲେସିକାଙ୍କ ଠାରୁ ଅଶ୍ୱିନୀ ୪୦ ହଜାର ଟଙ୍କା ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ଏହି ଟଙ୍କା ଜବତ କରିବା ସହ ତାଙ୍କୁ ଓ ସିଡିପିଓ ପାଉଲଙ୍କୁ ଗିରଫ କରାଯାଇଥିଲା । ଉଭୟଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟ ନେଇ ଅଧିକ ତଦନ୍ତ କରୁଛି ଟିମ୍ । ତେବେ ସବୁଠାରୁ ବଡ଼ କଥା ହେଲା ଏହି ପଦବୀରେ ନିଯୁକ୍ତି ପତ୍ର ଦେବା ପାଇଁ କୁଲେସିକାଙ୍କ ଠାରୁ ଅଶ୍ୱିନୀ ଓ ସିଡିପିଓ ପୂର୍ବରୁ ଏକ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଏନେଇ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ମାଲକାନଗିରି ଓ ଜୟପୁରର ୧୧ ଜଣିଆ ଟିମ୍ ଏହି ରେଡ୍ କରିଥିଲେ ।

    ସେପଟେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ନାୟକଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଭତ୍ତା କରାଇବାକୁ ଜଣେ ହିତାଧିକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ଉଭୟ ମାମଲାରେ ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ ।

  • ବିହାରରେ ବାଗେଶ୍ୱର ରାଜନୀତି ଜୋରଦାର

    ବିହାରରେ ବାଗେଶ୍ୱର ରାଜନୀତି ଜୋରଦାର

    ପୁଣି ଚର୍ଚ୍ଚାରେ ବାଗେଶ୍ୱର ବାବା। ବାଗେଶ୍ୱର ବାବା ଓରଫ ଧୀରେନ୍ଦ୍ର ଶାସ୍ତ୍ରୀ। ବାବାଙ୍କର କଥା ପ୍ରବଚନ ଶିବିର ବିହାରର ପାଟନାରେ ଚାଲିଥିବା ବେଳେ ବାବାଙ୍କ ଦର୍ଶନ ପାଇଁ ସେଠାରେ ଦେଖିବାକୁ ମିଳିଛି ଅସମ୍ଭବ ଜନ ସମାଗମ। ସେପଟେ ପାଟନାର ଆୟକର ବିଭାଗ ଅଫିସ ନିକଟରେ ଥିବା ବାବାଙ୍କ ପୋଷ୍ଟରକୁ କେହି ରାତିରେ ଚିରି ଦେଇଥିବା ବେଳେ ଡାକ ବଙ୍ଗଳା ଛକ ନିକଟରେ ଥିବା ପୋଷ୍ଟରରେ କେହି ବୋଳିଦେଇଛି କାଳି । ଖାଲି ସେତିକି ନୁହେଁ ବାବାଙ୍କୁ ୪୨୦ ବୋଲି ମଧ୍ୟ ଲେଖି ଦେଇଛି। ଯାହାକୁ ନେଇ  ତେଜିଛି ରାଜନୀତି।

    ହିନ୍ଦୁ ରାଷ୍ଟ୍ର ଗଠନର ନାରା ଦେଇ ଚର୍ଚ୍ଚାକୁ ଆସିଥିବା ଆତ୍ମଘୋଷିତ ବାବା ବାଗେଶ୍ୱରଙ୍କୁ ନେଇ ବିହାରରେ ରାଜନୀତି ଜୋରଦାର। ବାବାଙ୍କ ପାଟନା ପ୍ରବଚନ  ଶିବିର ଓ ବାବାଙ୍କ ଦର୍ଶନ ପାଇଁ ଯେଉଁ ଭିଡ ବିହାର ତଥା ଦେଶ ଦେଖିଛି ତାହା ପୂର୍ବରୁ କେବେ କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଦେଖିବାକୁ ମିଳି ନ ଥିଲା। ସେପଟେ ରାତିର ଆନ୍ଧାରରେ ଗୋଟିଏ ପୋଷ୍ଟରରେ କଳା ବୋଳା ହୋଇଛି ତ ପୁଣି ଅନ୍ୟ ପୋଷ୍ଟରକୁ ଫାଡି ଦିଆଯାଇଛି। ଏପରି କାମକୁ ବିଜେପି ସରକାରୀ କଳ ଓ ବଳର କାମ କହିଥିବା ବେଳେ  ବାବା ଉପରେ ଟିକ୍କାଟିପଣୀ ଦେବାରୁ ପଛେଇନି ଜେଡିୟୁ ଓ ଆରଜେଡି  ମୁଖ୍ୟ।

    ବାବାଙ୍କ ହିନ୍ଦୁ ରାଷ୍ଟ୍ର ଗଠନକୁ ନେଇ ଆହ୍ୱାନକୁ ନୀତିଶ ନାପସନ୍ଦ କରିଥିବା ବେଳେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଧୀରେନ୍ଦ୍ର ଶାସ୍ତ୍ରୀ କଣ କେଉଁ  ବାବା କହି କରିଛନ୍ତି ପରିହାସ । ସେପଟେ ଆରଜେଡିର ନେତା ଶକ୍ତି ସିଂହ ଯାଦବ ବାବାଙ୍କ ଜନ ସମାବେଶକୁ ବିଜେପି ପ୍ରାୟୋଜିତ କହିଛନ୍ତି। ସେ ବାବାଙ୍କୁ ହିନ୍ଦୁ ଫାଶୀବାଦ ବା ହିନ୍ଦୁ ବିରୋଧୀ କହିବାକୁ ପଛେଇ ନାହାନ୍ତି। ସେହିପରି ଜେଡିୟୁ ନେତା ଜଗଦାନନ୍ଦ ସିଂହ ବାବାଙ୍କୁ ମଦାରୀ ବା ମାଙ୍କଡ ନଚାଳି ବୋଲି କହିଛନ୍ତି। ବାବାଙ୍କ ଦର୍ଶନ ପାଇଁ ଦେଖା ଦେଉଥିବା ଭିଡ ଉପରେ ଜଗଦାନନ୍ଦ ସିଂହ କହିଛନ୍ତି କି, ମଦାରୀ ମଧ୍ୟ ଲୋକଙ୍କୁ ଜୁଟାଇବାରେ ସକ୍ଷମ ହୋଇଥାଏ। ଏ ମଦାରୀ ଶିକ୍ଷିତ ଲୋକଙ୍କୁ ଭୁଆଁ ବୁଲାଉଛି।

    ସେପଟେ ବାବାଙ୍କ ଶିବିରର ୪ର୍ଥ ଦିନରେ ତେଜପ୍ରତାପ ନିଜ ନିରବତା ଭାଙ୍ଗି ବାବା କିଏ ବୋଲି ପ୍ରଶ୍ନ କରିବା ସହ ବିହାର କୃଷ୍ଣ ରାଜ୍ୟ ବୋଲି କହିଛନ୍ତି। କାରଣ ବାବା ବାଗେଶ୍ୱର ଭାରତକୁ ରାମଙ୍କ ରାଜ୍ୟ କହିଥାନ୍ତି। ଆହୁରି ତେଜପ୍ରତାପ କହିଛନ୍ତି କି ବିଜେପି ଧର୍ମ ନାମରେ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଛି। ସେହିପରି କଂଗ୍ରେସ ନେତା ଇରଫାନ ଅଂସାରୀ ବାବାଙ୍କୁ ତାଙ୍କ ଦରବାରରେ ଆଲ୍ଲା ହୋ ଆକବର  କି ୟା ଅଲ୍ଲୀ କହିବାକୁ ଦେଇଛନ୍ତି ପରାମର୍ଶ ।

    ତେବେ ବିହାରରେ ବାବା ବାଗେଶ୍ୱରଙ୍କୁ ବିରୋଧ କରି ଦରବାର ଲଗାଇ ନ ଦେବାକୁ ସରକାରର ସବୁ କଳ କୌଶଳ ଫେଲ ମାରିଛି। ଖାଲି ସେତିକି ନୁହେଁ ବିହାରରେ  ପ୍ରବଳ ତାତି ଓ ପ୍ରଖର ରୌଦ୍ର ତାପ ସତ୍ତ୍ୱେ ବାବାଙ୍କ ଦରବାରକୁ ଛୁଟିଛି ଲୋକଙ୍କ ସୁଅ। ଏସବୁ ଭିତରେ ଦେଖିବାକୁ ରହିଲା ବାସ୍ତବରେ ଆତ୍ମଘୋଷିତ ବାବା ବାଗେଶ୍ୱରଙ୍କର କୌଣସି ଐଶ୍ୱରିକ ଶକ୍ତି ରହିଛି ନା ବିଭିନ୍ନ କୌଶଳ ପ୍ରୟୋଗ କରି ସେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।

  • ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

    ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

    ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଜିଲ୍ଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡ ରାୟ ଶୁଣାଇଛନ୍ତି ।

    ବୃଦ୍ଧାଙ୍କୁ ହତ୍ୟା କରି ଶେଷରେ ଜେଲରେ ସାରା ଜୀବନ କଟାଇବେ ଅଭିଯୁକ୍ତ । ଏଭଳି ରାୟ ପ୍ରକାଶ କରିଛନ୍ତି କୋର୍ଟ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜାମୁନାଳିଆ ଗାଁରେ ୨୦୧୩ ମସିହା ସେପ୍ଟେମ୍ବର ୮ ତାରିଖରେ ଘଟିଥିଲା ଏକ ହତ୍ୟାକାଣ୍ଡ । ଜମ୍ଭୀରା ବେୱା ନାମକ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ପାରିବାରିକ କଳହରୁ ସେହି ଗାଁର ଦେବାନନ୍ଦ ନାୟକ ଭୁଜାଲିରେ ହାଣି ତାଙ୍କୁ ହତ୍ୟା କରିଥିଲା ।

    ଏ ନେଇ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ପରିବାର ଲୋକେ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଦାଲତରେ ଉପସ୍ଥିତ ରହି ୧୨ ଜଣ ସାକ୍ଷ୍ୟ ଦେବା ପରେ ଦେବାନନ୍ଦକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଶେଷରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ଅଦାଲତ । ଏଥିସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

  • ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା,ଦୁଇ ଭାଇଙ୍କୁ ଧରିଲା STF

    ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା,ଦୁଇ ଭାଇଙ୍କୁ ଧରିଲା STF

    ସୋନପୁର ଫରେଷ୍ଟ ଡିଭିଜନରୁ ବଜ୍ରକାପ୍ତା ଉଦ୍ଧାର । ନଛିପୁର ସୋନପୁର-ମେନରୋଡ୍ ରାସ୍ତାକଡ଼ରୁ ଦୁଇଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚ STF। ଗୋଟିଏ ବଜ୍ରକାପ୍ତାର ଓଜନ ୭ କିଲୋଗ୍ରାମ୍ । ଅନ୍ୟ ବଜ୍ରକାପ୍ତାର ଓଜନ ୩ କିଲୋଗ୍ରାମ । ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଧରିଛି ପୋଲିସ ।

    ସୋନପୁର ଜିଲ୍ଲା ଲଚ୍ଛିପୁର ଥାନା ଝଙ୍କରପାଲି ଗାଁର ବେଦବ୍ୟାସ ଧରୁଆଙ୍କୁ ଗିରଫ କରାଯାଇଛି । ତାଙ୍କ ଭାଇ ନବଦୀପ ଧରୁଆଙ୍କୁ ମଧ୍ୟ ଧରିଛି ଧରିଛି STF ଟିମ୍ । ବନ୍ୟଜନ୍ତୁ ଆଇନ୍ ଉଲ୍ଲଂଘନ କରିଛନ୍ତି ଦୁଇ ଭାଇ । ତେଣୁ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ତଥ୍ୟ ହାସଲ ପାଇଁ ତଦନ୍ତ ଜାରି ରହିଛି ।
    ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟତଃ ଏଭଳି ବନ୍ୟଜନ୍ତୁ ଶିକାର କରି ଗିରଫ ହେଉଛନ୍ତି ଅଭିଯୁକ୍ତ । କିଏ ହାତୀ ଶିକାର କରୁଛି ତ କିଏ କୁଟୁରା । ଆଉ ବଜ୍ରକାପ୍ତା ଚୋରା ଚାଲାଣ କରି ମାଲେମାଲ ହେଉଛନ୍ତି । ଏଭଳି ସ୍ଥିତିରେ କ୍ରାଇମବ୍ରାଞ୍ଚ STF ଟିମ୍ ପକ୍ଷରୁ ଚଢ଼ାଉ ଅଭିଯାନ ଜାରି ରହିଛି ।

    ଗତ କିଛି ଦିନ ପୂର୍ବେ ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ବଜ୍ରକାପ୍ତା ଡିଲ୍ ବେଳେ ବନପାଳ ସମେତ ୬ ଜଣଙ୍କୁ ଗିରଫ କରିଥିଲା କପ୍ତିପଦା ଥାନା ପୋଲିସ । ସେହିପରି କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ କାଞ୍ଜିପାଣି ନିକଟ ଟାଙ୍ଗରାପଡ଼ା ଗାଁରୁ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରାଯାଇଥିଲା ।

  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସ

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସ

    vigilance
    bhanjanagar additional supply officer in vigilance net

    ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ  ଭିଜିଲାନ୍ସ ଜାଲରେ। ଆୟ ବର୍ହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସଞ୍ଜୟଙ୍କ ଘର, ଅଫିସ୍‌ ସମେତ ମୋଟ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ସଞ୍ଜୟଙ୍କ ନାମରେ ଆୟ ବାହାରେ ବହୁ ଅର୍ଥ ଠୁଳ କରିଥିବା ଅଭିଯୋଗ ହୋଇଥିଲା।

    ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ ଆଜି ସକାଳୁ ସକାଳୁ ସଞ୍ଜୟଙ୍କ  ଭୁବନେଶ୍ୱରର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୈତୃକ ଘର, ବାସ ଭବନ ତଥା ଅଫିସ ସମେତ ମୋଟ ସାତଟି ସ୍ଥାନରେ ଚଢ଼ାଉ କରାଯାଇଛି। ସୂଚନା ମୁତାବକ, ସଞ୍ଜୟଙ୍କର ଭୁବନେଶ୍ୱରରେ ଏକ ଫ୍ଲାଟ୍‌ ଥିବାବେଳେ ପଟିଆ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ତାଙ୍କର ୨ଟି ପ୍ଲଟ୍ ରହିଛି। ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଫିସ ଓ ଭଡା ଘରେ ରେଡ୍‌ ଚାଲିଛି। ଏହାସହ ସଞ୍ଜୟଙ୍କ ମୟୂରଭଞ୍ଜ ସ୍ଥିତ ବାସ ଭବନରେ  ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି।

     ଭୁବନେଶ୍ୱର ସ୍ଥିତ ଘର ଓ ଭଞ୍ଜନଗରସ୍ଥିତ  କାର୍ଯ୍ୟାଳୟରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। କାର୍ଯ୍ୟାଳୟର  କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ତଦନ୍ତକାରୀ ସଂସ୍ଥାର  ସାତ ଡିଏସ୍‌ସି ଓ ୧୨ ଅଧିକାରୀ ଚଢ଼ାଉରେ ସାମିଲ ଅଛନ୍ତି।  

    ଭଞ୍ଜନଗର ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଇ ଅଫିସର ଥିଲେ ସଞ୍ଜୟ। ସେ ନିକଟରେ  ପଦନ୍ନୋତି  ପାଇ  ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ଭାବେ ଯୋଗ ଦେଇଥିଲେ।

  • ଧନୀ ହେବା ନିଶାରେ ୯ ବର୍ଷର ପୁଅକୁ ହତ୍ୟା

    ଧନୀ ହେବା ନିଶାରେ ୯ ବର୍ଷର ପୁଅକୁ ହତ୍ୟା

    ହରିୟାଣାର ସୋନିପଥରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳକ ଶୀଘ୍ର ଧନୀ ହେବାକୁ ଲକ୍ଷ ରକଇ ୯ ବର୍ଷର ପୁଅକୁ ଅପହରଣ କରିବା ସହ ତାକୁ ହତ୍ୟା କରିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିଥଇବା ବେଳେ ଅଧିକ ପଚରାଉଚୁରା କରିଛି । ପଚରାଉଚୁରା ବେଳେ ଅଭିଯୁକ୍ତ ଯାହା କହିଥିଲା ସେଥିରେ ପୋଲିସର ହୋସ ଉଡିଯାଇଥିଲା । ୯ ବର୍ଷର ପୁଅକୁ ଯିଏ ହତ୍ୟା କରିଛି ତାର ମଧ୍ୟ ବୟସ ବି କିଛି ବେଶି ନୁହେଁ । ଅଭିଯୁକ୍ତକୁ ମାତ୍ର ୧୫ ବର୍ଷ ବୟସ ହୋଇଛି ।

    ଅଭିଯୁକ୍ତ କହିଥିଲା ଯେ, ତାଙ୍କ ଘରର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ଥିଲା । ତେଣୁ ସେ ଶୀଘ୍ର ସେ ଟଙ୍କା ଯୋଗାଡ କରି ଧନୀ ହେବାକୁ ଚାହୁଁଥିଲା । ତେଣୁ ସେ ଫିଲ୍ମ ଷ୍ଟାଇଲକୁ ଆପଣାଇ ସେ ୯ ବର୍ଷର ପୁଅକୁ ଅପହରଣ କରିନେଇଥିଲା । ଅପହରଣ ପରେ ନାବାଳକର ପରିବାରକୁ ଫୋନରେ ୬ ଲକ୍ଷ ଟଙ୍କା ମାଗିଥିଲା । ଆଉ ଏହାପରେ ବହାଲଗଡ ଥାନା ଅନ୍ତର୍ଗତ ଟିଡିଆଇ ଏସପିନିଆର ବେସମେଣ୍ଟରେ ଥିବା ଏକ ପାଣିଟାଙ୍କିରୁ ସେହି ନାବାଳକର ଶରୀର ଲହୁଲୁହାଣ ଅବସ୍ଥାରେ ମିଳିଥିଲା । ଆଉ ସେହି ୯ ବର୍ଷର ପୁଅର ମୃତ୍ୟୁ ହୋଇଯାଇଥିଲା ।

    ଏହାପରେ ଆଖପାଖର ସବୁ ସିସିଟିଭିକୁ ଚେକ୍ କରିଥିଲା ପୁଲିସ ଏବଂ ଏଥିରେ ଜଣେ ନାବାଳକ ସହ ମୃତ ଅର୍ଚ୍ଚିତ ବୁଲୁଥିବାର ଦେଖିବାକୁ ମିଳିଥିଲା । ପୁଲିସ ନାବାଳକକୁ ଖୋଜି ଜେରା କରିବା ପରେ ପୁରା ଘଟଣା ସାମନାକୁ ଆସିଛି ।

  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରେସର ଆଗରେ ସିଦ୍ଧରମୈୟା, ଅଧ୍ୟକ୍ଷଙ୍କ ଘୋଷଣାକୁ ଅପେକ୍ଷା

    କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରେସର ଆଗରେ ସିଦ୍ଧରମୈୟା, ଅଧ୍ୟକ୍ଷଙ୍କ ଘୋଷଣାକୁ ଅପେକ୍ଷା

    କର୍ଣ୍ଣାଟକ ଦଖଲ ପରେ ଏଯାଏ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କ ଛିଡୁନି । କିଏ ହେବେ କର୍ଣ୍ଣାଟକ ସିଏମ୍ ସିଦ୍ଧରମୈୟା ନା ଶିବକୁମାର । ଏହା ଭିତରେ ପୁଣି ସୁନି ୱାକଫ୍ ବୋର୍ଡର ଦାବି । ଏବେ କଂଗ୍ରେସ ଅଧ୍ୟକ୍ଷଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ।

    କର୍ଣ୍ଣାଟକ ସିଏମ୍ ପଦ ରାଜନୀତି ଜୋର୍ ଧରିଛି । କର୍ଣ୍ଣାଟକ ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର । କାରଣ କିଛି ରାଜ୍ୟରେ କଂଗ୍ରେସ ଶାସନକୁ ଆସିବା ମାତ୍ରେ କେଁ ପଶୁଛି । ଅଡୁଆ ପରିସ୍ଥିତିର ସାମ୍ନା କରୁଛି ଦଳ । ତେଣୁ ଏଥର ବି ଦଳୀୟ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

    କର୍ଣ୍ଣାଟକରୁ ଦିଲ୍ଲୀ ଦରବାର । ସେଠି ବି ହୋଇପାରୁନି କୌଣସି ନିଷ୍ପତ୍ତି । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ହାଇକମାଣ୍ଡ ଚାହୁଁଛନ୍ତି । କାରଣ ସିଦ୍ଧରମୈୟା ବରିଷ୍ଠ ଏବଂ ଶେଷ ନିର୍ବାଚନ ଲଢ଼ିଥିବା ପୂର୍ବରୁ ଜଣାଇଛନ୍ତି । ତାଙ୍କର ଲୋକପ୍ରିୟତା ବି ରହିଛି । ହେଲେ ଶିବକୁମାରଙ୍କ ପ୍ରତି ଏବେ ସମର୍ଥନ ବଢ଼ିବାରେ ଲାଗିଛି । କର୍ଣ୍ଣାଟକ ପିସିସି ସଭାପତି ଶିବକୁମାର, ବିଦ୍ରୋହ ନକରି ଶାନ୍ତିରେ ସମାଧାନ ପାଇଁ ଚାହୁଁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ ବି ସେ ଜଣେ ସାଧାରଣ ବିଧାୟକ ଭାବେ ଦଳରେ ରହିବେ ବୋଲି ଜଣାଇଛନ୍ତି ।

    ଡିକେ ଶିବକୁମାର ଓ ସିଦ୍ଧରମୈୟା, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ହେଲେ କ୍ଷମତା ଭାଗବଣ୍ଟା ଫର୍ମୁଲାକୁ ଅଗ୍ରାହ୍ୟ କରିଛନ୍ତି ଶିବକୁମାର । ସିଦ୍ଧରମୈୟା କେତେବେଳେ ବିରୋଧୀ ଦଳ ନେତା ହୋଇଛନ୍ତି ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେଣୁ ଏବେ ହାଇକମାଣ୍ଡ ସବୁ ପ୍ରକାରର ନିଷ୍ପତ୍ତି ନେଇପାରିବେ ବୋଲି ରୋକଠୋକ୍ କହିଛନ୍ତି ଶିବକୁମାର ।

    ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ପରଦା ହଟିପାରୁନି । ରେସରେ କିନ୍ତୁ ସିଦ୍ଧରମୈୟା ଆଗରେ ଅଛନ୍ତି । ତେଣୁ ଖୁବଶୀଘ୍ର ଖଡଗେ କର୍ଣ୍ଣାଟକ ଯାଇ ବିଧାୟକ ଏବଂ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ । ସେମାନଙ୍କ ଠାରୁ ମତାମତ ଆଣିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଘୋଷଣା କରିବେ ଅଧ୍ୟକ୍ଷ ।

    ସେପଟେ, ସୁନ୍ନି ୱାକଫ୍ ବୋର୍ଡ ଅଧ୍ୟକ୍ଷ ସଫି ସାଦିଙ୍କ ଦାବି ଏବେ କଂଗ୍ରେସକୁ ଅଡୁଆରେ ପକାଇଛି । ସୁନ୍ନି ଉଲମା ବୋର୍ଡ ନେତାମାନେ ଦାବି କରିଛନ୍ତି ଯେ କଂଗ୍ରେସ ଜଣେ ମୁସଲମାନଙ୍କୁ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିବା ସହ ଆଉ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେପରିକି ସ୍ୱାସ୍ଥ୍ୟ,ରାଜସ୍ୱ ଏବଂ ଗୃହ ବିଭାଗ ଇତ୍ୟାଦି ମୁସଲମାନ ବିଧାୟକଙ୍କ ଅଧୀନରେ ରଖାଯାଉ । ସ୍ଥିତି ଜଟିଳ ହେବାକୁ ଯାଉଥିବା ବେଳେ ଖୁବଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ମଲ୍ଲିକାର୍ଜ୍ଜୁନ ଖଡଗେ ।