ପିକ୍‌ଅପ୍ ଧକ୍କାରେ ଗୁରୁତ୍ଵର ହାତୀ

କେନ୍ଦୁଝରେ ନିକଟରେ ଜାତୀୟ ରାଜପଥ-୨୦ରେ ଏକ ଅଚିନା ପିକ୍-ଅପ୍ ଭେନ ଧକ୍କାରେ ହାତୀ ଗୁରୁତ୍ତର । ପ୍ରାୟ ରାତି ୩ଟା ପାଖାପାଖି |ଗୋଟିଏ ହାତୀପଲ୍ହ ରାସ୍ତା ପାର ହେଉଥିବା ସମୟରେ ଏକ ପିକ୍-ଅପ୍ ଭେନ ଧକ୍କା ଦେବାରୁ ହାତୀଟିଏ ଗୁରୁତ୍ବର ହୋଇଛି |ତାର ପଛ ଗୋଡ କୁ ଗାଡିଟି ଧକ୍କା କରିଥିଲା ଫଳରେ ହାତୀଟି ଶରୀରର ଭାରଶ୍ୟାମ ହରାଇ ଚାଲିବ ପାଇଁ ଅସମର୍ଥ ହୋଇଛି |

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଡିଫଓ ଙ୍କ ସହ ପଶୁ ଚିକିତ୍ସା ଦଳ, ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା କରିଥିଲେ|ରାସ୍ତା ଜାମକୁ କ୍ଲିୟର କରି ସାଧାରଣ ଲୋକଙ୍କ ଭିଡ଼ ଏବଂ ଯାନବାହନ ଚଳାଚଳକୁ ସୁଗମ କରିଥିଲେ।ବର୍ତ୍ତମାନ ହାତୀଟି ଜାତୀୟ ରାଜପଥ-୨୦ରୁ ପ୍ରାୟ ୧୦୦ ମିଟର ଦୂରରେ ଜଙ୍ଗଲ ଭିତରକୁ ଚାଲିଯାଇଛି।