
ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ସ୍ଥିତ ନେତାଜୀ ଉଚ୍ଚ ବିଦ୍ୟାଳୟ ରେ ଆଜି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ବାରିକଙ୍କ ସଭାପତିତ୍ବ ରେ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଅନଙ୍ଗ ସାହୁଙ୍କ ଉଦ୍ଧେଶ୍ୟରେ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ବଢେଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗ୍ରାମର ଗୌନ୍ତିଆ ମାନଭଞ୍ଜନ ବରିହା,ଜଟାଧାରୀ ମିଶ୍ର,ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ ବେହେରା,ପୂର୍ବତନ ସଭାପତି ବିପିନ ବିହାରୀ ପ୍ରଧାନ,ଇନ୍ଦ୍ରମଣି ପ୍ରଧାନ,ବିରେନ୍ଦ୍ର ପ୍ରଧାନ, ସୁଶାନ୍ତ ପଣ୍ଡା,ସମାରୁ ସାହୁ, ତେଜରାଜ କର୍ଣ୍ଣାଲ,କଳ୍ପ କର୍ଣ୍ଣାଲ ପ୍ରମୁଖ ଉପସ୍ଥିତ ଥିଲେ । ବିଦାୟୀ ସଂସ୍କୃତ ଶିକ୍ଷକଙ୍କୁ ଅତିଥି ମାନେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଅନୁଷ୍ଠାନ ପ୍ରେମୀ,ଛାତ୍ର ବତ୍ସଳ, ସମୟାନୁ ବର୍ତିତା,ପ୍ରଧାନ ସେବକ,କର୍ମନିଷ୍ଠା ବୋଲି କହିଥିଲେ । ସହକାରୀ ଶିକ୍ଷକ ନବୀନ ବରିହା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବିପିନ ବିହାରୀ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ସାହୁ ନିଜର ଶିକ୍ଷକ ଜୀବନ ୧୧/୦୭/୧୯୮୮ ରୁ ୩୦/୦୬/୨୦୨୬ ଦୀର୍ଘ ୩୮ ବର୍ଷ ଶିକ୍ଷକତା କରି ନେତାଜୀ ଉଚ୍ଚ ବିଦ୍ୟାଳୟ ରୁ ଅବସର ନେଇଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ଅଞ୍ଚଳବାସୀ ତାଙ୍କୁ ନେତାଜୀ ଉଚ୍ଚ ବିଦ୍ୟାଳୟ ରୁ ଏକ ବିରାଟ ପଟୁଆରରେ ବାଜା ବଜାଇ ନାଚ ଗୀତ ସହ କଟାବାହାଲ ଗ୍ରାମ ପରିକ୍ରମା କରି ଶେଷରେ ଡାଙ୍ଗବାହାଲ ସ୍ଥିତ ନିଜ ବାସଭବନରେ ତାଙ୍କୁ ଛାଡି ଆସିଥିଲେ ।