
ରାଜ୍ୟ ସରକାର ନଭେମ୍ବର ୧ ତାରିଖ ଠାରୁ ଓଡିଶାର ସମସ୍ତ ଧାନମଣ୍ଡୀ ଖୋଲିବା ପାଇଁ ଘୋଷଣା କରିଥିଲେ। ନଭେମ୍ବର ମାସ ସରିବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିଲା ନାହିଁ। ଯଦ୍ଵାରା ଚାଷୀ ବାଧ୍ୟହୋଇ ଦଲାଲ ମାନଙ୍କୁ ଧାନ ୧୩ ଶହ -୧୪ ଶହ ଟକାଂ ରେ ବିକ୍ରି କରୁଛନ୍ତି। ଏହାର ପ୍ରତିବାଦରେ ନଭେମ୍ବର ୨୯ ତାରିଖ ଦିନ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ପ୍ରତିବାଦ କରାଯାଇଛି। ୫୮ ଟି ସବ୍ଡ଼ିଭିଜନରେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହିତ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ସଦର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ୫ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣକାରୀ ଯୋଜନା କୁ ଓଡ଼ିଶା ସରକାର ହରିଲୁଟ କରି ଚାଷୀକର ହକରୁ ବଞ୍ଚିତ କରୁଛନ୍ତି ବୋଲି ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ଅନ୍ୟ ନେତାମାନେ ଅଭିଯୋଗ କରିଥିଲେ।
ରାଜ୍ୟ ସରକାର ତୁରନ୍ତ ଧାନମଣ୍ଡୀ ଖୋଲନ୍ତୁ, ଧାନମଣ୍ଡୀ କୁ ସବୁ ଦିନିଆ ଖୋଲାଯାଉ, ଧାନମଣ୍ଡୀ ରେ କୁଇଣ୍ଟାଲ ପ୍ରତି ୫ କିଲୋ ୧୦ କିଲୋ କଟନି ଛଟନି ବନ୍ଦ କରାଯାଉ, ଧାନମଣ୍ଡୀ ରେ ମିଲର ମାନଙ୍କର ଦାଦାଗିରି ବନ୍ଦ କରିବା, ମିଲରଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଥିଲା।
Can you be more specific about the content of your article? After reading it, I still have some doubts. Hope you can help me.