ଦଳିତ ପରିବାର ରେ ଜନ୍ମ ହେବା କଣ ଭୁଲ, ଦଳିତ ହେଲୁ ବୋଲି ଆମର କୌଣସି ମୌଳିକ ହକ ଅଧିକାର ନାହିଁ,ଯଦି ଦଳିତ ଘରେ ଜନ୍ମ ହୋଇ ଆମର ଭୁଲ ହେଇଚି ତାହେଲେ ସରକାର କି ପ୍ରଶାସନ ଆମକୁ କାହିଁକି ଜନ୍ମରୁ ମାରି ଦେଲାନି,ଦଳିତ ସମ୍ପ୍ରଦାୟର ହୋଇଥିବାରୁ ଆମ ପଡ଼ାକୁ ରାସ୍ତା ଦିଆଯାଉନାହିଁ। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ପୁଝାରୀଗୁଡ଼ା ଗ୍ରାମ ପଞ୍ଚାୟତର ପୁଝାରୀଗୁଡ଼ା ଗ୍ରାମର ଦଳିତ ପଡ଼ା ବାସିନ୍ଦାମାନେ। ଗ୍ରାମର ପ୍ରାୟ ୩୦ ଘର ଦଳିତ ପରିବାର ବସବାସ କରୁଥିବା ଏହି ପଡ଼ାରେ ବର୍ଷ ବର୍ଷ ଧରି ପକ୍କା ରାସ୍ତା ନଥିବାରୁ ଜୀବନଯାପନ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି ବୋଲି ସେମାନେ କହିଛନ୍ତି। ବର୍ଷା ଦିନରେ କାଦୁଅ ଓ ପାଣି ଜମି ଯୋଗାଯୋଗ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଥିବାର ଅଭିଯୋଗ ମଧ୍ୟ କରିଛନ୍ତି।
ଏହାର ପ୍ରଭାବରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବାରେ ଅସୁବିଧା ଭୋଗିବା ସହ , ଗର୍ଭବତୀ ମହିଳା, ବୃଦ୍ଧ ଓ ରୋଗୀଙ୍କୁ ହସ୍ପିଟାଲକୁ ନେବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି।ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବହୁବାର ପଞ୍ଚାୟତ ଓ ପ୍ରଶାସନଙ୍କ ନିକଟରେ ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ। ସେମାନେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ପଡ଼ାକୁ ଅବହେଳା କରାଯାଉଛି ବୋଲି ମଧ୍ୟ ଅଭିଯୋଗ ଉଠିଛି।
ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବହୁବାର ପଞ୍ଚାୟତ ଓ ପ୍ରଶାସନଙ୍କ ନିକଟରେ ରାସ୍ତା ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ। ସେମାନେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ପଡ଼ାକୁ ଅବହେଳା କରାଯାଉଛି ବୋଲି ମଧ୍ୟ ଅଭିଯୋଗ ଉଠିଛି।ଅନ୍ୟପଟେ ପଡ଼ାବାସୀଙ୍କ କହିବା ଅନୁଯାୟୀ, ଅନ୍ୟ ସାହିରେ ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚିପାରିନାହିଁ। ସେମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ତୁରନ୍ତ ପକ୍କା ରାସ୍ତା ନିର୍ମାଣ ଦାବି କରିଛନ୍ତି।ଯଦି ଆଗାମୀ ଦିନରେ ରାସ୍ତା ନିର୍ମାଣ ନହୁଏ, ତେବେ ବିଡ଼ିଓ ଅଫିସ ସମ୍ମୁଖରେ ଗଣଧାରଣା ଦେବାକୁ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।