ଭାଇଚାରାର ପର୍ବ ଇଦ ପାଳିଲେ ବିଧାୟକ ବଦ୍ରୀ ନାରାୟଣ ପାତ୍ର

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ପାଣ୍ଡୁଆ ଓ ପଞ୍ଚହରା ଗ୍ରାମରେ ଥିବା ମସଜିଦରେ ଇଦ ପର୍ଵ ପାଳନ ହୋଇଯାଇଛି । ଏଥିରେ ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର ସାମିଲ ହୋଇ ସମସ୍ତଙ୍କୁ ଇଦର ଶୁଭେଚ୍ଛା ଜଣାଇଛନ୍ତି । ଭାଇଚାରାର ପ୍ରିତୀକ ଇଦ ପର୍ବକୁ ମୁସଲମାନ ଭାଇ ମାନେ ଏକ ମାସ ଧରି ନିଷ୍ଠାର ସହ ଉପବାସ କରି ରମଜାନ ଭାବେ ପାଳନ କରିଥାନି । ଏହି ଅବଧି ଭିତରେ ସେମାନେ ନମାଜ ପଢିବା ସହ ପରସ୍ପରଙ୍କୁ ଆଲିଙ୍ଗନ କରି ସୌହାର୍ଦ୍ଦ୍ୟ ବାଣ୍ଟନ୍ତି । ମୁସଲମାନ ଭାଇ ମାନେ ପରସ୍ପକୁ ମିଠା ଖୁଆଇ ବେଶ ଉତ୍ସାହର ସହ ଏହି ପର୍ବକୁ ପାଳନ କରିଥାନ୍ତି ।

ଏହି ଅବସରରେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ସାମିଲ ହୋଇଥିବା ବେଳେ ତାଙ୍କୁ ମୁସଲମାନ ସମ୍ପ୍ରଦାୟ ତରଫରୁ ସ୍ବାଗତ କରାଯାଇଥିଲା । ସମସ୍ତଙ୍କୁ ଇଦ ମୁବାରକ କହି ଜାତିଆଣ ଭେଦଭାବ ଏବଂ ଭାଷାଗତ ପ୍ରଭେଦକୁ ଭୁଲି ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ଆଗକୁ ବଢିବା ଉଚିତ ବୋଲି କହିଥିଲେ ବିଧାୟକ ବଦ୍ରୀ ନାରାୟଣ ପାତ୍ର ।

ଆଜିର ଦିନଟି ମୁସଲମାନ ସମ୍ପ୍ରଦାୟ ପାଇଁ ଖାସ ଦିନ । କାରଣ ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ସେମାନେ ରମଜାନ ମାସ ଭାବେ ପାଳିଥାନ୍ତି । ଉପବାସ ଠାରୁ ଆର କରି ପ୍ରତ୍ୟକ ଦିନ ନମାଜ ପଢନ୍ତି । ଏହାକୁ ସେମାନେ ବିଶେଷ କରି ଧର୍ମ ମାସ ଭାବେ ବେଶ ଉଲ୍ଲାସରେ ପାଳନ କରିଥାନ୍ତି ।

Leave a Reply

Your email address will not be published. Required fields are marked *