ଆସନ୍ତୁ ଜାଣିବା ଥାଲାସେମିଆର କାରଣ, ଲକ୍ଷଣ ଓ ଚିକିତ୍ସା

thalassemia disease

ଥାଲାସେମିଆ ହେଉଛି ଏକ ବଂଶଗତ ରୋଗ, ଯାହା ପିତାମାତାଙ୍କଠାରୁ ପିଲାଙ୍କୁ ହୋଇଥାଏ। ସାଧାରଣ ଲୋକଙ୍କ ତୁଳନାରେ ଥାଲାସେମିଆରେ ପୀଡିତ ଲୋକଙ୍କର ହେମୋଗ୍ଲୋବିନର ମାତ୍ରା କମ୍ ଥା। ଶରୀର ପାଇଁ ହେମୋଗ୍ଲୋବିନ୍ ହେଉଛି ଅନ୍ୟତମ ଆବଶ୍ୟକୀୟ ପ୍ରୋଟିନ୍ ଯାହା ରକ୍ତ କଣିକାରେ ଥାଏ। ଏହା ମାଧ୍ୟମରେ ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ବିତରଣ ହୋଇଥାଏ। ଶରୀରରେ ହେମୋଗ୍ଲୋବିନ୍ ସଠିକ୍ ପରିମାଣରେ ନଥିଲେ ଲୋହିତ ରକ୍ତ କଣିକା ସଠିକ୍ ଭାବରେ କାମ କରେ ନାହିଁ, ଯେଉଁ କାରଣରୁ ରକ୍ତହୀନତା ସମସ୍ୟା ସୃଷ୍ଟି ହୋଇଥାଏ I

ପୁଷ୍ଟିକର  ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ ଯଶବର୍ଦ୍ଧନ ସ୍ୱାମୀ ବ୍ୟାଖ୍ୟା କରିଛନ୍ତି ଯେ ଥାଲାସେମିଆର ଅନ୍ୟତମ କାରଣ ହେଉଛି ଶରୀରରେ ଲୌହର ଅଭାବ, ଯେଉଁ କାରଣରୁ ଥକ୍କା, ନିଶ୍ୱାସ ନେବାରେ ଅସୁବିଧା, ଦୁର୍ବଳତା ଆସେ ଏବଂ ହାତ ଏବଂ ପାଦ ଥଣ୍ଡା ହୋଇଯାଏ । ସେ କହିଛନ୍ତି, ଆଇରନ୍ ହେଉଛି ଏମିତି ଏକ ମିନେରାଲ , ଯାହା ଗ୍ରୋଥ, ଉନ୍ନତି ଏବଂ ହେମୋଗ୍ଲୋବିନ୍ ତିଆରି ପାଇଁ ଆବଶ୍ୟକ ହୋଇଥାଏ। ଏହା ହରମୋନର ମେଟାବୋଲିଜିମ୍ ପାଇଁ  ଆବଶ୍ୟକ।

ଆମ ଭିତରେ ସାଧାରଣତଃ ଦୁଇ ପ୍ରକାରର ଥାଲାସେମିଆ ଦେଖାଦେଇଥାଏ। ଗୋଟିଏ ସ୍ୱଳ୍ପ ଥାଲାସେମିଆ ହୋଇଥିବା ବେଳେ ଅନ୍ୟଟି ବିଟା ଥାଲାସେମିଆ।   ତେବେ ଏହି ରୋଗର ଚିକିତ୍ସା ଏହାର ପ୍ରକାର ଏବଂ ଗମ୍ଭୀରତା ଉପରେ ନିର୍ଭର କରେ। ଏହାର ପ୍ରଭାବ ସାମାନ୍ୟରୁ ଗମ୍ଭୀର ଏବଂ କେତେକ କ୍ଷେତ୍ରରେ ଜୀବନ ପ୍ରତି ବିପଦ ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତୀୟମାନଙ୍କରେ ଲୌହର ଅଭାବ ସାମାନ୍ୟ ମିଳିଥାଏ କାରଣ ଅଧିକାଂଶ ଲୋକ ଏଠି ଶାକାହାରୀ ଅଟନ୍ତି।

ଥାଲାସେମିଆର ଲକ୍ଷଣରେ ଦେଖାଯାଏ କି, ପୀଡିତ ପିଲାଙ୍କ ଶରୀରରେ ଧୀରେ ଧୀରେ ପିଲାପନ ବୃଦ୍ଧି ପାଏ। ସମୟ କ୍ରମେ ପିଲା ଚିଡଚିଡା ହୋଇଥାନ୍ତି। କମ ଭୋକ ହୋଇଥାଏ। ଫଳରେ ଓଜନ କମିବାରେ ଲାଗେ। ଓଜନ ନ ବଢିଲେ ମଧ୍ୟ ଥାଲାସେମିଆ ପୀଡିତ ପିଲାଙ୍କ ପେଟ ସାଧାରଣ ପିଲାଙ୍କ ତୁଳନାରେ ଅଧିକ ବଢିଥାଏ। ଥାଲାସେମିଆ ସାଧାରଣତଃ ଏକ ବଂଶାନୁକ୍ରମିକ ରୋଗ। ବାପା ଓ ମା’ଙ୍କ ଠାରୁ ଏହି ରୋଗ ଉତ୍ତରାଧିକାରିତ୍ୱରେ ମିଳିଥାଏ। ଏହା ହେଉଛି ଦୁଇଟି ବିଟା ଗ୍ଲୋବିନ ଜିନ। ତେବେ ଏହାର ଗମ୍ଭୀରତା ଜିନର ଦୋଷପୂର୍ଣ୍ଣତା ଓ ବିଟା ଗ୍ଲୋବିନ ପ୍ରୋଟିନ ଶୃଙ୍ଖଳାର କେଉଁ ଭାଗରେ ଦୋଷ ତାହା ଉପରେ ନିର୍ଭର କରିଥାଏ।

ଯଦି ଥାଲାସିମିଆର ସ୍ଥିତି ବିପଦଜନକ ହୋଇଥାଏ, ଶରୀରର  କୌଣସି ବି ଅଙ୍ଗ ସବୁ ଦିନ ନଷ୍ଟ ହୋଇଯିବ ଓ କିଛି ମାମଲାରେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ। ଏହା ବ୍ୟତୀତ ଥାଲାସେମିଆରେ ଶରୀରରେ ଆଇରନ ନର୍ମାଲରୁ ଅଧିକ ହୋଇଥାଏ। ହାଡଜନିତ ସମସ୍ୟା ରହିଥାଏ। ଶାରୀରିକ ବିକାଶ ସଠିକ ରୂପେ ହୋଇନଥାଏ। ସ୍ପ୍ଲିନର ଆକାର ବୃଦ୍ଧି ଓ ହୃତପିଣ୍ଡ ସହ ଜଡିତ ସମସ୍ୟା ଦେଖାଦେଇଥାଏ।

ତେବେ ଥାଲାସେମିଆ ପିଲା ମଧ୍ୟ ସୁସ୍ଥ ଜୀବନ ଅତିବାହିତ କରିପାରିବେ, ଏଥିପାଇଁ ସଠିକ୍ ଦେଖାଶୁଣାର ଆବଶ୍ୟକତା ରହିଥାଏ। ଫଳରେ ରୋଗ ଜଣାପଡିବ ଓ ତୁରନ୍ତ ଚିକିତ୍ସା ହୋଇପାରିବ। ଏହାର ସ୍ଥାୟୀ ଚିକିତ୍ସା ବୋନମାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥାଏ। ଏଥିପାଇଁ ଆବଶ୍ୟକ ହୋଇଥାଏ ସୁସ୍ଥ ବୋନମାରୋର।  

Leave a Reply

Your email address will not be published. Required fields are marked *