ପ୍ରଥମାଷ୍ଟମୀ ପାଇଁ ଚଳଚଞ୍ଚଳ ଗାଁଠୁ ସହର

ଆଜି ହେଉଛି ପ୍ରଥମାଷ୍ଟମୀ ।ପ୍ରଥମାଅଷ୍ଟମୀ ଓଡ଼ିଶାର ହେଉଛି ଏକ ପ୍ରମୁଖ ପର୍ବ । ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘାୟୁ କାମନା କରି ଷଷ୍ଠୀ ଦେବୀଙ୍କର ପୂଜା କରାଯାଇଥାଏ । ଘରେ ଘରେ ଏଣ୍ଡୁରି ପିଠା ଓ ଆରିସା ପିଠା କରି ଷଷ୍ଠୀ ଦେବୀଙ୍କ ନିକଟରେ ସମର୍ପଣ କରି ପୋଢୁଆଁଙ୍କର ଶୁଭ ମନାଯାଇଥାଏ ।ଏହି ପର୍ବଟି ବିଶେଷ କରି ମାମୁ ଘର ସହ ଜଡିତ ।ଭଣଜା ଭାଣେଜି ମାନଙ୍କୁ ପୋଢୁଆ କରିବା ଲାଗି ମାମୁଘରୁ ଆସିଥାଏ ପିଠା ମିଠା ସାଙ୍ଗକୁ ନୂଆ ପୋସାକ । ଏହି କ୍ରମରେ ବଡଠାକୁରଙ୍କ ମାମୁଘର କଟକ ନିଆଳି ରେ ଅବସ୍ଥିତ ମାଧବାନନ୍ଦ ମନ୍ଦିର ।ତେଣୁ ପରମ୍ପରା ଅନୁଯାୟୀ ଜଗନ୍ନାଥଙ୍କ ମାମୁଘରୁ ଆସିଛି ପୋଢୁଆଁ ଭାର । ଭାରରେ ରହିଛି ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଇତ୍ୟାଦି । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି । ଶ୍ରୀମନ୍ଦିରରେ ଆଜି ପୋଢୁଆଁ ହୋଇଛନ୍ତି ମହାପ୍ରଭୁ ।

2 thoughts on “ପ୍ରଥମାଷ୍ଟମୀ ପାଇଁ ଚଳଚଞ୍ଚଳ ଗାଁଠୁ ସହର

Leave a Reply

Your email address will not be published. Required fields are marked *