ଓମେଗା-3 ଫ୍ୟାଟି ଏସିଡ୍‌କୁ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ

ଦୀର୍ଘଦିନ ଧରି ଓମେଗା-3 ଏକ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍, ଯାହା ଶରୀର ନିଜେ ତିଆରି କରିପାରେ ନାହିଁ। ଏହା ଖାଦ୍ୟ କିମ୍ବା ସପ୍ଲିମେଣ୍ଟରୁ ମିଳେ। ଓମେଗା-୩ ଫ୍ୟାଟି ଏସିଡ୍‌କୁ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ ଓ ଉପକାରୀ ପୋଷକ ତତ୍ତ୍ୱ ବୋଲି ଧରାଯାଉଥିଲା। ଏହା ନ୍ୟୁରନ୍‌ର ଗଠନ, କୋଷ କାନ୍ଥର ନମନୀୟତା ଓ ସ୍ମୃତିଶକ୍ତି ବୃଦ୍ଧିରେ ସହାୟକ ବୋଲି ବିଶ୍ୱାସ ରହିଛି। କିନ୍ତୁ ନିକଟରେ ପ୍ରକାଶିତ ଏକ ନୂଆ ଗବେଷଣା ଏହି ପ୍ରଚଳିତ ଧାରଣାକୁ ପ୍ରଶ୍ନର ସମ୍ମୁଖୀନ କରିଛି। ଏହା ଟ୍ରାଇଗ୍ଲିସରାଇଡ୍ କମାଇବାରେ ସାହାଯ୍ୟ କରେ, ହୃଦରୋଗର ଝୁମ୍ପ କମାଇବାରେ ସହାୟକ ହୋଇପାରେ।

ଦୀର୍ଘଦିନ ଧରି ଓମେଗା-3 ଫ୍ୟାଟି ଏସିଡ୍‌କୁ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ ଓ ଉପକାରୀ ପୋଷକ ତତ୍ତ୍ୱ ବୋଲି ଧରାଯାଉଥିଲା। ଏହା ନ୍ୟୁରନ୍‌ର ଗଠନ, କୋଷ କାନ୍ଥର ନମନୀୟତା ଓ ସ୍ମୃତିଶକ୍ତି ବୃଦ୍ଧିରେ ସହାୟକ ବୋଲି ବିଶ୍ୱାସ ରହିଛି। କିନ୍ତୁ ନିକଟରେ ପ୍ରକାଶିତ ଏକ ନୂଆ ଗବେଷଣା ଏହି ପ୍ରଚଳିତ ଧାରଣାକୁ ପ୍ରଶ୍ନର ସମ୍ମୁଖୀନ କରିଛି।
ଅଧ୍ୟୟନରୁ ଜଣାପଡ଼ିଛି ଯେ ଓମେଗା-3 ସପ୍ଲିମେଣ୍ଟ ନେଲେ ମସ୍ତିଷ୍କର କାର୍ଯ୍ୟକ୍ଷମତା, ଚିନ୍ତନ କ୍ଷମତା କିମ୍ବା ଡିମେନସିଆର ଲକ୍ଷଣରେ ବିଶେଷ ସୁଧାର ହେଉନାହିଁ। ଯଦିଓ ପୂର୍ବ ଗବେଷଣାରେ ଶରୀରରେ ଓମେଗା-3 ର ଅଧିକ ମାତ୍ରା ଥିଲେ ମସ୍ତିଷ୍କ ସୁସ୍ଥ ରହିଥାଏ ବୋଲି ଦେଖାଯାଇଥିଲା, କିନ୍ତୁ ସେହି ଲାଭ ମୁଖ୍ୟତଃ ପ୍ରାକୃତିକ ଖାଦ୍ୟ ଉତ୍ସରୁ ମିଳୁଥିବା ଓମେଗା-3 ସହ ସମ୍ପର୍କିତ ଥିଲା।
ଏହି କ୍ଲିନିକାଲ୍ ପରୀକ୍ଷଣରେ ବୟସ୍କ ଲୋକମାନଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା, ଯେଉଁମାନେ ସାଧାରଣତଃ କମ୍ ମାଛ ଖାଉଥିଲେ ଏବଂ କିଛି ଲୋକଙ୍କର ଅଲଜାଇମର୍ ରୋଗର ଜେନେଟିକ୍ ବିପଦ ମଧ୍ୟ ଥିଲା। ତଥାପି ସପ୍ଲିମେଣ୍ଟ ଗ୍ରହଣ କରିବା ସତ୍ତ୍ୱେ ସେମାନଙ୍କର ମସ୍ତିଷ୍କ ସ୍ୱାସ୍ଥ୍ୟରେ କୌଣସି ଲକ୍ଷଣୀୟ ଉନ୍ନତି ଦେଖାଯାଇନି। ବିଶେଷଜ୍ଞମାନେ କହୁଛନ୍ତି ଯେ ଯଦିଓ ଫ୍ୟାଟି ଏସିଡ୍ ମସ୍ତିଷ୍କ ପାଇଁ ଆବଶ୍ୟକ, ସପ୍ଲିମେଣ୍ଟ ଆକାରରେ ଏହାର ପ୍ରଭାବ ସୀମିତ ରହିପାରେ। ଏହାରୁ ସ୍ପଷ୍ଟ ଯେ ସ୍ୱାସ୍ଥ୍ୟ ଲାଭ ପାଇଁ ପ୍ରାକୃତିକ ଉତ୍ସ ଯଥା ମାଛ, ଆଖରୋଟ ଓ ବିଭିନ୍ନ ବିଆ ମାଧ୍ୟମରେ ଓମେଗା-3 ଗ୍ରହଣ କରିବା ଅଧିକ ଉପକାରୀ ହୋଇପାରେ। ସାଧାରଣ ସ୍ୱସ୍ଥ ବ୍ୟକ୍ତିଙ୍କ ପାଇଁ ସପ୍ତାହକୁ 2–3 ଥର ଚର୍ବିଯୁକ୍ତ ମାଛ ଖାଇବା କିମ୍ବା ସମତୁଳିତ ଖାଦ୍ୟରୁ Omega-3 ନେବା ଉତ୍ତମ। ସପ୍ଲିମେଣ୍ଟର ଆବଶ୍ୟକତା ଅଛି କି ନାହିଁ, ତାହା ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଅବସ୍ଥା ଅନୁଯାୟୀ ନିର୍ଣ୍ଣୟ କରାଯିବ।