କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଚମ୍ପି ଗାଁ ରେ ରାଜ୍ୟ ପ୍ରଦୂର୍ଷଣ ବୋର୍ଡ ତରଫରୁ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି…ରାୟଗଡା ଓ କୋରାପୁଟ ଜିଲ୍ଲା ସୀମାନ୍ତ ରେ ଥିବା ଲକ୍ଷ୍ମୀପୁର ବ୍ଲକ ର କୋଡୀଙ୍ଗା ମାଳି ରୁ ଗତ ଆଠ ବର୍ଷ ହେବ ତିନି ଦଶମିକ ଛ ମିଲିଆନ ଟନ ବକ୍ସାଇଟ ଖନନ କରାଯାଇ ବେଦାନ୍ତ ସମେତ ଅନ୍ୟ କମ୍ପାନୀ କୁ ଓଏମସି ଜରିଆରେ ପ୍ରଦାନ କରାଯାଉଛି, ବର୍ତ୍ତମାନ ଏହି କୋଡୀଙ୍ଗା ମାଳି ଖଣି ଅଞ୍ଚଳ ରୁ ୩. ୬ ମିଲିଆନ ଟନ ରୁ ୬ ମିଲିଆନ ଟନ ବୃଦ୍ଧି ନିମନ୍ତେ ଜନସୁନାଣି ଅନୁଷ୍ଠିତ ହୋଇଛି.. ଖଣି ନିଗମ, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଚମ୍ପି ଠାରେ ଅନୁଷ୍ଠିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ପ୍ରଭାବିତ ଅଞ୍ଚଳ ବାସି ଉପସ୍ଥିତ ରହି ଖଣି ଖନନ ବୃଦ୍ଧି କୁ ସ୍ୱାଗତ କରିବା ସହ ଅଞ୍ଚଳ ରେ ପାରି ପାର୍ଶ୍ଵିକ ବିକାଶ କରିବାକୁ ଖୋଲା ମଞ୍ଚ ରେ ପ୍ରକାଶ କରିଥିଲେ ଏବଂ ଲକ୍ଷ୍ମୀପୁର ସଦର ଗ୍ରାମକୁ କଡ଼ିଙ୍ଗା ମାଲି ଖଣି ପ୍ରଭାବିତ ଅଞ୍ଚଳ ଘୋଷଣା ପାଇଁ ଦାବି କରିଥିଲେ…, ଏହି ଜନଶୁଣାଣୀରେ ଲକ୍ଷ୍ମୀପୁର ଚମ୍ପି, ଓଡ଼ିଆପେଣ୍ଟ, ଓ ଦଶମନ୍ତପୁର ବ୍ଲକ ର ମୁରକାର ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଛନ୍ତି
ଏହି ଜନଶୁଣାଣିରେ ଲକ୍ଷ୍ମୀପୁର ବ୍ଲକର ଚମ୍ପି, ଓଡ଼ିଆପେଣ୍ଟ ସମେତ ଦଶମନ୍ତପୁର ବ୍ଲକର ମୁରକାର ପଞ୍ଚାୟତରୁ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ନିଜ ମତାମତ ରଖିଥିଲେ। ଶାନ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ଏହି ଜନଶୁଣାଣିରେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ସମସ୍ତ ପ୍ରସ୍ତାବ ଓ ଦାବିକୁ ବିଚାରକୁ ନିଆଯିବ ବୋଲି ସୂଚନା ଦିଆଯାଇଥିଲା।