
ଆଳି ତହସିଲ ଅଧିନ ନୂଆ ଚନ୍ଦନନଗର ଗ୍ରାମବାସୀଙ୍କ ପକ୍ଷରୁ କୋଳିଡିହ ମୌଜା ଗୋଚର ଜମିରେ ଅଧିଷ୍ଠିତ ଝାଟିମାଟି ର ଅସ୍ଥାୟୀ ବନବିହାରୀଦେବ ଙ୍କ ସ୍ଥାୟୀ ମନ୍ଦିର ନିର୍ମାଣକୁ ନେଇ ବିବାଦୀୟ ପରିସ୍ଥିତି ଦେଖାଦେଇଛି. ମୂଳ କୋଳିଡିହ ଗ୍ରାମର କେତେକ ଲୋକ ସ୍ଥାୟୀ ମନ୍ଦିର ନିର୍ମାଣରେ ବାଧା ସୃଷ୍ଟି କରୁଥିବା ନେଇ ନୂଆ ଚନ୍ଦନନଗର ଗ୍ରାମର ଗ୍ରାମବାସୀ ମାନେ ଛୋଟିଆ ପଦଯାତ୍ରା ରାଲି ମାଧ୍ୟମରେ ଆଳି ତହସିଲ ରେ ପହଞ୍ଚି ତହସିଲଦାର ଙ୍କ ପାଖରେ ଅଭିଯୋଗ କରିବା ସହିତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନା ଅନୁଯାୟୀ ଦୀର୍ଘ 70 ବର୍ଷ ତଳେ ବ୍ରାହ୍ମଣୀ ନଦିଗର୍ଭରେ ଲୀନ ହୋଇଯାଇଥିବା ଚନ୍ଦନନଗର ଗ୍ରାମର ବିସ୍ଥାପିତ ଅଧିବାସୀ ସମ୍ପ୍ରତି ନୂଆ ଚନ୍ଦନନଗର ନାମିତ ଗାଁ ରେ ବସବାସ କରିଆସୁଛନ୍ତି। ସେମାନେ ଅଭିଯୋଗ ପତ୍ରରେ ଜଣାଇଛନ୍ତି ଯେ ଗ୍ରାମ ପ୍ରତିଷ୍ଠା ସମୟରେ ଗ୍ରାମର ଆରାଧ୍ୟ ଦେବତା ବନବିହାରୀ ଦେବଙ୍କୁ କୋଳିଡିହ ମୌଜାର ଖାତା ନମ୍ବର 218 ଓ ପ୍ଲଟ ନମ୍ବର 610 ର ୯ ଡିସିମିଲ୍ ଗୋଚର ଜମିରେ ଅସ୍ଥାୟୀ ଚାଳଘରେ ସ୍ଥାପନ କରାଯାଇ ପୂଜାପାଇ ଆସୁଛନ୍ତି।

ବନବିହାରୀ ଦେବଙ୍କ ପୀଠରେ ଉନ୍ନତି ଓ ସ୍ଥାୟୀ ମନ୍ଦିର ନିର୍ମାଣ ନିମନ୍ତେ ଆଳି ବିଧାୟକ ଙ୍କ ପାଣ୍ଠିରୁ ଚାରିଲକ୍ଷ ଟଙ୍କାର ଅନୁଦାନ ମିଳିବା ପରେ ସ୍ଥାୟୀ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜା କରାଯିବା ପରେ କୋଳିଡିହ ଗାଁ ର କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ସ୍ଥାନୀୟ ସରପଞ୍ଚ ନିର୍ମାଣକାର୍ଯ୍ୟକୁ ବିରୋଧ କରୁଥିବା ଅଭିଯୋଗ ହୋଇଛି। ଚନ୍ଦନନଗର ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ସମୃକ୍ତ ସରପଞ୍ଚ 2022/23 ଆର୍ଥିକ ବର୍ଷରେ ମନ୍ଦିର ନିର୍ମାଣ ଉଧେଶ୍ୟ ରେ କୋଳିଡିହ ପଞ୍ଚାୟତ ପାଣ୍ଠିରୁ ମାଟି ଫିଲିଙ୍ଗ କରିଥିବା ବେଳେ ଏବେ କେଉଁ କାରଣରୁ ବିରୋଧ କରୁଛନ୍ତି ବୋଲି ନୂଆ ଚନ୍ଦନନଗର ଗ୍ରାମବାସୀ ମାନେ ପ୍ରଶ୍ନ ଉଠାଇଛନ୍ତି।

ସେନାଙ୍କ କହିବା କଥା ଯେ କେଉଁ ଆଧାରରେ ଗୋଚର ଜମିରେ ମନ୍ଦିର, ମଣ୍ଡପ, ବସଷ୍ଟାଣ୍ଡ , ଲାଇବ୍ରେରୀ, ମେଡିକାଲ ଓ ମିଶନଶକ୍ତି ଗୃହ ନିର୍ମାଣ ହୋଇଥିବା ବେଳେ କୋଳିଡିହ ଗ୍ରାମବାସୀ କେଉଁ ଆଧାରରେ ନୂଆ ଚନ୍ଦନନଗର ଗ୍ରାମବାସୀଙ୍କ ଧର୍ମୀୟ ଭାବନାରେ କୁଠାରଘାତ କରୁଛନ୍ତି ତାହାର ନିରପେକ୍ଷ ତଦନ୍ତ କରାଯାଇ ତୁରନ୍ତ ମନ୍ଦିର ନିର୍ମାଣ ନିମନ୍ତେ ଅନୁମତି ଦେବାକୁ ଦାବି କରିଛନ୍ତି।ନୂଆ ଚନ୍ଦନନଗର ଗ୍ରାମବାସୀ ମାନେ ନିବେଦନ କରିବା ସହିତ ସରକାରୀ ସ୍ତରରେ ପଦକ୍ଷେପ ନିଆ ନଗଲେ ଗ୍ରାମବାସୀମାନେ ଆନ୍ଦୋଳନ କୁ ଓଲ୍ହାଇବା କୁ ବାଧ୍ୟ ହେବେ ବୋଲି ସିଧା ଚେତାବନୀ ଦେଇଛନ୍ତି