ଗର୍ଭଗୃହରେ ରାମଲଲାଙ୍କ ବିଗ୍ରହ ସ୍ଥାପନ କେବେ ? ଚୂଡ଼ାନ୍ତ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ

ଅଯୋଧ୍ୟାରେ ରାମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ଉତ୍ତରପ୍ରଦେଶର ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନ୍ନା ଏକ ବଡ଼ ସୂଚନା ଦେଇଛନ୍ତି । କେବେ ଏବଂ କେଉଁ ସମୟରେ ଗର୍ଭଗୃହରେ ରାମଲଲାଙ୍କ ବିଗ୍ରହ ସ୍ଥାପନ କରାଯିବ ସେ ନେଇ କହିଛନ୍ତି ମନ୍ତ୍ରୀ ।

ଶୁକ୍ରବାର ଅର୍ଥାତ୍ ଆଜି ରାମ ମନ୍ଦିର ନିର୍ମାଣ କମିଟିର ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି । ଠିକ୍ ଏହି ସମୟରେ ଉତ୍ତରପ୍ରଦେଶ ମନ୍ତ୍ରୀଙ୍କ ସୂଚନା ସମ୍ପର୍କିତ ଟ୍ୱିଟ୍ ଆସିଛି । ରାମ ମନ୍ଦିରରେ ଉଭୟ ପୁରୁଣା ଓ ନୂଆ ରାମଲଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯୋଜନା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

ସବୁଠାରୁ ବଡ଼ ସୂଚନା ହେଲା ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଗର୍ଭଗୃହରେ ରାମଲଲାଙ୍କ ବିଗ୍ରହ ସ୍ଥାପନ କରାଯିବ । ଗର୍ଭଗୃହ ଏପରି ଭାବେ ନିର୍ମିତ ହେଉଛି ଯେ ଉଦିତ ସୂର୍ଯ୍ୟଙ୍କ କିରଣ ଠିକ୍ ରାମଲଲାଙ୍କ କପାଳରେ ପଡ଼ିବ । ଏଥିସହ ନିର୍ମାଣ ଶୈଳୀ ପୁରାପୁରି ପ୍ଲାନିଂରେ ହୋଇଛି । ରାମନବମୀରେ ସୂର୍ଯ୍ୟଙ୍କ କିରଣ ୫ ମିନିଟ୍ ଯାଏ ରାମଲଲାଙ୍କ କପାଳରେ ରହିବା ନେଇ ସୂଚନା ମିଳିଛି । ରାମ ମନ୍ଦିର ନିର୍ମାଣ ଓ ପରିଚାଳନା ପାଇଁ ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ପୂର୍ବରୁ କହିଥିଲେ ଯେ ଜାନୁଆରୀ ତୃତୀୟ ସପ୍ତାହରେ ଅଯୋଧ୍ୟାରେ ନିର୍ମାଣାଧୀନ ରାମମନ୍ଦିରରେ ରାମଲଲାଙ୍କ ପ୍ରତିମୂର୍ତ୍ତିକୁ ମୂଳ ସ୍ଥାନରେ ସ୍ଥାପନ କରିବେ ପିଏମ୍ ମୋଦି ।

Leave a Reply

Your email address will not be published. Required fields are marked *